ମାଓବାଦୀଙ୍କ ବର୍ବରକାଣ୍ଡ: ୩ ଦିନରେ ଦୁଇ ଜଣ ପୁଲିସଙ୍କ ସହ ୫ ଜଣଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ମାଓବାଦୀଙ୍କ ବର୍ବରକାଣ୍ଡ: ୩ ଦିନରେ ଦୁଇ ଜଣ ପୁଲିସଙ୍କ ସହ ୫ ଜଣଙ୍କୁ ହତ୍ୟା

ରାୟପୁର: ୨୨ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବାର ଦୁଇ ସପ୍ତାହ ପରେ ପୁଣିଥରେ ଛତିଶଗଡ଼ରେ ସକ୍ରିୟ ହୋଇଛନ୍ତି ମାଓବାଦୀ। ଗତ ୩ ଦିନରେ ମାଓବାଦୀମାନେ ବସ୍ତର ଡିଭିଜନରେ ୫ ଜଣଙ୍କୁ ହତ୍ୟା କରିସାରିଲେଣି। ଏମାନଙ୍କ ମଧ୍ୟରେ ଦୁଇ ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ରହିଛନ୍ତି।

ଗୁରୁବାର ସୁକମା ଜିଲ୍ଲା ଭେଜି ପୁଲିସ୍‌ ଷ୍ଟେସନ ଠାରୁ ୫୦୦ ମିଟର ଦୂରରୁ ଆସିସଷ୍ଟାଣ୍ଟ କନଷ୍ଟେବଲ ଧନିରାମ କଶ୍ୟପ ଓ ପୁନେମ ହଡ଼ମାଙ୍କ ମୃତଦେହ ମିଳିଥିଲା। ଏଠାରେ ଗୋଟିଏ ସଂକୀର୍ଣ୍ଣ ମାଟି ରାସ୍ତାରୁ ଏମାନଙ୍କ ମୃତଦେହ ଠାବ ହୋଇଥିଲା। ସେମାନେ ଗାଡ଼ିରେ ଯାଉଥିବାବେଳେ ମାଓବାଦୀମାନେ ସେମାନଙ୍କୁ ଘୋଷାଡ଼ି ନେଇ ତଣ୍ଟି କାଟି ହତ୍ୟା କରିଥିଲେ।

ପ୍ରଥମେ ସେମାନଙ୍କୁ ବ୍ୟକ୍ତିଗତ ଶତ୍ରୁତା କାରଣରୁ ହତ୍ୟା କରାଯାଇଥିବା କୁହାଯାଉଥିଲା। ହେଲେ ଏବେ ଜଣାପଡ଼ିଛି ଯେ ମାଓବାଦୀମାନେ ହିଁ ଏହି ନାରକୀୟକାଣ୍ତ ଘଟାଇଛନ୍ତି। ସେମାନେ ନିଜ ଘରକୁ ସଉଦା କିଣିବାକୁ ଯାଉଥିବା ବେଳେ ଏକାଧିକ ମାଓବାଦୀ ସେମାନଙ୍କୁ ଘେରି ଯାଇଥିଲେ। ଏହାପରେ ସେମାନଙ୍କୁ ମାଡ଼ ମାରିବା ସହ ତଣ୍ଟି କାଟି ହତ୍ୟା କରିଥିଲେ ବୋଲି ପୁଲିସ୍‌ କହିଛି।

ସେହିପରି ଗତକାଲି ଏହି ଅଞ୍ଚଳର ୩ ଜଣ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ଏମାନେ ପୁଲିସ୍‌ ଇନଫରମର ଭାବେ କାର୍ଯ୍ୟ କରୁଥିବା ସନ୍ଦେହ କରି ମାଓବାଦୀମାନେ ସମସ୍ତଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏପ୍ରିଲ ୩-୪ରେ ନକ୍ସଲ ଓ ସୁରକ୍ଷାକର୍ମୀମାନେ ବିଜାପୁରରେ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ସେହିପରି ମାଓବାଦୀମାନେ ରାକେଶ୍ୱର ସିଂହ ମାନହାସ ନାମକ ଜଣେ ଯବାନଙ୍କୁ ଅପହରଣ କରିନଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ମଧ୍ୟସ୍ଥିଙ୍କ ସହ ଆଲୋଚନା କରି ସେମାନେ ରାକେଶ୍ୱରଙ୍କୁ ସୁରକ୍ଷିତ ଫେରାଇ ଦେଇଥିଲେ।

The post ମାଓବାଦୀଙ୍କ ବର୍ବରକାଣ୍ଡ: ୩ ଦିନରେ ଦୁଇ ଜଣ ପୁଲିସଙ୍କ ସହ ୫ ଜଣଙ୍କୁ ହତ୍ୟା appeared first on Odisha Reporter.



from Odisha Reporter https://ift.tt/3tFWmhD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages