ଅକ୍ସିଜେନ ଅଭାବରୁ ପୁଣି ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

ଅକ୍ସିଜେନ ଅଭାବରୁ ପୁଣି ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ!

ଲକ୍ଷ୍ନୌ: ପୁଣିଥରେ ଅକ୍ସିଜେନ ଅଭାବରୁ ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶ ମୀରଟର ଦୁଇଟି ହସ୍ପଟିଲରେ ୭ ଜଣ କରୋନା ରୋଗୀ ଅକ୍ସିଜେନ ସଙ୍କଟରୁ ପ୍ରାଣ ହରାଇଥିବା ବେଳେ ଆଗ୍ରାରେ ୮ ଜଣ ରୋଗୀ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମୀରଟର ଆନନ୍ଦ ନାମକ ଘରୋଇ ହସ୍ପିଟାଲରେ ୩ ଜଣ କରୋନା ରୋଗୀ ଓ କେଏମସି ହସ୍ପିଟାଲରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

ଦେଶରେ ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ ଅକ୍ସିଜେନ ସଙ୍କଟର ଅଭିଯୋଗ ଆସୁଛି। ହେଲେ ଉତ୍ତର ପ୍ରଦେଶରେ କୌଣସି ପ୍ରକାରର ଅମ୍ଳଜାନର ଅଭାବ ନଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ। ହେଲେ ଗତକାଲି ୩ଟି ହସ୍ପିଟାଲରେ ୧୫ ଜଣ କରୋନା ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ସେହିପରି ମୀରଟରେ ଥିବା ଏକାଧିକ ହସ୍ପିଟାଲ ରୋଗୀଙ୍କ ପରିବାର ଲୋକଙ୍କୁ ଅକ୍ସିଜେନ ଯୋଗାଡ଼ କରିବାକୁ ମଧ୍ୟ କହିଥିବା ଜଣାପଡ଼ିଛି। କେବଳ ଅକ୍ସିଜେନ ନୁହେଁ, ରେମଡେସିଭିର ଇଞ୍ଜେକସନର ଅଭାବ ମଧ୍ୟ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି।

ଆନନ୍ଦ ହସ୍ପିଟାଲର ମେଡିକାଲ ସୁପରିନଟେଣ୍ଡେଣ୍ଟ ଡା ସୁଭାଷ ଯାଦବ କହିଛନ୍ତି, ଅକ୍ସିଜେନର ଅଭାବ ନିୟମିତ ଦେଖିବାକୁ ମିଳୁଛି। ଆମେ ଦୈନିକ ୪୦୦ ସିଲିଣ୍ଡର ଆବଶ୍ୟକ କରୁଥିବା ବେଳେ ଆକୁ ୯୦ଟି ମିଳୁଛି। ଏହି କାରଣ ପାଇଁ ହସ୍ପିଟାଲ ପକ୍ଷରୁ ଗୁରୁତର ଅସୁସ୍ଥ ଲୋକଙ୍କୁ ବାଧ୍ୟ ହୋଇ ଅନ୍ୟତ୍ର ପଠାଇ ଦିଆଯାଉଛି। ଗତକାଲି ହସ୍ପିଟାଲରେ ହଠାତ୍‌ ଅକ୍ସିଜେନ ସରିଗଲା। ଫଳରେ ଆମର ୩ ଜଣ ରୋଗୀ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି।

କେଏମସି ହସ୍ପିଟାଲର ମୁଖ୍ୟ ଡା ସୁନୀଲ ଗୁପ୍ତା କହିଛନ୍ତି, ଆମ ହସ୍ପିଟାଲରେ କେବଳ ଗତକାଲି ୪ ଜଣ ପ୍ରାଣ ହରାଇନାହାନ୍ତି। ଏହାର ଦିନକ ପୂର୍ବରୁ ଆଉ ୩ ଜଣ ରୋଗୀ ମଧ୍ୟ ପ୍ରାଣ ହରାଇଥିଲେ। ଗତକାଲି ଦିନ ୧୨ଟାରୁ ସନ୍ଧ୍ୟା ୮ଟା ଯାଏ ଆମ ପାଖରେ ଆଦୌ ଅକ୍ସିଜେନ ନଥିଲା। ଯଦି ଆମ ପାଖରେ ଅକ୍ସିଜେନ ମହଜୁଦ ରହିଥାଆନ୍ତା, ତା’ହେଲେ ଆମେ ନିଶ୍ଚିତ ସମସ୍ତଙ୍କ ଜୀବନ ବଞ୍ଚାଇ ପାରିଥାଆନ୍ତୁ। ହସ୍ପିଟାଲରେ ସବୁଦିନ ଅକ୍ସିଜେନ ସମସ୍ୟା ଦେଖାଯାଉଛି ବୋଲି ସେ କହିଛନ୍ତି।

କୋଭିଡ୍‌ରେ ଆକ୍ରାନ୍ତ ନିଜ ମା’ଙ୍କ ଚିକିତ୍ସା ପାଇଁ ୨୮ ବର୍ଷୀୟ ମହମ୍ମଦ କସିମ ମୀରଟରୁ ୧୦୦ କିମି ଦୂର ହରିଆଣାର କର୍ଣ୍ଣାଲରୁ ୨୫ ହଜାର ଟଙ୍କା ଦେଇ ଅକ୍ସିଜେନ ସିଲିଣ୍ଡର ଆଣିଛନ୍ତି।

ଅନ୍ୟପକ୍ଷରେ ଆଗ୍ରାରେ ଥିବା ପାରସ ହସ୍ପିଟାଲରେ ୮ ଜଣ କରୋନା ରୋଗୀ ଅକ୍ସିଜେନ ଅଭାବରୁ ସବୁଦିନ ପାଇଁ ଆଖିବୁଜିଛନ୍ତି। ପ୍ରଶାସନକୁ ଅକ୍ସିଜେନ ସଙ୍କଟ ବିଷୟରେ ବହୁ ପୂର୍ବରୁ ଅବଗତ କରା ଯାଇଥିଲେ ହେଁ କୌଣସି ସୁଫଳ ମିଳି ନଥିବା ହସ୍ପିଟାଲର କର୍ମଚାରୀ ତନୁ ଚତୁର୍ବେଦୀ କହିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଭୁ ସିଂହ କହିଛନ୍ତି, ଗତ ୨୪ ଘଣ୍ଟା ହେଲାଣି ଏଠାରେ ଅକ୍ସିଜେନର ଅଭାବ ଦେଖାଯାଇଥିଲା। କିନ୍ତୁ ଖୁବଶୀଘ୍ର ଏହାର ସମାଧାନ କରାଯିବ। ହଠାତ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଅକ୍ସିଜେନ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିଲା।

ଉତ୍ତର ପ୍ରଦେଶର ଏକାଧିକ ହସ୍ପିଟାଲରେ ଆଉ ବେଡ୍‌ ନଥିବା ନୋଟିସ୍‌ ବାହାରେ ଝୁଲିବା ଆରମ୍ଭ କରିଛି। ସେହିପରି ଆକ୍ରାନ୍ତ ପରିବାର ଲୋକଙ୍କୁ ଅକ୍ସିଜେନ ଯୋଗାଣ କରିବାକୁ ମଧ୍ୟ ନୋଟିସ୍‌ ଲେଖାଯାଇ ପରାମର୍ଶ ଦିଆଯାଉଛି।

The post ଅକ୍ସିଜେନ ଅଭାବରୁ ପୁଣି ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ! appeared first on Odisha Reporter.



from Odisha Reporter https://ift.tt/32V58MQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages