ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ହଠାତ୍ ଲମ୍ବ ଡିଆଁ ମାରୁଥିବାରୁ ସର୍ବସାଧାରଣ ସ୍ଥାନରେ ସମାବେଶକୁ ବାରଣ କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଆଜି ଗୁଡ୍ ଫ୍ରାଇଡେ ପାଳନ ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଟକଣା ଲଗାଯାଇଛି । ବିଏମ୍ସି ଅଧୀନ କୌଣସି ସର୍ବସାଧାରଣ ସ୍ଥାନରେ ସମାବେଶକୁ ବାରଣ କରାଯାଇଛି ।
ଚର୍ଚ୍ଚରେ ୫୦ ଭିତରେ ଲୋକଙ୍କୁ ନେଇ ଧାର୍ମିକ ରୀତିନୀତି କରିବାକୁ ଅନୁମତି ଦେଇଛି ବିଏମ୍ସି। ୬ ଫୁଟ ସାମାଜିକ ଦୂରତ୍ୱ ମାନି ଧାର୍ମିକ କାର୍ଯ୍ୟ କରାଯାଇପାରିବ। ଚର୍ଚ୍ଚ ଭିତରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ଭାଗ ନେବାକୁ ବାରଣ କରାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି କରୋନା ଗ୍ରାଫ ହଠାତ୍ ବଢ଼ିଯାଇ ୪ଶହ ପାଖାପାଖି ପହଞ୍ଚି ଯାଇଥିଲା। ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାବ୍ୟତୀତ କଳାହାଣ୍ଡି ଜିଲ୍ଲାରୁ ୪୩, ନୂଆପଡ଼ା ଜିଲ୍ଲାରୁ ୪୦, ବରଗଡ଼ ଜିଲ୍ଲାରୁ ୩୪, ସୁନ୍ଦରଗଡ଼ରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଲକଡାଉନ ଓ ଶଟଡାଉନ ଭଳି ପଦକ୍ଷେପ ନେଇପାରିବେ ବୋଲି କେନ୍ଦ୍ର ପକ୍ଷରୁ ଅନୁମତି ଦିଆଯାଇଛି। ତେବେ ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ଓ ଶଟଡାଉନ ପାଇଁ ଜାରି କରିଥିବା ଗାଇଡଲାଇନକୁ ପାଳନ କରିବାକୁ କୁହାଯାଇଛି।
ସେହିପରି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ଗାଇଡଲାଇନରେ କୁହାଯାଇଛି। ଯେଉଁ ସବୁ ରାଜ୍ୟରେ ଆରଟିପିସିଆର ଟେଷ୍ଟ କମ ରହିଛି, ତା’କୁ ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅତି କମରେ ୭୦% ଆରଟିପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ଗାଇଡଲାଇନରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ଚଳାଚଳ ପୂର୍ବଭଳି ଜାରି ରହିବ। କରୋନା କଟକଣା ମାନି ସିନେଲା ହଲ, ମଲ ଓ ମାର୍କେଟ ଖୋଲି ପାରିବ ବୋଲି କୁହାଯାଇଛି।
The post ଆଜି ଗୁଡ୍ ଫ୍ରାଇଡେ; ୫୦ରୁ କମ୍ ଲୋକଙ୍କୁ ନେଇ ହେବ ଧାର୍ମିକ ରୀତିନୀତି appeared first on Odisha Reporter.
from Odisha Reporter https://ift.tt/2OcMhJg
No comments:
Post a Comment