ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ନମାନିବା ମହଙ୍ଗା ପଡିଲା। ସୁବର୍ଣ୍ଣପୁରର ଏକ ପେଟ୍ରେଲ ପମ୍ପକୁ ସିଲ କରିବା ସହ ଫାଇନ ଆଦାୟ କରିଛି ଜିଲ୍ଲା ପ୍ରଶାସନ।
ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଏକ ପେଟ୍ରେଲ ପମ୍ପକୁ କରୋନା ନିୟମ ଉଲଂଘନ ଲାଗି ସିଲ କରାଯାଇଛି । ପେଟ୍ରେଲ ପମ୍ପ ଚାରିପଟେ ବାଉଁଶ ବାରିକେଡ କରାଯାଇଛି ।
ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପୂର୍ବରୁ ଗତକାଲି ଅମାନିଆ ୩ ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଏକ ପେଟ୍ରେଲ ପମ୍ପକୁ ୫୦ ହଜାର ଟଙ୍କା ଜରିମନା କରିଥିଲା ଜିଲ୍ଲାପ୍ରଶାସନ। ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସାମାଜିକ ଦୂରତା ସମେତ ମାସ୍କ ପିନ୍ଧିବା ଲାଗି ବାଧ୍ୟ କରିଛି ଜିଲ୍ଲା ପ୍ରଶାସନ।
The post ମାନିଲେନି କରୋନା କଟକଣା, ପେଟ୍ରେଲ ପମ୍ପ ସିଲ କଲା ପ୍ରଶାସନ appeared first on Odisha Reporter.
from Odisha Reporter https://ift.tt/3fepeZU
No comments:
Post a Comment