ମୁମ୍ୱାଇ: ୯୦ ଦଶକରେ ବହୁ ସୁପରହିଟ ରୋମାଣ୍ଟିକ ସଙ୍ଗିତ ଭେଟି ଦେଇଥିବା ସଙ୍ଗୀତକାର ନିର୍ଦ୍ଦେଶକ ନଦିମ-ଶ୍ରବଣ ଯୋଡ଼ି ମଧ୍ୟରୁ ଶ୍ରବଣ ଆଉ ନାହାନ୍ତି। କରୋନାରେ ସଂକ୍ରମିତ ହୋଇ ଏହି ୬୭ ବର୍ଷୀୟ ଭେଟେରାନ ସଙ୍ଗୀତକାର ନିର୍ଦ୍ଦେଶକ ଆଖି ବୁଜିଛନ୍ତି। ଗତ ରାତି ୯.୩୦ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରବଣଙ୍କ ମୃତ୍ୟୁ ଖବର ବଲିଉଡ଼ ଜଗତକୁ ବଡ଼ ଝଟକା ଦେଇଥିବା ବେଳେ ଏହାକୁ ବହୁ କଳାକାର ବିଶ୍ୱାସ କରିପାରୁ ନ ଥିବା କହିଛନ୍ତି।
କୋଭିଡରେ ସଂକ୍ରମିତ ହେବା ପରେ ସେ ମୁମ୍ବାଇର ରାହେଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶ୍ରବଣ। ଫୁସଫୁସରେ ପାଣି ଜମି ରହିଥିବାବେଳେ ତାଙ୍କ ହାର୍ଟରେ ସମସ୍ୟା ରହିଥିଲା। ତେଣୁ ଗୁରୁତର ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ତେବେ ଅନେକ ଚେଷ୍ଟା ପରେ ମଧ୍ୟ ଡାକ୍ତରମାନେ ଏହି ପ୍ରଖ୍ୟାତ ସଙ୍ଗୀତକାରଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ। ତାଙ୍କ ବିୟୋଗରେ ବଲିଉଡର ବହୁ କଳାକାର ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ ଶ୍ରବଣଙ୍କ ବିୟୋଗକୁ ସହଜେ ବିଶ୍ୱାସ କରିପାରୁନଥିବା କହିଛନ୍ତି।
ବଲିଉଡ ନିର୍ଦ୍ଦେଶକ ଅନିଲ ଶର୍ମା ସୋଶାଲ ମିଡିଆରେ ଶ୍ରବଣଙ୍କ ମୃତ୍ୟୁ ବାବଦରେ ପ୍ରଥମେ ଟ୍ୱିଟ୍ କରି କହିଥିଲେ। ଏହାପରେ ନିଜ ସହଯୋଗୀ ଶ୍ରବଣଙ୍କୁ ହରାଇଥିବାରୁ ସଙ୍ଗୀତ ନିର୍ଦ୍ଦେଶକ ନାଦିମ ସାଇଫି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
V v sad .. just came to knw about the great music director #shravan he left all of us ..due to COVID .. very dear friend n colleague of mine .worked with him in #maharaja Always gave great melodies..my deepest condolences to his family. He will always remain in our hearts. RIP pic.twitter.com/Unop0Kctp8
— Anil Sharma (@Anilsharma_dir) April 22, 2021
ଶ୍ରବଣ କୁମାରଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି। ଅକ୍ଷୟ କୁମାର, ଶ୍ରେୟା ଘୋଷାଲ, ଅଦନନ୍ ସାମି, କୁନାଲ ଖେମୁ, ମନୋଜ ବାଜପେୟୀଙ୍କ ସମେତ ଅନେକ କଳାକାର ସୋଶାଲ ମିଡିଆରେ ସମବେଦନା ଜଣାଇଛନ୍ତି।
Very sad to know about the passing of music composer Shravan. Nadeem-Shravan created magic for many films in 90s and later, including Dhadkan that has remained legendary in my career. Deepest Condolences to his family.
— Akshay Kumar (@akshaykumar) April 23, 2021
ଶ୍ରବଣଙ୍କ ବିୟୋଗରେ ନାଦିମ ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ କାନ୍ଦି ପକାଇଥିଲେ। ଉଭୟ ଏକାଠି ଜୀବନ ଦେଖୁଥିଲୁ। ସମସ୍ତ ସଫଳତା ଏବଂ ବିଫଳତାକୁ ଏକାଠି ସମୀକ୍ଷା କରୁଥିଲୁ । ଆମକୁ କେହି ଅଲଗା କରିପାରିବେ ନାହିଁ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଥିଲେ ନଦିମ। ସହଯୋଗୀକୁ ହରାଇ ସେ ଅସହାୟ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।
ଶ୍ରବଣ କୁମାର ରାଠୋରଙ୍କ ପତ୍ନୀ ଏବଂ ପୁଅ ସଞ୍ଜୀବ ରାଠୋର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତେଣୁ ଶ୍ରବଣଙ୍କ ଅନ୍ତିମ ସଂସ୍କାରରେ ଉଭୟ ସାମିଲ୍ ହୋଇପାରିବେ ନାହିଁ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୧୯୯୦ର ବହୁ ସୁପରହିଟ୍ ସାଉଣ୍ଡଟ୍ରାକ୍ ଆଶିକି, ଦିଲ୍ ହେ କି ମାନତା ନେହିଁ, ହମ୍ ହେ ରାହି ପ୍ୟାର କେ, ସାଜନ, ଫୁଲ୍ ଔର କାଣ୍ଟେ, ସଡକ, ଦିଓ୍ୱାନା ଏବଂ ପରଦେଶ ଭଳି ସୁପରହିଟ୍ ସଙ୍ଗୀତ ପଛରେ ନଦିମ-ଶ୍ରବଣଙ୍କ ଅବଦାନ ରହିଛି।
The post ବଲିଉଡ଼କୁ ଝଟକା, କୋଭିଡରେ ଆଖି ବୁଜିଲେ ସଙ୍ଗୀତକାର ନିର୍ଦ୍ଦେଶକ ଶ୍ରବଣ appeared first on Odisha Reporter.
from Odisha Reporter https://ift.tt/3veyTo0
No comments:
Post a Comment