ବିଶ୍ୱର ସବୁଠାରୁ ଦାମୀ ଔଷଧ: ଗୋଟିଏ ଡୋଜ୍‌କୁ ୧୮ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ବିଶ୍ୱର ସବୁଠାରୁ ଦାମୀ ଔଷଧ: ଗୋଟିଏ ଡୋଜ୍‌କୁ ୧୮ କୋଟି ଟଙ୍କା

ଲଣ୍ଡନ: ବିଶ୍ୱର ସବୁଠାରୁ ଦାମୀ ଔଷଧକୁ ମିଳିଛି ଅନୁମୋଦନ। ବିଟ୍ରେନ୍‌ର ଜାତୀୟ ସ୍ୱାସ୍ଥ୍ୟ ସେବା(ଏନ୍‌ଏଚ୍‌ଏସ୍‌) ବିରଳ ‘ଜୋଲଜେନ୍‌ସମା’ ଔଷଧକୁ ମଞ୍ଜୁରୀ ଦେଇଛି। ନୋଭାର୍ଟିସ୍‌ ଜିନ୍‌ ଥେରାପିଜ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଔଷଧର ଗୋଟିଏ ଡୋଜ୍‌ର ଦାମ ପ୍ରାୟ ୧.୭୯ ଲକ୍ଷ ପାଉଣ୍ଡ୍‌ ବା ୧୮ କୋଟି ଟଙ୍କା।

ଏହି ଔଷଧ ବିରଳ ଧରଣର ଆନୁବଂଶିକ ବ୍ୟତିକ୍ରମ ଦୂର କରିବାରେ ସହାୟକ ହେବ ବୋଲି କମ୍ପାନୀ କହିଛି। ଏହି ଦାମୀ ଔଷଧ ଘାତକ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି(ଏସ୍‌ଏମ୍‌ଏ), ମାଂସପେଶୀରେ ଦୁର୍ବଳତା ଓ ଆନୁବଂଶିକ ରୋଗକୁ ଭଲ କରିପାରିବ ବୋଲି ଏନ୍‌ଏଚ୍‌ଏସ୍‌ କହିଛି।

ଏସ୍‌ଏମ୍‌ଏରେ ପୀଡ଼ିତ ଶିଶୁ ଓ ଛୋଟ ପିଲାଙ୍କଠାରେ ଏହି ବିରଳ ଔଷଧର ପ୍ରୟୋଗ କରାଯାଇପାରିବ। ଏସ୍‌ଏମ୍‌ଏଏ ଟାଇପ୍‌-୧ ସହ ଜନ୍ମିତ ଶିଶୁମାନଙ୍କର ଜୀବନଧାରଣ କ୍ଷମତା ମାତ୍ର ୨ ବର୍ଷ ଥାଏ। ସେମାନଙ୍କୁ ‘ଜୋଲଜେନ୍‌ସମା’ ଦେଲେ ଏହି ଅସୁବିଧା ଦୂର ହୋଇଥାଏ।

ଜୀବନ ରକ୍ଷାକାରୀ ‘ଜୋଲଜେନ୍‌ସମା’ର ଉପଚାର ଦ୍ୱାରା ଅସୁସ୍ଥ ଶିଶୁ ବିନା ସହାୟତାରେ ନିଜେ ଠିଆ ହୋଇ ଚାଲିପାରିବେ, ବିନା ଭେଣ୍ଟିଲେଟର୍‌ରେ ଶ୍ୱାସକ୍ରିୟା କରିପାରିବେ ଓ ବିନା ସହାୟତାରେ ସବୁ କାମ କରିପାରିବେ। ଏହି ଔଷଧରେ ରହିଥିବା onasemnogene abeparvovec ଶରୀରର ସ୍ନାୟୁ ଭିତରକୁ ସିଧାସଳଖ ପ୍ରବେଶ କରି ଜିନ୍‌ ବା ଜନନ କୋଷିକାକୁ ରିଷ୍ଟୋର କରିଥାଏ।

ଏହାଦ୍ୱାରା ଶରୀରରେ ସ୍ନାୟୁ ସଞ୍ଚାଳନ ଓ ମାଂସପେଶୀକୁ ଚଳାଚଳ କରିବା ପାଇଁ ଆବଶ୍ୟକ ପ୍ରୋଟିନ୍‌ ବିକଶିତ ହୋଇଥାଏ। ଘାତକ ରୋଗରେ ଆକ୍ରାନ୍ତ ହେଉଥିବା ଛୋଟ ପିଲା ଓ ଶିଶୁଙ୍କ ଜୀବନ ଏହା ବଦଳାଇବାରେ ସହାୟକ ହେଉଥିବାରୁ ଏହାର ଦାମ ଅଧିକ ରହିଛି ବୋଲି ବ୍ରିଟେନ୍‌ ଏନ୍‌ଏଚ୍‌ଏସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ସାର୍‌ ସାଇମନ୍‌ ଷ୍ଟିଭେନ୍‌ସ କହିଛନ୍ତି।

ସେ କହିଛନ୍ତି, ଘାତକ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି ଯୋଗୁ ଶିଶୁ ଓ ଛୋଟ ପିଲା ପ୍ରାଣ ହରାଉଥିଲେ। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ଏନଏଚଏସ୍‌ରେ ଔଷଧ ବାହାର କରିବାକୁ ପ୍ରୟାସ କରିଥିଲା। ବିଭିନ୍ନ ପରୀକ୍ଷା ନୀରିକ୍ଷା ପରେ ଜୋଲଜେନସମାକୁ ବିକଶିତ କରାଯାଇଛି।

The post ବିଶ୍ୱର ସବୁଠାରୁ ଦାମୀ ଔଷଧ: ଗୋଟିଏ ଡୋଜ୍‌କୁ ୧୮ କୋଟି ଟଙ୍କା appeared first on Odisha Reporter.



from Odisha Reporter https://ift.tt/30sY5tv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages