ବଲିଉଡ ଅଭିନେତ୍ରୀ କିରଣ ଖେର୍ ବ୍ଲଡ କ୍ୟାନସରରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 31, 2021

ବଲିଉଡ ଅଭିନେତ୍ରୀ କିରଣ ଖେର୍ ବ୍ଲଡ କ୍ୟାନସରରେ ଆକ୍ରାନ୍ତ

ମୁମ୍ୱାଇ: ବଲିଉଡ ଫିଲ୍ମର ଜଣେ ଆଗଧାଡ଼ିର କଳାକାର ତଥା ବିଜେପି ସାଂସଦ କିରଣ ଖେର ବ୍ଲକ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। ମୁମ୍ୱାଇର ଏକ ହସ୍ପିଟାଲରେ କିରଣଙ୍କ ଚିକିତ୍ସା ଚାଲିଛି। କିରଣ ଖେର ହେଉଛନ୍ତି ଅନୁପମ ଖେରଙ୍କ ସ୍ତ୍ରୀ। କିରଣ ଖେର ବ୍ଲଡ କ୍ୟାନସରରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ଫିଲ୍ମ ଜଗତ ସମେତ ତାଙ୍କ ଶୁଭେଚ୍ଛୁ ସମସ୍ତେ ଏବେ ହତବାକ ହୋଇଛନ୍ତି। କିରଣ ମଲଟିପୁଲ ମାଇଲୋମାରେ ଆକ୍ରାନ୍ତ। ଯାହାକି ଏକ ପ୍ରକାର ବ୍ଲଡ କ୍ୟାନସର। ତେବେ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

ମାର୍ଚ୍ଚ ୩୧ରେ ରାଜ୍ୟ ବିଜେପି ସଭାପତି ଅରୁଣ ସୁଦ ସାଂସଦ କିରଣ ଖେରଙ୍କ ଅନୁପସ୍ଥିତି ବାବଦରେ କଂଗ୍ରେସର ଏକ ଅଭିଯୋଗର ଜବାବ ଦେଇଥିଲେ। ଆଉ ଏହି ସମୟରେ ସେ କହିଥିଲେ କିରଣ ଖେର କ୍ୟାନସରରେ ଆକ୍ରାନ୍ତ।

ସାଂସଦ କିରଣ ଖେର ଏବେ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ଯେଉଁଥିପାଇଁ ସେ ଆସନ୍ତା କିଛି ଦିନ ପାଇଁ ତାଙ୍କ ଲୋକସଭା ଆସନ ତଥା ଚଣ୍ଡିଗଡ଼ ସହରକୁ ଆସିପାରିବେ ନାହିଁ। ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ଅରୁଣ ସୁଦ କହିଛନ୍ତି।

ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ ଲକଡାଉନରେ ମଧ୍ୟ କିରଣ ଚଣ୍ଡିଗଡ଼ରେ ରହି ଲୋକଙ୍କୁ ସହଯୋଗ କରୁଥିଲେ। ତେବେ ନଭେମ୍ବରରେ ତାଙ୍କ ହାତ ଭାଙ୍ଗିଯାଇଥିଲା। ଏହା ପରେ ସେ ଚଣ୍ଡିଗଡ଼ରେ ଚିକିତ୍ସିତ ହୋଇଥିଲେ। ଏହି ସମୟରେ ସେ ମଲ୍ଟିପୁଲ୍ ମାଇଲୋମା ନାମକ ରୋଗରେ ଆକ୍ରାନ୍ତ ଥିବା ଦେଖିବାକୁ ମିଳିଥିଲା।

ଏହା ପରେ ସେ ମୁମ୍ବାଇକୁ ଚିକିତ୍ସା ପାଇଁ ଯାଇଥିଲେ। ୧୯୯୦ ମସିହାରେ କିରଣ ବଲିଉଡ ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ଫିଲ୍ମ ‘ସର୍ଦ୍ଦାର ବେଗମ’ରେ ପାଦ ଦେଇଥିଲେ। ତାଙ୍କୁ ଏହି ସିନେମା ପାଇଁ ଅନେକ ପୁରସ୍କାର ପ୍ରଦାନ କରିଥିଲେ। ବଲିଉଡ ଫିଲ୍ମ ଓମ୍ ଶାନ୍ତି ଓମ୍, ଦେବଦାସ, ଭୀର ଜେରା, ମେଁ ହୁଁ ନା, ରଙ୍ଗ ଦେ ବାସନ୍ତୀ, କଭି ଅଲବିଦା ନାଁ କେହେଁନା ଭଳି ଅନେକ ଫିଲ୍ମରେ ନିଜର ଅଭିନୟ ପାଇଁ ଘରେ ଘରେ ପରିଚିତ ଏହି କଳାକାର। ଟିଭି ପରଦାରେ ଆସିଥିବା ଏକ ରିଆଲିଟି ଶୋରେ ମଧ୍ୟ କିରଣ ଖେରଙ୍କୁ ଦେଖିବାକୁ ମିଳେ। ୧୯୮୩ରେ ପଞ୍ଜାବୀ ଫିଲ୍ମ ‘ଅସର ପ୍ୟାର ଦା’ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ କିରଣ ଖେର।

The post ବଲିଉଡ ଅଭିନେତ୍ରୀ କିରଣ ଖେର୍ ବ୍ଲଡ କ୍ୟାନସରରେ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3ueIydQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages