ରାଜ୍ୟରେ କରୋନା ନେଲା ରେକର୍ଡ ୨୭ ଜଣଙ୍କ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୨୪୩୦ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

ରାଜ୍ୟରେ କରୋନା ନେଲା ରେକର୍ଡ ୨୭ ଜଣଙ୍କ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୨୪୩୦ ଛୁଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରମାଗତ ଭାବେ ରାଜ୍ୟରା ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କରୋନା ରାଜ୍ୟରେ ଆଉ ୨୭ ଜଣଙ୍କ ଜୀବନ ନେଇଛି। ଗତକାଲି କରୋନା ୨୫ ଜଣଙ୍କ ଜୀବନ ନେଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି। କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ନୂଆପଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏ ଲୋକ ଜୀବନ ହରାଇଛନ୍ତି। କଳାହାଣ୍ଡିରୁ ୨ ଜଣ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡା, ନବରଙ୍ଗପୁର, ପୁରୀ ଓ ସୋନପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ଆଉ ୪ ଜଣ ଲେଖାଏଙ୍କ ଜୀବନ ଯିବା ପରେ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୩୨ ଓ ୪୨୪କୁ ବୃଦ୍ଧି ପାଇଛି। ସେହିପରି ଆଉ ୩ ଜଣ ଲେଖାଏ ଲୋକଙ୍କ ମୃତ୍ୟୁ ସହିତ ନୂଆପଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ରେ ମୋଟ ମୃତ୍ୟୁସଂଖ୍ୟା ଯଥାକ୍ରମେ ୫୦, ୯୫ ଓ ୨୩୬ରେ ପହଞ୍ଚି ଯାଇଛି।

ନୂଆ ମୃତକଙ୍କୁ ମିଶାଇ ପୁରୀରେ ମୋଟ ୧୪୬, ସୋନୁପରରେ ୨୪, ନବରଙ୍ଗପୁର ୧୭, କଳାହାଣ୍ଡି ୭୮, ଝାରସଗୁଡ଼ା ୩୨, ଗଜପତି ୪୫, ବୌଦ୍ଧ ୨୯, ବଲାଙ୍ଗିରରେ ୫୯ ଓ ବରଗଡ଼ରେ ୪୮ ଜଣଙ୍କ ଜୀବନ ଗଲାଣି।

The post ରାଜ୍ୟରେ କରୋନା ନେଲା ରେକର୍ଡ ୨୭ ଜଣଙ୍କ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୨୪୩୦ ଛୁଇଁଲା appeared first on Odisha Reporter.



from Odisha Reporter https://ift.tt/3ytYnzV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages