ବ୍ୟବସାୟରେ ସଫଳ ହେବାକୁ ଚାହୁଁଥିଲେ, ରଖନ୍ତୁ ଏହି ସବୁ ଧ୍ୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 10, 2021

ବ୍ୟବସାୟରେ ସଫଳ ହେବାକୁ ଚାହୁଁଥିଲେ, ରଖନ୍ତୁ ଏହି ସବୁ ଧ୍ୟାନ

ଯେକୌଣସି ବି ବ୍ୟବସାୟ ଆରମ୍ଭ କରିବା ମାତ୍ରେ ସଫଳତା ମିଳିଯିବ, ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାମ କରିବା ସହ ବାସ୍ତୁ ଦୋଷ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ। ବାସ୍ତୁଶାସ୍ତ୍ରରେ ଏଭଳି କିଛି ଉପାୟ ବିଷୟରେ କୁହାଯାଇଛି, ଯାହାକୁ ପ୍ରୟୋଗ କରି ଆପଣ ନିଜ ବ୍ୟବସାୟରେ ଉନ୍ନତି କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ।

  • ଯଦି ଆପଣ ଏକ ଦୋକାନ କିମ୍ବା ଅଫିସ୍ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହା ଉତ୍ତର, ଉତ୍ତର-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଯେପରି ରହିବ ସେଥିପ୍ରତି ଧ୍ୟାନ ରଖନ୍ତୁ। ଏହି ଦିଗରେ ଦୋକାନ କିମ୍ବା ଅଫିସ ରହିଲେ ସକରାତ୍ମକ ଶକ୍ତି ଏବଂ ଗୁଡ୍‌ଲକ୍‌ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱା ରହିଛି।
  • ଦୋକାନ କିମ୍ବା ଅଫିସର ମୁଖ୍ୟ ଦ୍ୱାର ସାମ୍ନାରେ ବିଦ୍ୟୁତ୍‌ ଖୁଣ୍ଟ, ବଡ ପଥର ଖଣ୍ଡ ଭଳି କୌଣସି ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ । ମୁଖ୍ୟ ଫାଟକ ସମ୍ପୂର୍ଣ୍ଣ ଖାଲି ଏବଂ ଏହାର ଦିଗ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଉଚିତ। ଏଥିସହ ନିଜ ଅଫିସ ତଥା ଦୋକାନର ମଧ୍ୟଭାଗକୁ ଯେତେ ସମ୍ଭବ ସେତେ ଖାଲି ରଖିବାକୁ ଚେଷ୍ଟା କରନ୍ତୁ।
  • ଆପଣଙ୍କ ଅଫିସ୍ ବା ଦୋକାନ ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ୍ ଏବଂ ଆପଣ ଏପରି ଭାବରେ ବସିବା ଉଚିତ୍ ଯେ ଆପଣଙ୍କ ମୁହଁଟି ଉତ୍ତର ଦିଗକୁ ରହିବ। ଆପଣ ଯେଉଁଠି ବସିବେ ତା’ ପଛପଟେ ଯେପରି ଭଗବାନଙ୍କ କୌଣସି ମୂର୍ତ୍ତି କିମ୍ବା ଫଟୋ ନ ରହିବ ସେଥିପ୍ରତି ଧ୍ୟାନ ଦେବା ଉଚିତ।
  • ଯଦି ଆପଣଙ୍କର ଟେବୁଲ୍ ଆୟତାକାର ହୋଇଥାଏ, ତା’ହେଲେ ଅତ୍ୟନ୍ତ ଭଲ। ବିକୃତ ଆକାରର ଟେବୁଲ ଗୁଡିକ ନକାରାତ୍ମକତା ଶକ୍ତି ଉତ୍ପନ୍ନ କରିଥାଏ, ଏହାଦ୍ୱାରା ନିର୍ଣ୍ଣୟ ପ୍ରକ୍ରିୟା ପ୍ରଭାବିତ ହୋଇପାରେ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।
  • ଆପଣଙ୍କ ଅଫିସରେ ଶୌଚାଳୟ ଯେପରି ଉତ୍ତର-ପଶ୍ଚିମ ଦିଗରେ ନରହିବ ସେଥିପ୍ରତି ଧ୍ୟାନ ରଖିବା ଉଚିତ। ଏହି ଦିଗରେ ଶୌଚାଳୟ ରହିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିଚାଳନା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଆର୍ଥିକ ସ୍ଥିତିରେ ସମସ୍ୟା ଉପୁଜିବ।
  • ସମସ୍ତ ବିଦ୍ୟୁତ୍ ଉପକରଣକୁ ଅଫିସ୍ ବିଲ୍ଡିଂର ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ। ବାସ୍ତୁ ଅନୁଯାୟୀ ଏଥିପାଇଁ ଏହା ବେଶ ଉପଯୁକ୍ତ ସ୍ଥାନ।
  • ଅଫିସର ଆକାଉଣ୍ଟ ବିଭାଗଟି ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ। ସେହିପରି କର୍ମଚାରୀମାନେ ପୂର୍ବ କିମ୍ବା ଉତ୍ତର ଆଡକୁ ମୁହଁ କରି ବସିବା ଉଚିତ୍।

The post ବ୍ୟବସାୟରେ ସଫଳ ହେବାକୁ ଚାହୁଁଥିଲେ, ରଖନ୍ତୁ ଏହି ସବୁ ଧ୍ୟାନ appeared first on Odisha Reporter.



from Odisha Reporter https://ift.tt/3tavc1Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages