କାମାକ୍ଷାନଗର (ବିଦ୍ୟାଧର ବରାଳ): ରକ୍ତମୁଖା ହେଲେ। ଫାର୍ସାରେ ସ୍ତ୍ରୀ ଓ ଦୁଇଝିଅଙ୍କୁ ହାଣିଦେଲେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଡିମିରିଆ ଗାଁରେ ଘଟିଛି ଏହି ଘଟଣା।
ଅଭିଯୁକ୍ତଙ୍କ ନାଁ ପ୍ରାଣବନ୍ଧୁ ରାଉତ। ଆହତମାନେ ହେଲେ ପ୍ରାଣବନ୍ଧୁଙ୍କ ପତ୍ନୀ ମିନାକ୍ଷୀ ରାଉତ ଏବଂ ଦୁଇ ଝିଅ ଅଞ୍ଜଳି ଓ ମୋନାଲିସା ରାଉତ।
ମିନାକ୍ଷୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଦୁଇ ଝିଅଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରାଣବନ୍ଧୁ କାମଧନ୍ଦା ନକରି ଘରେ ବସି ରହୁଥିଲେ। ପତ୍ନୀ ଏହାର ବିରୋଧ କରିବାକୁ ବଚସା ହୋଇଥିଲା। ଆଉ ଉତ୍କ୍ଷିପ୍ତ ପ୍ରାଣବନ୍ଧୁ ପତ୍ନୀଙ୍କ ସହିତ ଦୁଇ ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲେ।
ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ପ୍ରାଣବନ୍ଧୁ ରାଉତଙ୍କୁ କାବୁ କରିଥିଲେ। କାମାକ୍ଷାନଗର ପୁଲିସ୍ ଘଟଣାର ତଦନ୍ତ କରୁଛି।
The post କାମଧନ୍ଦା ନ କରି ଘରେ ବସି ରହୁଥିଲେ, ପ୍ରତିବାଦ କରିବାରୁ ରକ୍ତମୁଖା ହେଲେ appeared first on Odisha Reporter.
from Odisha Reporter https://ift.tt/3rGqZBv
No comments:
Post a Comment