ନୂଆଦିଲ୍ଲୀ: ଭାରତ ସରକାର ଦୁଇଟି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଗୋଟିଏ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଏବଂ ଆଉ ଗୋଟିଏ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ। ଆଉ ଏକ ଟିକା ଋଷିଆର ସ୍ପୁଟନିକ ଭି ବଜାରରେ ଉପଲବ୍ଧ ହେବା ବେଳକୁ ଆସନ୍ତା ମାସ ହୋଇପାରେ। ତେବେ କରୋନା ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର। କିନ୍ତୁ ଦେଶର ଚାହିଦା ତୁଳନାରେ କମ୍ ସଂଖ୍ୟାରେ ଟିକା ଉତ୍ପାଦନ ଓ ଟିକାକରଣ ହେଉଛି। ତେଣୁ ଚାହିଦା ପୂରଣ କରିବା ପାଇଁ ସେରମ୍ କୋଭିଶିଲ୍ଡ ଟିକାକୁ ବାହାର ଦେଶରେ ତିଆରି କରିପାରେ। ଖୁବଶୀଘ୍ର ସେରମର ସିଇଓ ଅଦାର ପୁନାଓ୍ୱାଲା ଏହି ଘୋଷଣା କରିପାରନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟରେ ପ୍ରକାଶ ପାଇଛି।
ନିକଟରେ ପୁନାଓ୍ୱାଲା କହିଥିଲେ ଜୁଲାଇ ସୁଦ୍ଧା ୧୦୦ ମିଲିଅନ ଟିକା ତିଆରି କରିବ ତାଙ୍କ କମ୍ପାନୀ। ଆଉ ବାର୍ଷିକ ୨.୫ ବିଲିଅରୁ ୩ ବିଲିଅନ ଟିକା ତିଆର କରିବାକୁ ଲକ୍ଷ୍ୟ ରଖିଛି ସେରମ୍। ଅନ୍ୟପଟେ ମହାମାରୀର ଭୟାବହତାକୁ ଦେଖି କେନ୍ଦ୍ର ସରକାର ମଧ୍ୟ ଅଧିକ ଟିକା ଉତ୍ପାଦନ କରିବାକୁ ଉଭୟ କମ୍ପାନୀକୁ କହିଛନ୍ତି। ମୁଖ୍ୟତଃ ଭାରତ ସରକାର କୋଭିଶିଲ୍ଡ ଉପରେ ଜୋର ଦେଉଛନ୍ତି।
ଆଜିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ବର୍ଗର ଲୋକମାନେ ଏହି ଟିକା ନେବେ। ହେଲେ ଟିକାର ଅଭାବ ଥିବାରୁ ଅଧିକାଂଶ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇପାରି ନାହିଁ। ଯଦିଓ କଞ୍ଚାମାଲର ଅଭାବ ମୁଖ୍ୟ କାରଣ ଥିଲା। ଏବେ କିନ୍ତୁ ଏହି ସମସ୍ୟାର ସମାଧାନ ହୋଇସାରିଛି। ତେଣୁ କିଭଳି ଟିକା ଅଧିକ ଉତ୍ପାଦନ ହେବ ସେ ନେଇ ସେରମ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛି।
ତେବେ ସେରମ୍ ଭାରତ ବାହାରେ ଟିକା ତିଆରି କରିବାକୁ କାହିଁକି ଯୋଜନା କରୁଛି କହିବାର କାରଣ ନିକଟରେ ପୁନାଓ୍ୱାଲା ୮ ଦିନିଆ ବ୍ରିଟେନ ଗସ୍ତରେ ଯାଇଥିଲେ। ସେତେବେଳେ ବ୍ରିଟେନ ଭାରତର ବିମାନ ଯାତ୍ରା ଉପରେ କୌଣସି କଟକଣା ଲଗାଇନଥିଲା। ତେଣୁ ଲଣ୍ଡନରେ ଥିବା ଟିକା କମ୍ପାନୀ ସହ ମିଶି ସେରମ୍ ଟିକା ତିଆରି କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ଭାରତରେ ମେ ୩ରୁ ୫ ମଧ୍ୟରେ କରୋନା ପିକ୍ ହେବ ବୋଲି ଗାଣିତିକ ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି। ତେଣୁ ଚଳିତ ମାସ ସାରା ଦେଶ ପାଇଁ ସତର୍କ ଘଣ୍ଟି। ଯଦିଓ ବିଭିନ୍ନା ରାଜ୍ୟ କରୋନା କର୍ଫ୍ୟୁ, ଲକଡାଉନ୍ ଓ ସଟଡାଉନ ଲାଗୁ କରିଛନ୍ତି ହେଲେ ଏହାର ସଂକ୍ରମିତଙ୍କ ଦୈନିକ ଗ୍ରାଫ ତଳମୁହାଁ ହୋଇନାହିଁ।
The post ଦେଶ ବାହାରେ କୋଭିଶିଲ୍ଡ ଉତ୍ପାଦନ କରିବ ସେରମ୍: ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/3gRMk9m
No comments:
Post a Comment