ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ଉପରୁ ପ୍ରତିବନ୍ଧକ ହଟାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଥିଲା। ଏବେ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ପାରିବନି ବୋଲି କହିଛି ହ୍ୱାଇଟ୍ ହାଉସ। ଯାହାକି ଭାରତ ପାଇଁ ଅଡ଼ୁଆ ସୃଷ୍ଟି କରିଛି। କଞ୍ଚାମାଲ ଅଭାବରୁ କୋଭିଶିଲ୍ଡ ଆବଶ୍ୟକ ଟିକା ତିଆରି କରିପାରୁନାହିଁ। ତେଣୁ ସେ କଞ୍ଚାମାଲ ଉପରୁ ପ୍ରତିବନ୍ଧକ ହଟାଇବାକୁ ଆମେରିକା ସରକାରକୁ ଅନୁରୋଧ କରିଥିଲା।
ହ୍ୱାଇଟ୍ ହାଉସର କୋଭିଡ୍ ଟିମର ବରିଷ୍ଠ ଅଧିକାରୀ ଡକ୍ଟର ଆଣ୍ଡି ସ୍ଲାସିଟ କହିଛନ୍ତି, ତାଙ୍କ ଦେଶ କୋଭାକ୍ସିନ ପାଇଁ ଅଧିକ ଫୋକସ କରୁଛନ୍ତି। ଆଉ ଏହି କୋଭାକ୍ସିନ ଟିକା ବିଭିନ୍ନ ଦେଶକୁ ପଠାଇବା ପାଇଁ ଆମେରିକା ଦ୍ୱିପାକ୍ଷିକ ଚୁକ୍ତି କରିଛି। ଆମେ ଏହା ଉପରେ ଅଧିକ ଜୋର ଦେଉଛୁ। ଏହି ପ୍ରସଙ୍ଗରେ ହ୍ୱାଇଟ୍ ହାଉସର ଅନ୍ୟ ଜଣେ ଅଧିକାରୀ ତଥା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜ ଡିଜିଜର ନିର୍ଦ୍ଦେଶକ ଡକ୍ଟର ଆନ୍ଥୋନି ଫାଉସି କହିଛନ୍ତି, ଏହି ପ୍ରସଙ୍ଗରେ ଏବେ ଆମେ କୈଣସି ସହଯୋଗ କରିପାରିବୁ ନାହିଁ। ପରବର୍ତ୍ତୀ ସମୟରେ ଏ ବାବଦରେ ମତ ରଖିବୁ।
ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ତାରନଜିତ ସିଂହ ସିଦ୍ଧୁ ଲଗାତର ଭାବରେ ଭାରତ ପାଇଁ ଆବଶ୍ୟକ ଥିବା କଞ୍ଚାମାଲ ଉପରେ ଆମେରିକାର କର୍ତ୍ତୃପକ୍ଷଙ୍କ ଆଗରେ ଆଲୋଚନା କରୁଛନ୍ତି। ସେ ଆମେରିକା ପ୍ରଶାସନକୁ ଭାରତର ପରିସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ କଞ୍ଚାମାଲକୁ ଯଥାଶୀଘ୍ର ଯୋଗାଇଦେବାକୁ ଦାବି କରିଛନ୍ତି। ଏଥିସହ ଟିକା ସହ ଜଡିତ କଞ୍ଚାମାଲ ରପ୍ତାନିରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଆମେରିକା କହିଛି।
ହେଲେ ଆମେରିକା ଏବେ ତାଙ୍କର ଚାହିଦା ପୂରଣ କରୁଛି। ଏହାପରେ ରପ୍ତାନୀ ବାବଦରେ ଚିନ୍ତା କରୁଛି। ଆମେରିକା ସରକାର ସହ ଜଡିତ ସୂତ୍ର ଅନୁଯାୟୀ ବାଇଡେନ ପ୍ରଶାସନ ନୂଆଦିଲ୍ଲୀକୁ ଆଶ୍ୱାସନା ଦେଇଛି ଯେ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଉଦ୍ୟମ କରାଯିବ।
ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଙ୍କଟ ଦେଖାଦେବା ପରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲାଗୁ କରିଥିଲେ। ଯାହାକୁ ବାଇଡେନ ସରକାର ମଧ୍ୟ ସମର୍ଥନ କରିଛନ୍ତି। ଏହି ନୀତିର ଅର୍ଥ ‘ଆମେରିକା ପ୍ରଥମ’। ତେଣୁ ଆମେରିକୀୟ କମ୍ପାନୀମାନଙ୍କୁ ପ୍ରଥମେ ନିଜ ଦେଶର ଆବଶ୍ୟକତା ପୂରଣ ଉପରେ ଧ୍ୟାନ ଦେବାକୁ ପଡୁଛି। ଆମେରିକା ଫାଇଜର ଏବଂ ମଡର୍ଣ୍ଣା ଟିକା ଉତ୍ପାଦନକୁ ଜୋରଦାର କରୁଛି। କାରଣ ଜୁଲାଇ ୪ ସୁଦ୍ଧା ଆମେରିକା ସମଗ୍ର ଜନସଂଖ୍ୟାକୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛି। ତେଣୁ ଭାରତ ସମେତ ଅନ୍ୟାନ୍ୟ ଦେଶର ଟିକା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ କଞ୍ଚାମାଲ ମାଗିଲେ ମଧ୍ୟ ଆମେରିକା ଦେଇପାରୁ ନାହିଁ।
ଏବେ ଭାରତ ସରକାର ମେ୧ରୁ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ କୋଭିଶିଲ୍ଡ ଟିକା ତିଆରି କୁରଥିବା କମ୍ପାନୀ ଏଯାବତ କଞ୍ଚାମାଲ ପାଇପାରି ନାହିଁ। ଆଉ ଭାରତରେ କୋଭିଶିଲ୍ଡ ଟିକାକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ଆବଶ୍ୟକ ଥିବା ଟିକାର ଚାହିଦା କେମିତି ପୂରଣ ହେବ ତାହା ଏବେ ସନ୍ଦେହ ଘେରରେ।
Respected @POTUS, if we are to truly unite in beating this virus, on behalf of the vaccine industry outside the U.S., I humbly request you to lift the embargo of raw material exports out of the U.S. so that vaccine production can ramp up. Your administration has the details.
— Adar Poonawalla (@adarpoonawalla) April 16, 2021
The post କଞ୍ଚାମାଲା ଉପରେ ଆମେରିକା ଲଗାଇଛି ରୋକ୍, କେମିତି ଟିକା ପ୍ରସ୍ତୁତ କରିବ ଭାରତ? appeared first on Odisha Reporter.
from Odisha Reporter https://ift.tt/3n9Nz4N
No comments:
Post a Comment