ଆଇଆଇଟି ରୁରକୀରୁ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ଆଇଆଇଟି ରୁରକୀରୁ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଡେରାଡୁନ: କରୋନା ପୁଣିଥରେ ବ୍ୟାପିବାରେ ଲାଗିଛି। ଉତ୍ତରାଖଣ୍ଡ ସ୍ଥିତ ଆଇଆଇଟି ରୁରକୀରେ ଇତି ମଧ୍ୟରେ ୯୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଆକ୍ରାନ୍ତମାନେ ନିକଟରେ ନିଜ ନିଜ ଘରୁ ଆସି କଲେଜରେ ଯୋଗ ଦେଇଥିବା ଜଣାପଡ଼ିଛି। ଏପ୍ରିଲ ୭ ସୁଦ୍ଧା ଏହି କଲେଜରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ବିଗତ ଦୁଇ ଦିନ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଏ ନେଇ ସୂଚନା ଦେଇଛନ୍ତି ଆଇଆଇଟି ରୁରକୀର ମିଡିଆ ସେଲ୍ ଇନ୍ ଚାର୍ଡ ସୋନିକା ଶ୍ରୀବାସ୍ତବ।

ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ନେଇ ଜଣାପଡ଼ିବା ପରେ ଆଇଆଇଟି ରୁରକୀରେ ଥିବା ପାଞ୍ଚୋଟି ହଷ୍ଟେଲକୁ ସିଲ୍ କରାଯାଇଛି। ଏହି ହଷ୍ଟେଲ ଗୁଡ଼ିକ ହେଲା କୋରଲେ, କସ୍ତୁରବା, ସରୋଜିନି, ଗୋବିନ୍ଦ ଭବନ ଏବଂ ବିଜ୍ଞାନ କୁଞ୍ଜ। ଏଥିସହ ଏହି ପାଞ୍ଚୋଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ମୋଟ୍ ୩ ହଜାର ଛାତ୍ରଛାତ୍ରୀ କଲେଜରେ ନିୟୋଜିତ ଅଛନ୍ତି। ଏଥିମଧ୍ୟରୁ ଉପରୋକ୍ତ ୫ଟି ହଷ୍ଟେଲରେ ୧୨୦୦ ଜଣ ଛାତ୍ରଛାତ୍ରୀ ରୁହନ୍ତି।

ଖାଲି ଆଇଆଇଟି ରୁରକୀ ନୁହଁ ଦେଶର ବିଭିନ୍ନ କଲେଜରୁ ମୁଖ୍ୟତଃ ଏବେ ଆକ୍ରାନ୍ତ ଚିହ୍ନଟ ହେଉଥିବା ସୂଚନା ରହିଛି। ନିକଟରେ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟରୁ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତ ହଷ୍ଟେଲରେ ରହୁଥିଲେ। କରୋନାରେ ଆକ୍ରାନ୍ତ ହେବା ବେଳେ ଏମାନଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଚିହ୍ନଟ ହୋଇନଥିଲା। ବିଶ୍ୱବିଦ୍ୟାଳୟରେ ପାଖାପାଖି ୧୫୦୦ଟି ଆରଟିପିସିଆର ଟେଷ୍ଟ ହୋଇଥିଲା। ଏହାପରେ ୬୫ ଜଣ କରୋନାରେ  ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।। ସେହିପରି ଓଡ଼ିଶାର ଏକ୍ସଆଇଏମବି କଲେଜ, ଝାରସୁଗୁଡ଼ାର ଇଞ୍ଜିନିୟରିଂ କଲେଜରେ ବହୁଳ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ କରୋନା କର୍ଫ୍ୟୁ ଲାଗୁ କରିବା ପାଇଁ ପରାମର୍ଶ ଦେଇଛନ୍ତି। ରାତି ୯ଟାରୁ ଭୋର ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମୁକାବିଲା ପାଇଁ ମୋଦି ତିନୋଟି ଟି- ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି।

The post ଆଇଆଇଟି ରୁରକୀରୁ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3mvbwmS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages