ଏବେ ବିଜେପି ଶାସିତ ରାଜ୍ୟ ବି ଆଣିଲା ଟିକା ଅଭାବ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ଏବେ ବିଜେପି ଶାସିତ ରାଜ୍ୟ ବି ଆଣିଲା ଟିକା ଅଭାବ ଅଭିଯୋଗ

ଭୋପାଲ: ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଓଡ଼ିଶା ଭିଳି ଅଣ ବିଜେପି ଶାସିତ ରାଜ୍ୟ ଟିକା ଠିକ୍‌ ଭାବେ କେନ୍ଦ୍ର ସରକାର ଯୋଗାଇ ପାରୁ ନଥିବା ଅଭିଯୋଗ କରୁଥିଲେ। ଏହାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିବା ସହ ଟିକାକୁ ନେଇ ରାଜନୀତି ବନ୍ଦ କରିବାକୁ କହିଥିଲେ।

କିନ୍ତୁ ଏବେ ଖୋଦ୍‌ ବିଜେପି ଶାସିତ ରାଜ୍ୟରୁ ଟିକା ଯୋଗାଣରେ ବିଭ୍ରାଟ ହୋଇଥିବା ଅଭିଯୋଗ ଆସିଛି। ମଧ୍ୟପ୍ରଦେଶରେ ଟିକାର ଅଭାବ ଦେଖାଯାଇଥିବାରୁ ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ରାପ୍ତ ବୟସ୍କଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ ନାହିଁ ବୋଲି ସରକାର କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ୱିଟ କରି କହିଛନ୍ତି, “ମୁଁ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ ନିବେଦନ କରୁଛି। ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ମଧ୍ୟପ୍ରଦେଶ ମେ’ ୩ ସୁଦ୍ଧା ଟିକା ପାଇବ। ଏହା ଆମ ପାଖରେ ପହଞ୍ଚିବା କ୍ଷଣି, ଆମେ ତୁରନ୍ତ ମାଗଣାରେ ଯୁବପିଢ଼ିଙ୍କ ଟିକାକରଣ ଆରମ୍ଭ କରିବୁ।”

ଏହାର ଅର୍ଥ ରାଜ୍ୟରେ ଟିକାର ସଙ୍କଟ ଯୋଗୁ ଆସନ୍ତାକାଲି ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଟିକା ଯୋଗାଣରେ ବିଳମ୍ବ ହେଇଥିବାରୁ ମେ’ ୧ରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ନପାରେ। ଆମେ ବୁଝିପାରୁଛି ଯେ ବର୍ତ୍ତମାନ ସେଠାରେ ସୀମିତ ଉତ୍ପାଦନ ହେଉଛି। ନୂଆ ଟିକା ଆସିଲେ ଯୁବପିଢ଼ିଙ୍କ ଟିକାକରଣ ଆରମ୍ଭ ହେବ। ତେବେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପୂର୍ବଭଳି ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି।

ସେ ଆହୁରି କହିଛନ୍ତି, “ଆମେ କୋଭିସିଲ୍ଡ ଓ କୋଭାକ୍ସିନ ଉତ୍ପାଦନ କରୁଥିବା କମ୍ପାନୀକୁ ଟିକା ଦେବାକୁ ଚିଠି ଲେଖିଥିଲୁ। ତେବେ ସେମାନଙ୍କୁ ଯୋଗାଯୋଗ କରିବା ପରେ ଜଣାପଡ଼ିଲା ଯେ ସେମାନେ ଆମ ଚାହିଦା ଅନୁସାରେ ଏବେ ଟିକା ଯୋଗାଇ ପାରିବେ ନାହିଁ। ତଥାପି ଯେତେ ଶୀଘ୍ର ଆମ ପାଖରେ ଟିକା ପହଞ୍ଚିବ, ଆମେ ନୂଆ ଯୋଜନା କରି ଯୁବଗୋଷ୍ଠୀଙ୍କର ଟିକାକରଣ ଆରମ୍ଭ କରିବୁ।”

ଟିକା ଅଭାବରୁ ମଧ୍ୟପ୍ରଦେଶରେ ଆସନ୍ତାକାଲି ଟିକାକରଣ ଆରମ୍ଭ ହୋଇପାରିବ ନାହିଁ ବୋଲି ସରକାର ସ୍ୱୀକାର କରିବା ପରେ ବିରୋଧୀ କଂଗ୍ରେସ ଆକ୍ରମଣ ମୁଦ୍ରାକୁ ଚାଲି ଆସିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି, “ଏହା କେଉଁ ଧରଣର ସରକାର? ସେମାନେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବେ ବୋଲି ବଡ଼ ଘୋଷଣା କରିଥିଲେ।

ହେଲେ ଟିକାକରଣ ପୂର୍ବରୁ ଟିକା ନଥିବା କଥା କହୁଛନ୍ତି। କେତେ ପରିମାଣର ଟିକା କେବେ ଆସିବ, ସେସମ୍ପର୍କରେ କୌଣସି ସ୍ପଷ୍ଟତା ନାହିଁ। ଆପଣ ବିଦେଶକୁ ଟିକା ପଠାଉଥିବା ଘୋଷଣା କରି ପ୍ରଶଂସା ସାଉଁଟୁ ଥିଲେ। କିନ୍ତୁ ଏବେ ନିଜ ଦେଶର ଲୋକଙ୍କ ପାଇଁ ଟିକା ନାହିଁ।”

The post ଏବେ ବିଜେପି ଶାସିତ ରାଜ୍ୟ ବି ଆଣିଲା ଟିକା ଅଭାବ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3ujfKBn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages