ଅଭିନେତା ଅମିତଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

ଅଭିନେତା ଅମିତଙ୍କ ପରଲୋକ

ମୁମ୍ବାଇ: ଅଭିନେତା ଅମିତ ମିସ୍ତ୍ରୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଇଛି।

ଅମିତଙ୍କ ମ୍ୟାନେଜର ମହର୍ଷି ଦେଶାଇ କହିଛନ୍ତି, ସେ ପୂରା ସୁସ୍ଥ ଥିଲେ। ସ୍ୱାସ୍ଥ୍ୟଜନିତ କୌଣସି ସମସ୍ୟା ସଂପର୍କରେ ସେ କିଛି କହି ନଥିଲେ। ଆଜି ସକାଳେ ଜଳଖିଆ ଖାଇବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କର ହୃଦ୍‌ଘାତ ହୋଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ମଧ୍ୟ ନେଇ ପାରି ନଥିଲେ। ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଖବର ପାଇବା ପରେ ତାଙ୍କର ସମସ୍ତ ସାଙ୍ଗସାଥୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହିପରି ଉଭୟ ବଲିଉଡ୍‌ ଓ ଟେଲିଭିଜନ ଦୁନିଆର ବହୁ ଲୋକ ତାଙ୍କ ମୃତ୍ୟୁ ଖବର ପାଇବା ପରେ ଦୁଃଖ ପ୍ରକାଶ କରିଛନ୍ତି।

ଅମିତ ଉଭୟ ବଡ଼ ଓ ଛୋଟ ପରଦାରେ କାମ କରିଥିଲେ। ତାଙ୍କ ଅଭିନୀତ ଧାରାବାହିକ ଗୁଡ଼ିକ ମଧ୍ୟରେ ରହିଛି ‘ତେନାଲି ରାମ’, ‘ଭଗବାନ ବଚାଏ ଇନ୍‌କୋ’, ‘ୟେ ଦୁନିଆ ହେ ରଙ୍ଗୀନ’ ଓ ‘ମ୍ୟାଡ୍‌ମ ସାର୍‌’। ‘ଦଫା ୪୨୦’ ଓ ‘ସାବଧାନ ଇଣ୍ଡିଆ’ ଭଳି ଟେଲିଭିଜନ ଶୋ’ରେ ବି ଅମିତ କାମ କରିଥିଲେ।

ସେହିପରି ସେ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ସେଗୁଡ଼ିକ ମଧ୍ୟରେ ରହିଛି- ‘କ୍ୟା କେହ୍‌ନା’, ‘ଶୋର୍ ଇନ୍‌ ଦି ସିଟି’, ‘ୟମଲା ପଗଲା ଦିୱାନା’, ‘ଗଲି ଗଲି ଚୋର ହେ’ ଓ ‘ଏ ଜେଣ୍ଟଲମ୍ୟାନ୍‌’।

The post ଅଭିନେତା ଅମିତଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/3tLbEBD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages