ଭାରତକୁ ବିନା ଲାଭରେ ଫାଇଜାର କମ୍ପାନୀ ଟିକା ଦେବାକୁ ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 22, 2021

ଭାରତକୁ ବିନା ଲାଭରେ ଫାଇଜାର କମ୍ପାନୀ ଟିକା ଦେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଆମେରିକାର ଟିକା କମ୍ପାନୀ ଫାଇଜର ଏବେ ଭାରତର ଟିକାକରଣରେ ସାମିଲ୍ ହେବାକୁ ଲକ୍ଷ୍ୟ ରଖିଛି। ବିନା ଲାଭରେ ସେ ଟିକାକରଣରେ ସାମିଲ୍ ହେବାକୁ ଚାହୁଁଛି ବୋଲି କହିଛି। ଏ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ରହିଛି। ଫାଇଜର ବାୟୋଏଣ୍ଟେକ୍-୧୯ ହେଉଛି ଏମ୍ ଆରଏନଏ ଟିକା। ଭାରତରେ ଏହି କମ୍ପାନୀ ସରକାରୀ କଣ୍ଟ୍ରାକ୍ଟ ଜରିଆରେ ଟିକା ଦେବ ବୋଲି ରାଜିଥିବା କହିଛି।

ଫାଇଜରର ମୁଖପାତ୍ର କହିଛନ୍ତି, ଯେ ଦେଶରେ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଆଗ୍ରହ ରଖିଛି। କମ୍ପାନୀ କେବଳ ସରକାରୀ କଣ୍ଟ୍ରାକ୍ଟ ମାଧ୍ୟମରେ କୋଭିଡ ଟିକା ଯୋଗାଇବ ଏବଂ ଭାରତ ସରକାରଙ୍କ ନିୟମ ଅନୁଯାୟୀ ଟିକାକରଣ କାର୍ଯ୍ୟକ୍ରମକୁ ସମର୍ଥନ କରିବ। ତେବେ ଏହି ଫାଇଜର ଟିକାର ଦାମ କେତେ ରହିବ ସୂଚନା ମିଳି ପାରି ନାହିଁ।

ଫାଇଜର ପୂର୍ବରୁ ରୁଷିଆର ସ୍ପୁଟନିକ ଭିକୁ କେନ୍ଦ୍ର ସରକାର ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହି ଟିକା କିନ୍ତୁ କେବଳ ଖୋଲା ବଜାରରେ ଉପଲବ୍ଧ ହେବ। ଏହି ଟିକାର ସଫଳତା ହାର ୯୧ ପ୍ରତିଶତ ରହିଥିବା ସୂଚନା ରହିଛି। ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲ୍ୟାବ ଏହାର ସଂଚାଳନ କରୁଛି। ମେ ମାସ ଶେଷ ସୁଦ୍ଧା କିମ୍ୱା ଜୁନ୍ ପ୍ରଥମ ସପ୍ତାହରେ ଏହି ଟିକା ଉପଲବ୍ଧ ହେବ ବୋଲି ସୂଚନା ରହିଛି। ଏହି ଟିକାର ଦାମ ୭୫୦ ଟଙ୍କା ରହିଛି।

ଭାରତରେ ଏଯାବତ କୋଭିଶିଲ୍ଡ ଏବଂ କୋଭାକ୍ସିନକୁ ବ୍ୟବହାର କରିବା ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଏହି ଦୁଇଟି ଟିକା ଭାରତରେ ତିଆରି ହୋଇଛି। କୋଭିଶିଲ୍ଡ ବ୍ରିଟେନର ଆଷ୍ଟ୍ରାଜେନିକା ସହିତ ମିଶି ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତିଆରି କରିଥିବା ବେଳେ କୋଭାକ୍ସିନ ହାଇଦ୍ରାବାଦର ଭାରତ ବାୟୋଟେକ ଓ ଆଇସିଏମଆର ମିଶି ତିଆରି କରିଛନ୍ତି।

The post ଭାରତକୁ ବିନା ଲାଭରେ ଫାଇଜାର କମ୍ପାନୀ ଟିକା ଦେବାକୁ ପ୍ରସ୍ତୁତ appeared first on Odisha Reporter.



from Odisha Reporter https://ift.tt/2RZC9oT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages