ଝାରସୁଗୁଡ଼ା(ଭାଗିରଥି ସାହୁ):ଅଣାୟତ୍ତ ହେଉଥିବା ମହାମାରୀକୁ କାବୁ କରିବାକୁ ଗତକାଲି ରାତିରୁ ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ। ଏହାବ୍ୟତୀତ ବିଭିନ୍ନ ଜିଲ୍ଲା ପ୍ରଶାନ ପକ୍ଷରୁ ମଧ୍ୟ କଟକଣା ଲାଗୁ କରାଯାଉଛି।
ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ସପ୍ତାହିକ ଓ ଦୈନିକ ହାଟଗୁଡ଼ିକୁ ବନ୍ଦ କରି ଦେଇଛି । ଆଜି ମଙ୍ଗଳବାର ହାଟ ଥିବାରୁ ସହରର ଏକମାତ୍ର ପରିବା ବଜାରକୁ ପରିବା ନେଇ ଆସିଥିବା ବ୍ୟବସାୟୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ପରିବା ବିକି ନ ପାରି ଉତ୍ତ୍ୟକ୍ତ ଚାଷୀ ତାହାକୁ ରାସ୍ତାରେ ଫୋପାଡ଼ି ଦେଇଛନ୍ତି।
ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଲାଗୁ କରାଯାଇଥିବା ବେଳେ ଚାଷୀ ଓ ବ୍ୟବସାୟୀମାନେ କେଉଁଠି ପରିବା ବିକିବେ, ସେ ନେଇ ସ୍ଥାନ ନିର୍ଦ୍ଧାରଣ କରାଯାଇ ନାହିଁ। ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀ ପନିପରିବା ବିକି ନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଆଣିଥିବା ସମସ୍ତ ପରିବା ରାସ୍ତାରେ ଫୋପାଡ଼ି ଦେବାରୁ ତାହା ଉପରେ ଗାଡ଼ିମଟର ଚଳାଚଳ କରି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଲା।
The post ପ୍ରଶାସନ ମନା କଲା, ରାସ୍ତାରେ ପରିବା ଫୋପାଡ଼ିଲେ ଚାଷୀ appeared first on Odisha Reporter.
from Odisha Reporter https://ift.tt/3mui319
No comments:
Post a Comment