ଶ୍ରୀନଗର: ଜମ୍ମୁ କାଶ୍ମୀର ସୋପିଆନ୍ରେ ସେନାକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯେ ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷର ନାବାଳକ ମଧ୍ୟ ରହିଛି । ନାବାଳକକୁ ସରେଣ୍ଡର କରିବାକୁ କୁହାଯାଇଥିଲେ ସୁଦ୍ଧା ସେ ରାଜି ହୋଇନଥିଲା । ଫଳରେ ଭାରତୀୟ ଯବାନ ମାନେ ତାଙ୍କୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ । ଏନେଇ କାଶ୍ମୀର ପୁଲିସ ସୂଚନା ଦେଇଛି।
ଘଟଣା ପରେ ସୋପିଆନରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ରହିଛି । ଦକ୍ଷିଣ କାଶ୍ମୀରର ସୋପିୟାନର ହାଦିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଜାଣି ସେନା ପକ୍ଷରୁ କମ୍ୱିଂ କରାଯାଇଥିଲା ।
ତେବେ ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆଜି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବସାର ସନ୍ଧ୍ୟାରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ପୁଲିସ ସୂଚନା ଦେଇଛି। ତେବେ ଏମାନେ କେଉଁ ସଂଗଠନର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି ।
ସେପଟଟେ ଏହି ଗୁଳିବିନିମୟରେ ଜଣେ ଅଧିକାରୀଙ୍କ ସମେତ ୪ଜଣ ଯବାନ ଆହତ ହୋଇଛନ୍ତି। ସେମନାମଙ୍କ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଅନନ୍ତନାଗରେ ମଧ୍ୟ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ। ସେଠାରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।
#UPDATE | Jammu and Kashmir: Two more unidentified terrorists killed in the Shopian encounter, police say. https://t.co/SKhMlhcQA8
— ANI (@ANI) April 11, 2021
The post ଏନ୍କାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ appeared first on Odisha Reporter.
from Odisha Reporter https://ift.tt/3dWqpL2
No comments:
Post a Comment