ସପ୍ତାହକ ପାଇଁ ଲକଡାଉନ୍‌ ହେଲା ଏହି ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

ସପ୍ତାହକ ପାଇଁ ଲକଡାଉନ୍‌ ହେଲା ଏହି ଦେଶ

ଢ଼ାକା: ପୁଣି ଫେରିଲା ଲକଡାଉନ। ଘୋଷଣା ହେଲା ସମ୍ପୂର୍ଣ୍ଣ ଲକଡାଉନ୍। କରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ବାଙ୍ଗଲାଦେଶରେ ସୋମବାରଠାରୁ ଲକଡାଉନ ଘୋଷଣା ହୋଇଛି।

ବଢ଼ୁଥିବା କରୋନା ମାମଲାକୁ ରୋକିବା ପାଇଁ ସେଠାକାର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି।  ତାଲାବନ୍ଦ ସମୟରେ ସମସ୍ତ ଅଫିସ ଏବଂ କୋର୍ଟ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ।  କିନ୍ତୁ ଇଣ୍ଡଷ୍ଟ୍ରି ଏବଂ କମ୍ପାନୀ ଚାଲୁ ରହିବ। କରୋନା ଗାଇଡଲାଇନ୍‌ ଅନୁଯାୟୀ କର୍ମଚାରୀମାନେ ସିଫ୍ଟ ଅନୁଯାୟୀ କାମ କରିପାରିବେ। କେବଳ ସେତିକି ନୁହେଁ ତାଲାବନ୍ଦ ସମୟରେ କେବଳ ଜରୁରୀ ସେବା ଜାରି ରହିବ। ଏଥିସହ ଲୋକଙ୍କୁ କରୋନା ନିୟମ ମାନିବା ପାଇଁ ଅପିଲ କରିଛନ୍ତି ପ୍ରଶାସନ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ମଧ୍ୟରେ ବାଙ୍ଗଲାଦେଶରେ କରୋନାର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଲଗାତର ବଢ଼ିବାକୁ ଲଗାଛି। ଗତବର୍ଷର ଜୁନ୍‌-ଜୁଲାଇ ମାସ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଏହି ଦେଶରେ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ମାମଲା ଦ୍ରୁତଗତି ବୁଢ଼ୁଥିବା ନେଇ ପ୍ରଶାସନ ସୂଚନା ଦେଇଛି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

The post ସପ୍ତାହକ ପାଇଁ ଲକଡାଉନ୍‌ ହେଲା ଏହି ଦେଶ appeared first on Odisha Reporter.



from Odisha Reporter https://ift.tt/2PQBrJt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages