କଟକ(ଓଡ଼ିଶା ରିପୋର୍ଟର): ସମ୍ପତ୍ତି ଲୋଭରେ ଭାଉଜ ଗଳା କାଟି ହତ୍ୟା କଲା ଦିଅର। ଏପରି ବିଭତ୍ସ ହତ୍ୟାକାଣ୍ଡ ଗତକାଲି ରାତିରେ କଟକ ସହରର ଶିଖରପୁର ଉପର ସାହିରେ ଘଟିଛି। । ଏହି ଘଟଣାରେ ଚାଉଳିଆଗଞ୍ଜ ପୁଲିସ୍ ଦିଅରକୁ ଅଟକ ରଖି ପଚରାଉଚରା କରୁଛି । ସଂପତ୍ତି ଲୋଭରେ ଦିଅର ହତ୍ୟା କରିଥାଇ ପାରେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ।
ଭିଣୋଇଙ୍କ ମୃତ୍ୟୁ ପରେ ସଂପତ୍ତି ଲୋଭରେ ସଂପୃକ୍ତ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର୍ଯାତନା ଦେଇ ଆସୁଥିଲା । ଏପରିକି ପୂର୍ବରୁ ଥରେ ମାରି ଦେବାକୁ ଚେଷ୍ଟା କରିଥିଲା । ଏନେଇ ସେତେବେଳେ ଥାନାରେ ଅଭିଯୋଗ କରିବା ଲାଗି ଭଉଣୀଙ୍କୁ କହିଥିଲେ । ହେଲେ ଦିଅର ପରିବାରର ଭବିଷ୍ୟତକୁ ଦେଖି ଭଉଣୀ ଅଭିଯୋଗ କରିନଥିଲେ ବୋଲି ଭାଇ କହିଛନ୍ତି । ଶେଷରେ ଗତ ରାତିରେ ଛୁରୀରେ ଭୁଷି ହତ୍ୟା କରିଛି ବୋଲି ସେ ଅଭିଯୋଗ କରିଛି।
The post ସମ୍ପତ୍ତି ଲୋଭ ଘାରିଲା, ଶେଷରେ ବିଧବା ଭାଉଜର ଗଳା କାଟି ଦେଲା ଦିଅର appeared first on Odisha Reporter.
from Odisha Reporter https://ift.tt/3fAy988
No comments:
Post a Comment