ଉଦ୍ଧାର ହେଲେ ଦୁଇ, ଏବେ ବି ଜଣେ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 24, 2021

ଉଦ୍ଧାର ହେଲେ ଦୁଇ, ଏବେ ବି ଜଣେ ନିଖୋଜ

ଗୌହାଟି: ଅପହୃତ ହୋଇଥିବା ତିନି ଓଏନଜିସି କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଛନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ଆସାମ ରାଇଫଲ୍ସ ଓ ଭାରତୀୟ ସେନା ମିଳିତ ଭାବରେ ଅପରେସନ କରି ଦୁଇ ଜଣଙ୍କୁ ଉଦ୍ଧାର କରିଛି। ହେଲେ ଏବେ ବି ଅନ୍ୟ ଜଣ ମହିଳା ଓଏନଜିସି କର୍ମଚାରୀ ଅପହୃତ ଥିବା ସୂଚନା ରହିଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ତିନି ଓଏନଜିସି କର୍ମଚାରୀଙ୍କ ମଧ୍ୟରୁ ମୋହିନୀ ମୋହନ ଗୋଗୋଇ, ଏବଂ ଆଲାକେଶ ସାଇକିଆ ଉଦ୍ଧାର ହୋଇଥିବା ବେଳେ ରିତୁଲ ସାଇକିଆଙ୍କ ଖୋଜ ଖବର ଏବେ ବି ମିଳିପାରି ନାହିଁ।

ଆସାମ-ନାଗାଲାଣ୍ଡ ସୀମା ନିକଟ ଶିବସାଗର ଜିଲ୍ଲାରୁ ଏପ୍ରିଲ୍ ୨୧ରେ ସନ୍ଦିଗ୍ଧ ULFA-I ଆତଙ୍କବାଦୀଙ୍କ ଦ୍ୱାରା ତିନି ଜଣ ONGC କର୍ମଚାରୀ ଅପହରଣ ହୋଇଥିଲେ।

ଯେଉଁ ଗାଡ଼ିରେ ଏହି ତିନି ଅପହରଣ ହୋଇଥିଲେ ତାହା ନାଗାଲାଣ୍ଡ-ଆସାମ ସୀମା ନିକଟ ନିମୋଙ୍ଗର ଜଙ୍ଗଲରୁ ପ୍ରଥମେ ଉଦ୍ଧାର ହୋଇଥିଲା। ଉଦ୍ଧାର ହୋଇଥିବା ଗାଡିଟି ଓଏନଜିସିର ବୋଲି ଜଣାପଡ଼ିଥିଲା। ଦୁଇ ଓଏନଜିସି କର୍ମଚାରୀଙ୍କୁ ଉଦ୍ଧାର କରିବା ବେଳେ ଏକ AK 47 ବନ୍ଧୁକ ଉଦ୍ଧାର ହୋଇଥିବା ସେନା କହିଛି।

The post ଉଦ୍ଧାର ହେଲେ ଦୁଇ, ଏବେ ବି ଜଣେ ନିଖୋଜ appeared first on Odisha Reporter.



from Odisha Reporter https://ift.tt/3ni156x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages