ଆତ୍ମହତ୍ୟା ମିଛ, ହତ୍ୟା ସତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 1, 2021

ଆତ୍ମହତ୍ୟା ମିଛ, ହତ୍ୟା ସତ !

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଦେଓଗାଁ ଥାନା ବଡଡୁଙ୍ଗୁରୀପାଲି ଗାଁର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ବାପ ଘର ଲୋକେ ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ଗାଁର ସୁଶାନ୍ତ ମେହେରଙ୍କ ସ୍ତ୍ରୀ ରଶ୍ମିତା।

ସୂଚନା ଅନୁଯାୟୀ, ୨୦୧୪ ମସିହାରେ ବଲାଙ୍ଗିର ସଦରଥାନା ଚୁଡାପାଲି ଗାଁର ସୁରେନ୍ଦ୍ର ମେହେରଙ୍କ ଝିଅକୁ ଦେଓଗାଁ ଥାନା ବଡଡୁଙ୍ଗୁରୀପାଲି ଗାଁର ଭଗବାନ ମେହେରଙ୍କ ପୁଅ ସୁଶାନ୍ତ ମେହେର ବାହା ହୋଇଥିଲେ। ଗତକାଲି  ରଶ୍ମିତାଙ୍କର ମୃତ୍ୟୁ ହୋଇଥିବା ନେଇ ବାପା ସୁରେନ୍ଦ୍ରଙ୍କୁ ଶାଶୂଘର ଲୋକେ ଖବର ଦେଇଥିଲେ। ସୁରେନ୍ଦ୍ର ଯାଇ ଦେଖିବା ବେଳକୁ ଖଟ ଉପରେ ଝିଅର ମୃତ ଦେହ ପଡିଥିଲା । ରଶ୍ମିତା ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକେ କହୁଥିବା ବେଳେ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଯୌତୁକ ପାଇଁ ହତ୍ୟା କରାଯାଇଥିବା ରଶ୍ମିତାଙ୍କ ବାପା ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାହାଘର ସମୟରେ ସାଧ୍ୟ ମୁତାବକ ଯୌତୁକ  ଦେଇଥିଲେ ସୁରେନ୍ଦ୍ର । କିନ୍ତୁ ବିବାହ ପରେ ସ୍ୱାମୀ ଅଧିକ ଯୌତୁକ ଦାବି କରି ବାରମ୍ୱାର ରଶ୍ମିତାକୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲେ।

ତେଣୁ ଝିଅକୁ ହତ୍ୟା କରାଯାଇଥିବା ସୁରେନ୍ଦ୍ର ଅଭିଯୋଗ କରିଛନ୍ତି। ସେପଟେ ଦେଓଗାଁ ପୁଲିସ ଥାନାରେ ମୃତ ରଶ୍ମିତାଙ୍କ ସ୍ୱାମୀ ସୁଶାନ୍ତଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ରଶ୍ମିତାଙ୍କ ଏକ ୬ ବର୍ଷର ପୁଅ ମଧ୍ୟ ରହିଛି ।

The post ଆତ୍ମହତ୍ୟା ମିଛ, ହତ୍ୟା ସତ ! appeared first on Odisha Reporter.



from Odisha Reporter https://ift.tt/3cH3m7E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages