୧୦ ବର୍ଷରୁ କମ୍‌ ଛୁଆଙ୍କୁ ନେଇ ବଢ଼ିଲା ଟେନ୍‌ସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

୧୦ ବର୍ଷରୁ କମ୍‌ ଛୁଆଙ୍କୁ ନେଇ ବଢ଼ିଲା ଟେନ୍‌ସନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ କୋଭିଡ୍-୧୯ ମାମଲା ବଢୁଛି। ତେବେ ଏଠାରେ ଚିନ୍ତା ବଢ଼ାଇଛନ୍ତି ୧୦ ବର୍ଷରୁ କମ୍ ବୟସର ଛୁଆ। ଏହି ବୟସର ଛୁଆମାନେ ଅଧିକରୁ ଅଧିକ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି।

ଏହି ମାସରେ ବେଙ୍ଗାଲୁରୁରେ ବର୍ତ୍ତମାନ ସୁଦ୍ଧା ୪୭୨ ଜଣ ୧୦ ବର୍ଷରୁ କମ୍‌ ବୟସର ଛୁଆ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇସାରିଲେଣି। ମାସ ଶେଷ ସୁଦ୍ଧା ଏହି ସଂଖ୍ୟା ୫୦୦ ଟପି ଯିବ ବୋଲି କୁହାଯାଉଛି। ୪୭୨ ଆକ୍ରାନ୍ତ ଛୁଆଙ୍କ ମଧ୍ୟରୁ ୨୪୪ ଜଣ ବାଳକ ହୋଇଥିବା ବେଳେ ୨୨୮ ଜଣ ବାଳିକା।

ବିଶେଷଜ୍ଞମାନେ କହିଛନ୍ତି, କରୋନାର ଦ୍ୱିତୀୟ ଲହରୀ ଛୁଆମାନଙ୍କ ପାଇଁ ଭାରି ପଡ଼ିଛି। ଗତବର୍ଷ କରୋନା ବେଳେ ଲକ୍‌ଡାଉନ୍‌ ଯୋଗୁ ଛୁଆମାନେ ଘର ଭିତରେ ରହିଥିଲେ। କିନ୍ତୁ ଏବେ ସେମାନେ ବାହାରେ ବୁଲାବୁଲି କରୁଛନ୍ତି। ପାର୍କକୁ ଯାଉଛନ୍ତି। ଆପାର୍ଟମେଣ୍ଟର ଖୋଲା ଅଞ୍ଚଳରେ ପିଲାମାନେ ଏକାଠି ହୋଇ ଖେଳୁଛନ୍ତି। ସେହିପରି ପରିବାର ଲୋକଙ୍କ ବାହାରକୁ ଯିବାଆସିବା ବଢ଼ିଛି। ତେଣୁ ଅଧିକରୁ ଅଧିକ ଛୁଆ କରୋନାରେ ସଂକ୍ରମିତ ହେବାର ଆଶଙ୍କା ବଢ଼ି ଯାଇଛି।

ବିଶେଷଜ୍ଞମାନେ ଆହୁରି କହିଛନ୍ତି, ଏହି ବୟସର ଛୁଆମାନେ ସବୁବେଳେ ଠିକ୍ ଭାବେ ମାସ୍କ ପିନ୍ଧିବା ସମ୍ଭବ ନୁହେଁ। ସେହିପରି ସେମାନେ ସାମାଜିକ ଦୂରତା ବଜାୟ ରଖିବାବି ସମ୍ଭବ ନୁହେଁ। ଏବେ ପିଲାମାନେ ବାପାମା’ଙ୍କ ସହିତ ବାହାଘର ଆଦି ଉତ୍ସବକୁ ମଧ୍ୟ ଯାଉଛନ୍ତି। ତେଣୁ ସେମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ବଢ଼ିଛି।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ଗୋଟିଏ ଗୋଟିଏ ଦିନରେ ୧୦ ବର୍ଷରୁ କମ୍‌ ବୟସର ୮ରୁ୧୧ ଜଣ ଛୁଆ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ଗତ ସପ୍ତାହରେ ଗୋଟିଏ ଗୋଟିଏ ଦିନରେ ଏହି ବୟସର ୩୨ ରୁ ୬୪ ଛୁଆ ପଜିଟିଭ୍ ଚିହ୍ନଟ ହୋଇଥିଲେ।

The post ୧୦ ବର୍ଷରୁ କମ୍‌ ଛୁଆଙ୍କୁ ନେଇ ବଢ଼ିଲା ଟେନ୍‌ସନ୍‌ appeared first on Odisha Reporter.



from Odisha Reporter https://ift.tt/2PhpaOd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages