ଦଳର ପ୍ରଦର୍ଶନ ନେଇ ବିଳମ୍ୱରେ ଚେତିଲେ ସୋନିଆ ଗାନ୍ଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 10, 2021

ଦଳର ପ୍ରଦର୍ଶନ ନେଇ ବିଳମ୍ୱରେ ଚେତିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କଂଗ୍ରେସର ସ୍ଥିତି ନେଇ ବହୁ ବିଳମ୍ୱରେ ଚେତିଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସାେନିଆ ଗାନ୍ଧୀ। ଆଜି ଦଳର କଂଗ୍ରେସ ୱାର୍କିଂ କମିଟି ବୈଠକ ବସିଛି। ଏହି ସମୟରେ ସୋନିଆ କହିଛନ୍ତି ଚାରି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଫଳାଫଳ ପରେ ଏହା ସ୍ପଷ୍ଟ ଯେ ଦଳରେ ତୃଣମୂଳ ସ୍ତରରେ ସୁଧାର ଆବଶ୍ୟକ।

କଂଗ୍ରେସ ୱାର୍କିଂ କମିଟି ବୈଠକକୁ ସମ୍ବୋଧିତ କରି ସୋନିଆ ଗାନ୍ଧୀ କହିଛନ୍ତି, ଦଳର ପ୍ରଦର୍ଶନରୁ ସ୍ପଷ୍ଟ ଯେ ଆମକୁ ଆଗକୁ ଗୁରୁତର ସହ କାମ କରିବାକୁ ହେବ। କିନ୍ତୁ ଆମେ ପ୍ରଦର୍ଶନରୁ ନିରାଶ ହୋଇଛନ୍ତି ବୋଲି କହିଛନ୍ତି। ନିର୍ବାଚନରେ ଯେଉଁ ଫଳାଫଳ ଆସିଛି ତାର ସମସ୍ତ ଦିଗ ଉପରେ ଆଲୋଚନା ହେବା ଦରକାର। ଏଥିପାଇଁ ସେ ଏକ କମିଟି ଗଠନ କରିବାକୁ କହିଛନ୍ତି। ଏହି ଟିମ୍ ତାଙ୍କୁ ନିର୍ବାଚନରେ ପରାଜୟର କାରଣ ବିସ୍ତୃତ ଭାବରେ ଦେବ ବୋଲି ସେ କହିଛନ୍ତି। ଆସାମ ଏବଂ କେରଳରେ ପରାଜୟ ଏବଂ ପଶ୍ଚିମବଙ୍ଗରେ ମୂଳପୋଛ ହେବା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ମୋଦି ସରକାର କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ତେଣୁ ଏକ ସର୍ବଦଳୀୟ ବୈଠକ ଡାକିବାକୁ ସେ ଦାବି କରିଛନ୍ତି। କରୋନାକୁ ଏକ ଅପ୍ରତ୍ୟାଶିତ ସ୍ୱାସ୍ଥ୍ୟ ସଙ୍କଟ ବୋଲି କହିଛନ୍ତି ସୋନିଆ ଗାନ୍ଧୀ। ଏହାର ମୁକାବିଲା କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହଯୋଗ କରିବାକୁ ଦଳୀୟ କର୍ମୀଙ୍କୁ ନିବେଦନ କରିଛନ୍ତି ସୋନିଆ।

ଆସାମ ଏବଂ କେରଳରେ କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଥିଲା କଂଗ୍ରେସ। ଏଥପାାଇଁ ସୋନିଆ ଗାନ୍ଧୀଙ୍କ ସାଂସଦ ପୁଅ ରାହୁଲ ଗାନ୍ଧୀ ତଥା ଝିଅ ପ୍ରିୟଙ୍କା ଗାନ୍ଧୀ ଜୋରଦାର ପ୍ରଚାର କରିଥିଲେ। ଏମିତିକି ଆସାମରେ ବଡ଼ ଭୋଟ ବ୍ୟାଙ୍କ ଚା ବଗିଚାରେ କାମ କରୁଥିବା ଲୋକଙ୍କ ସହ ଭେଟିଥିଲେ ରାହୁଲ ଏବଂ ପ୍ରିୟଙ୍କା। ହେଲେ ବିଜେପିର ରଣନୀତି ଆଗରେ କଂଗ୍ରେସର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଥିଲା। ତେବେ ଦଳ ତାମିଲନାଡୁରେ ଶାସକ ଦଳ ବିରୋଧୀ ହାଓ୍ୱାର ଫଇଦା ନେଇଛି କଂଗ୍ରେସ।

ସୂଚନାଯାଗ୍ୟ, ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା କପିଲ ଶିବଲ, ଗୁଲାମ ନବୀ ଆଜାଦ, ମନୀଷ ତିଓ୍ୱାରୀ ପ୍ରମୁଖ ୨୩ ନେତା ଦଳର ନୀତିକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଆଉ କହିଥିଲେ ଆମୂଳଚୂଳରେ ପରିବର୍ତ୍ତନ ହେବା ଆବଶ୍ୟକ। ହେଲେ ଏହାକୁ ସହଜରେ ଗ୍ରହଣ କରିନଥିଲେ ସୋନିଆ। ଆଉ ୨୩ ନେତାଙ୍କୁ କଥାକୁ ଅଣଦେଖା କରିଥିଲେ। ଯାହାକୁ ଏବେ ସ୍ୱୀକାର କରିଛନ୍ତି ସୋନିଆ ଗାନ୍ଧୀ।

The post ଦଳର ପ୍ରଦର୍ଶନ ନେଇ ବିଳମ୍ୱରେ ଚେତିଲେ ସୋନିଆ ଗାନ୍ଧୀ appeared first on Odisha Reporter.



from Odisha Reporter https://ift.tt/33xPgQy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages