ମୁମ୍ୱାଇ: ସୁପରହିଟ୍ ଶୋ’ ୟେ ରିସ୍ତା କ୍ୟା କହଲାତା ହେ’, ସସୁରାଲ ସିମର କା’ ଓ ୟେ ବାଦା ରହା’ ଭଳି ଧାରାବାହିକରେ ଅଭିନୟ କରିଥିବା ଅଭିନେତ୍ରୀ ବୈଶାଳୀ ଟକ୍କର ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି।
ମିଡିଆ ରିପୋର୍ଟ ମୁତାବକ, ବୈଶାଳୀ କେନିଆର ଜଣେ ଦନ୍ତ ଚିକିତ୍ସକଙ୍କୁ ବାହା ହେବେ। ସେମାନଙ୍କ ବାହାଘର ଆସନ୍ତା ମାସ (ମେ’)ରେ ଭାରତରେ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଏଠାରେ ତା’ର କାୟା ବଢ଼ାଇ ଚାଲିଥିବାରୁ ଏହି ଯୋଜନାକୁ ବଦଳା ଯାଇଛି।
ସ୍ପଟବୟକୁ ଦେଇଥିବା ଏକ ସାକ୍ଷାତକାରରେ ବୈଶାଳୀ କହିଛନ୍ତି ଯେ, ଅଭିନନ୍ଦନ ସିଂହ ହୁଦଲଙ୍କ ସହିତ ତାଙ୍କର ବିବାହ ହେବାକୁ ଯାଉଛି। ସେ କେନିଆରେ ରହନ୍ତି। ସେ ଜଣେ ଦନ୍ତ ଚିକିତ୍ସକ। କିଛି ବର୍ଷ ପୂର୍ବେ ସେ ମିଷ୍ଟର ଉଗାଣ୍ଡା ମୁକୁଟ ବି ହାସଲ କରିଥିଲେ।
ବୈଶାଳୀ କହିଛନ୍ତି ଯେ, ଏକ ଭାରତୀୟ ମ୍ୟାଟ୍ରିମୋନିଆଲ ସାଇଟ ମାଧ୍ୟମରେ ସେମାନେ ପରସ୍ପରକୁ ଜାଣିଥିଲେ। ତା’ପରେ ସେମାନଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା। ମେ’ ମାସରେ ଭାରତରେ ସେମାନଙ୍କର ବାହାଘର ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହି ଯୋଜନାକୁ ସ୍ଥଗିତ ରଖାଯାଇଛି।
The post ମିଷ୍ଟର ଉଗାଣ୍ଡାଙ୍କୁ ବାହା ହେବେ ବୈଶାଳୀ appeared first on Odisha Reporter.
from Odisha Reporter https://ift.tt/2Puwpmd
No comments:
Post a Comment