ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 10, 2021

ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

ଗୌହାଟୀ: ଆସାମର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମାଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଥିଲା। ଏହା ପରେ ସେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଜି ଏହି ଶପଥ ସମାରୋହରେ ବିଜେପି ସଭାପତି ଜେପି ନଡ୍ଡା, ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ୍ର ପଣ୍ଡାଙ୍କ ସମେତ ଅନେକ ନେତା ଏହି ଶପଥ ସମାରୋହରେ ଉପସ୍ଥିତ ଥିଲେ।

ହିମନ୍ତ ବିଶ୍ୱଶର୍ମା ଛାତ୍ର ଜୀବନରୁ ରାଜନୀତିରେ ସଂପୃକ୍ତ।  ୧୯୯୧-୯୨ରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରୁଥିବାବେଳେ ଆସାମର କଟନ କଲେଜ ୟୁନିଅନର ସାଧାରଣ ସଂପାଦକ ଭାବେ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ସେ ଅଲ୍ ଆସାମ ଷ୍ଟୁଡେଣ୍ଟ ୟୁନିଅନରେ ଥିବାବେଳେ ୧୯୭୯ରୁ ୮୫ ମଧ୍ୟରେ ଆସାମ ଗଣ ପରିଷଦ ମୁଖ୍ୟ ପ୍ରଫୁଲ୍ଲ କୁମାର ମହନ୍ତଙ୍କ ନିକଟତର ହୋଇଥିଲେ।

ନବେ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହିତେଶ୍ୱର ସାଇକିଆ ତାଙ୍କୁ କଂଗ୍ରେସରେ ସାମିଲ କରିଥିଲେ।  ସେ ୨୦୦୬, ୨୦୧୧ ଓ ୨୦୧୬ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଶାସନ କାଳରେ ହିମନ୍ତ ତାଙ୍କ ଏକାନ୍ତ ବିଶ୍ୱସ୍ତ ଥିଲେ ଓ ଦଳରେ ୨ ନମ୍ବର ସ୍ଥାନରେ ରହି ଆସିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାମ କରିଥିଲେ।

୨୦୧୩ରେ ଗୋଗୋଇ ନିଜ ପୁଅ ଗୌରବ ଗୋଗଇଙ୍କୁ ସାମନାକୁ ଆଣିବା ପରଠାରୁ ହିମନ୍ତ କଂଗ୍ରେସ ଠାରୁ ଦୂରେଇବା ଆରମ୍ଭ କରିଥିଲେ। ୨୦୧୫ରେ ୧୦ ସହଯୋଗୀ ବିଧାୟକଙ୍କୁ ଧରି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ।

୨୦୧୬ରେ ବିଜେପିକୁ କ୍ଷମତାସୀନ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।  ସର୍ବାନନ୍ଦ ସୋନଓ୍ୱାଲଙ୍କ ମନ୍ତ୍ରିମଣ୍ଡଳରେରେ ସେ ଅର୍ଥ ପରି ଗୁରୁତ୍ୱ ବିଭାଗର ଦାୟିତ୍ୱ ପାଇଥିଲେ।  ତାଙ୍କୁ ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସର ଆବାହକର ଦାୟିତ୍ୱ ଦେଇଥିଲା ବିଜେପି।  ତାଙ୍କର ରଣନୀତି ଯୋଗୁଁ ଉତ୍ତର-ପୂର୍ବାଞ୍ଚଳରେ ଗୋଟିଏ ପରେ ଗୋଟିଏ ରାଜ୍ୟ ବିଜେପି ଅକ୍ତିଆର କରିଥିଲା।

କଂଗ୍ରେସରେ ବିଦ୍ରୋହ କରାଇ ଅରୁଣାଚଳ ପ୍ରଦେଶରେ ବିଜେପିକୁ କ୍ଷମତାସୀନ କରିବା ଓ ମଣିପୁରରେ କମ୍ ଆସନ ସତ୍ତ୍ୱେ ଦଳକୁ ସରକାର ଗଠନ କରାଇବାରେ ହିମନ୍ତଙ୍କ ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ଯୋଗୁଁ ମେଘାଳୟରେ ମଧ୍ୟ ସରକାର ଗଠନ କରିବାକୁ ବିଜେପି ସକ୍ଷମ ହୋଇଥିଲା।

The post ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା appeared first on Odisha Reporter.



from Odisha Reporter https://ift.tt/3uyBqti

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages