ପୁଲିସ ଆପଣାଇଲା `Pawri’ ଥିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ପୁଲିସ ଆପଣାଇଲା `Pawri’ ଥିମ୍

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଜଣେ ପାକିସ୍ତାନୀ ଝିଅର `Pawri’ ତଥା `ୟାହାଁ ପାୱରୀ ହୋ ରହି ହୈ’ ଥିମ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ଯୁବପିଢ଼ିମାନେ ଜୋରସୋରେ ଆପଣାଉଛନ୍ତି। ଏବେ ଏହି ଭାଇରାଲ ଥିମକୁ ପୁଲିସ ମଧ୍ୟ ଆପଣାଇଛି। ଏହି ଥିମ୍‌କୁ ଆପଣାଇ ପୁଲିସ କହିଛି `ୟେ ହମ୍‌ ହୈ, ୟେ ହମାରୀ ମ୍ୟୁଟନ୍ସ ହୈ, ଔର ୟହାଁ `Pawri’  ହୋ ରହି ହୈ’। ଏହି ଭାଇରାଲ ଥିମ୍‌ର ସାହାରା ନେଇଛି ଦିଲ୍ଲୀ ପୁଲିସ। ଏଭଳି ନିଆରା ଉପାୟକୁ ଆପଣାଇ ପୁଲିସ କରୋନା ଏବଂ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରିଛି।

ନିକଟରେ ସେଣ୍ଟ୍ରାଲ ଦିଲ୍ଲୀର ଡିସିପି ନିଜ ଟ୍ୱିଟର ଆକାଉଣ୍ଟରେ ଏକ କାର୍ଟୁନ ଫଟୋ ଶେଆର କରିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଟୁନ୍ ଡିଜାଇନ୍ କରାଯାଇଛି। ଏଥିରେ କରୋନା ଭାଇରସକୁ ଏକ କାର୍ଟୁନ୍ ଭାବେ ଚିତ୍ରିତ କରାଯାଇଛି। ଏହି ଫଟୋଟି ପ୍ରଥମରୁ କରୋନା ଭାଇରସର ଇଣ୍ଟ୍ରଡକ୍ସନରୁ ଆରମ୍ଭ ହୋଇଛି। ଏଥିରେ ଲେଖା ହୋଇଛି- “ୟେ ହମ୍‌ ହୈ, ୟେ ହମାରୀ ମ୍ୟୁଟନ୍ସ ହୈ, ଔର ୟହାଁ `Pawri’  ହୋ ରହି ହୈ।” ଏହି ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି। ଫଟୋଟିକୁ ଶେଆର କରି ଦିଲ୍ଲୀ ଡିସିପି କ୍ୟାପସନରେ ଲେଖିଛନ୍ତି, କୋଭିଡ -19 ର ବିସ୍ତାରକୁ ରୋକିବା ପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ।

ଦିଲ୍ଲୀ ପୁଲିସର ସଚେତନ କରିବାର ଏଭଳି ନିଆରା ଷ୍ଟାଇଲ୍‌କୁ ଦେଖି ଲୋକେ ପ୍ରଶଂସା କରିବା ସହ ପସନ୍ଦ ମଧ୍ୟ କରୁଛନ୍ତି। ସେପଟେ ଏହି କାର୍ଟୁନକୁ ତିଆରି କରିଥିବା ଅଜଣା ବ୍ୟକ୍ତିଙ୍କୁ ପୁଲିସ ଧନ୍ୟବାଦ ଦେଇଛି।  ବର୍ତ୍ତମାନ ଯାଏଁ ଦିଲ୍ଲୀ ପୁଲିସର ଏହି ଟୁଇଟରେ ଅଢ଼େଇ ହଜାରରୁ ଅଧିକ ଲୋକେ ଲାଇକ୍‌ କରିସାରିଲେଣି।

ସୂଚନାଯୋଗ୍ୟ ଯେ, ଦେଶରେ ପୁଣିଥରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନାରୁ ରକ୍ଷା ପାଇବା ପାଇଁ ଟିକାକରଣ ମଧ୍ୟ ଚାଲିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦିଲ୍ଲୀରେ ମଧ୍ୟ ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ନିଜ ନିଜ ଢ଼ଙ୍ଗରେ ଲୋକଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା ଜାରି ରଖିଛି।

The post ପୁଲିସ ଆପଣାଇଲା `Pawri’ ଥିମ୍ appeared first on Odisha Reporter.



from Odisha Reporter https://ift.tt/2QylB6K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages