ମାଛ ଖାଇବାକୁ ସାଧାରଣତଃ ସମସ୍ତେ ଭଲ ପାଆନ୍ତି। ଏହାକୁ କିଏ ତରକାରୀ କରି ଖାଏ ତ ଆଉ କିଏ ଭଜା କରି। ସେହିପରି କିଏ କିଏ ଏହାକୁ ପକୋଡା କରି ମଧ୍ୟ ଖାଇଥା’ନ୍ତି। ମାଛରୁ ବିଭିନ୍ନ ପ୍ରକାରରେ ଫ୍ୟୁଜନ ଓ କଣ୍ଟିନେଣ୍ଟାଲ ରେସିପି ମଧ୍ୟ ତିଆରି ହୁଏ। ତେବେ ଆମେ ଏଠାରେ ଆପଣଙ୍କୁ ମାଛର ଏକ ଖଣ୍ଟି ଦେଶୀ ରେସିପି ବିଷୟର କହିବାକୁ ଯାଉଛି ଯାହାର ନାଁ ହେଲା ସିଝା ମାଛ ଝୋଳ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।
ସାମଗ୍ରୀ: ୭୦୦ ଗ୍ରାମ ଭାକୁର ମାଛ, ଦୁଇଟି କଟା ପିଆଜ, ଦୁଇଟି କଟା ଟମାଟୋ, ୩ରୁ ୪ଟି କଟା କଞ୍ଚା ଲଙ୍କା, ଡାଲଚିନି ଏକ ଖଣ୍ଡ, ଗୁଜରାତି ୩ରୁ ୪ଟି, ଅଳେଇଚ ୩ରୁ ୪ଟି, ଗୋଳମରିଚ ଅଧା ଛୋଟ ଚାମଚ, ଅନାସୀଫୁଲ ଓ ଜାୟତ୍ରୀ ଗୋଟିଏ, ୧ ଚାମଚ ଲଙ୍କା ଗୁଣ୍ଡ, ଦୁଇଟି କଟା ପିଆଜ ସଣ୍ଢା, ତେଲ ୩ରୁ ୪ ଚାମଚ, କଟା ଧନିଆପତ୍ର ୧ କପ୍, ଅଦା ରୁସୁଣ ବଟା ୧ ଚାମଚ, ୧ ଇଞ୍ଚ କଟା ଅଦା ଓ ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭାକୁର ମାଛକୁ କାଟି ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ କଢ଼େଇରେ ତେଲ ପକାଇ ମାଛକୁ ସେଥିରେ ରଖନ୍ତୁ। ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଟମାଟୋ, ଡାଲଚିନି, ଗୁଜରାତି, ଅଳେଇଚ, ଗୋଲମରିଚ, ଅନାସୀଫୁଲ, ଜାୟତ୍ରୀ, ଲଙ୍କାଗୁଣ୍ଡ, ପିଆଜ ସଣ୍ଢା, ସ୍ୱାଦ ଅନୁସାରେ ଲୁଣ ଓ ଅଳ୍ପ ପାଣି ଦେଇ ୧୦ ମିନିଟ୍ ପାଇଁ ଘୋଡାଇ ଦିଅନ୍ତୁ। ଏହାପରେ କଢ଼େଇକୁ ଚୁଲିରେ ବସାଇ ମାଛକୁ ସିଝିବାକୁ ଦିଅନ୍ତୁ। କିଛି ସମୟ ପରେ ଘୋଡଣି ବାହାର କରି ସେଥିରେ ଅଦା ରସୁଣ ବଟା ଗୋଳାନ୍ତୁ ଓ ଆଉ କିଛି ସମୟ ସିଝିବାକୁ ଦିଅନ୍ତୁ। ପରେ ସେଥିରେ କଟା ଅଦା, ଧନିଆ ପତ୍ର ଓ ଅଳ୍ପ ଲଙ୍କାଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଏହି ମାଛ ଉପରେ ପକାନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବା ସିଝା ମାଛ ଝୋଳ।
ତଥ୍ୟ- ( ଟେଷ୍ଟ ଅଫ୍ ଓଡ଼ିଶା, ଓଟିଭି)
The post ସିଝା ମାଛ ଝୋଳ appeared first on Odisha Reporter.
from Odisha Reporter https://ift.tt/3aEH30Z
No comments:
Post a Comment