୨୪ ଘଣ୍ଟାରେ ଗୋଟିଏ ହସ୍ପିଟାଲରେ ୨୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 22, 2021

୨୪ ଘଣ୍ଟାରେ ଗୋଟିଏ ହସ୍ପିଟାଲରେ ୨୫ ମୃତ

ନୂଆଦିଲ୍ଲୀ: ବେକାବୁ ହୋଇଛି କରୋନା। ଅଧିକରୁ ଅଧିକ ଆକ୍ରାନ୍ତ ହେଉଥିବାରୁ ହସ୍ପିଟାଲରେ ସମସ୍ତଙ୍କୁ ଚିକିତ୍ସା ଯୋଗାଇବାରେ ବିଫଳ ହେଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। କାରଣ ଆଇସିୟୁ ବେଡ୍ ସହିତ ଅକ୍ସିଜେନର ଏବେ ଘୋର ଅଭାବ ରହିଛି। ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଯୁଦ୍ଧ କାଳୀନ ପରିସ୍ଥିତିରେ ସମସ୍ତ ସେବା ଜାରି ରଖିଥିବା ବେଳେ ଦିଲ୍ଲୀର ଥିବା ସାର୍ ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ଅକ୍ସିଜେନ ଅଭାବ ଥିବାରୁ ଚିକିତ୍ସାଧୀନ ଥିବା ଆଉ ୬୦ ରୋଗୀଙ୍କୁ ଜୀବନ ବିପଦ ଘେରରେ ଥିବା କୁହାଯାଉଛି।

ହସ୍ପିଟାଲ କର୍ତ୍ତୃପକ୍ଷ ଜରୁରୀକାଳୀନ ଭାବରେ ଅକ୍ସିଜେନ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଆସନ୍ତା ଦୁଇ ଘଣ୍ଟା ଅର୍ଥାତ୍ ମଧ୍ୟାହ୍ନ ବେଳକୁ ଅକ୍ସିଜେନ ଶେଷ ହୋଇଯିବ ବୋଲି ଗଙ୍ଗରାମ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଭେଣ୍ଟିଲେଟର ଏବଂ ବାଇ ଲେଭୁଲ୍ ପଜିଟିଭ୍ ଏୟାରୱେ ପ୍ରେସର (ବିଆଇପିଏପି) ଠିକ୍ ଭାବରେ କାମ କରୁନାହିଁ। ଆଇସିୟୁ ଏବଂ ଇଡିରେ ମାନୁଆଲ ଭାବରେ ଭେଣ୍ଟିଲେସନ୍ କରାଯାଉଛି।

ସୂଚନାଯୋଗ୍ୟ, ଦିଲ୍ଲୀର ହସ୍ପିଟାଲ ଗୁଡ଼ିକରେ ବେଡ୍ ସହିତ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏ ପ୍ରସଙ୍ଗରେ ମିଡିଆକୁ କହିଥିଲେ। ତେବେ ଆବଶ୍ୟକ ଅକ୍ସିଜେନ ଯୋଗାଇ ଦେବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଜ୍ରିଓ୍ୱାଲଙ୍କ ସହ ଫୋନରେ ଏ ପ୍ରସଙ୍ଗରେ କଥା ହୋଇଥିଲେ। ଆଉ ଓଡ଼ିଶା ଅକ୍ସିଜେନ ଯୋଗାଉଥିବାରୁ କେଜ୍ରିଓ୍ୱାଲ ଓଡ଼ିଶା ସରକାରକୁ ଧନ୍ୟବାଦ ଦେଇଥିଲେ।

ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବା ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍‌ଏସ୍‌ପି) ଓ କଳିଙ୍ଗ ନଗର ଟାଟା ଷ୍ଟିଲ୍‌ ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଇବେ। RSP ଦୈନିକ ୪୦ ମେଟ୍ରିକ ଟନ୍ ଓ ଟାଟା ଷ୍ଟିଲ୍‌ ଦୈନିକ ୩୦ ମେଟ୍ରିକ ଟନ୍ ଅକ୍ସିଜେନ୍‌ ଦେବେ। ଅକ୍ସିଜେନ ପରିବହନ ପାଇଁ ଓଡ଼ିଶା ସରକାର ସହାୟତା ଯୋଗାଇବେ। ଅକ୍ସିଜେନ ପାଇଁ ଷ୍ଟିଲପ୍ଲାଣ୍ଟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

The post ୨୪ ଘଣ୍ଟାରେ ଗୋଟିଏ ହସ୍ପିଟାଲରେ ୨୫ ମୃତ appeared first on Odisha Reporter.



from Odisha Reporter https://ift.tt/3gyfiuI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages