ମନ ଦେଇଦେଲେ ମୌନୀ, ଅଳ୍ପ ଦିନରେ ବାଜିବ ଶାହାନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ମନ ଦେଇଦେଲେ ମୌନୀ, ଅଳ୍ପ ଦିନରେ ବାଜିବ ଶାହାନାଇ

ମୁମ୍ବାଇ: ଖୁବଶୀଘ୍ର ହାତକୁ ଦି ହାତ ହେବେ ଟେଲିଭିଜନର ନାଗୀନ୍।  ଦୁବାଇର ଜଣେ ବ୍ୟବସାୟୀଙ୍କୁ ମନ ଦେଇଦେଲେ ବଲିଉଡ ଅଭିନେତ୍ରୀ ମୌନୀ ରୟ। ଅଳ୍ପ ଦିନରେ ତାଙ୍କର ବାଜିବ ଶାହାନାଇ। ଏନେଇ ବି-ଟାଉନ ଗଳିରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦିନ ହେବ ମୌନୀ ଦୁବାଇ ସ୍ଥିତ ବ୍ୟାଙ୍କର ସୁରଜ ନାମ୍ବିଆରଙ୍କୁ ଡେଟ୍ କରୁଥିବା ନେଇ ଶୁଣିବାକୁ ମିଳୁଛି। ଏବେ ସେ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ଖବର ସାମ୍ନାକୁ ଆସିଛି।

Mouni roy And Suraj Nambiar

ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ଖବର ମୁତାବକ ଗତ କିଛି ଦିନତଳେ ଅଭିନେତ୍ରୀ ମୌନୀଙ୍କ ମା’ ସୁରଜ ନାମ୍ବିୟାରଙ୍କ ପରିବାର ସହ ଭେଟିଥିଲେ। ସେଠାରେ ଉଭୟ ପରିବାର ମୌନୀ ଏବଂ ସୁରଜଙ୍କ ବିବାହକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡିଛି। କେବଳ ସେତିକି ନୁହେଁ ଉଭୟଙ୍କ ବିବାହ ତାରିଖ ମଧ୍ୟ ନିର୍ଦ୍ଧାରିତ ହୋଇସାରିଥିବା ବେଳେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଥିବା ଚର୍ଚ୍ଚା ହେଉଛି।

ରିପୋର୍ଟ ମୁତାବକ, ଏହି ଦେଖାସାକ୍ଷାତ ମନ୍ଦିରା ବେଦୀଙ୍କ ଘରେ ହୋଇଥିଲା। ଏହି ସମୟ ମୌନୀଙ୍କ ଭାଇ ମଧ୍ୟ ଉପସ୍ଥିତ ଥିଲେ। ମନ୍ଦିରା ବେଦୀ, ମୌନୀ ରୟ ପରସ୍ପର ଭଲ ବନ୍ଧୁ। ତେଣୁ ଏହି ସିକ୍ରଟ୍ ଭେଟଘାଟ ତାଙ୍କ ଘରେ ହୋଇଥିଲା। ତେବେ ସେ ଯାହା ହେଉ, ମୌନୀ ଏବଂ ସୁରଜଙ୍କ ବିବାହ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।

The post ମନ ଦେଇଦେଲେ ମୌନୀ, ଅଳ୍ପ ଦିନରେ ବାଜିବ ଶାହାନାଇ appeared first on Odisha Reporter.



from Odisha Reporter https://ift.tt/38OITvv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages