ବଡ଼ ସଫଳତା: ୧୩ ନକ୍ସଲଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

ବଡ଼ ସଫଳତା: ୧୩ ନକ୍ସଲଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ

ଗଡ଼ଚିରୋଲି: ନକ୍ସଲଙ୍କ ବିରୋଧୀ ଅଭିଯାନକୁ ଆଜି ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ମହାରାଷ୍ଟ୍ରର ଗଡ଼ଚିରୋଲି ଅନ୍ତର୍ଗତ ଏଟାପାଲ୍ଲୀ ଜଙ୍ଗଲ ନିକଟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି।

ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବାରୁ ଆଗକୁ ଆହୁରି ନକ୍ସଲଙ୍କ ମୃତଦେହ ମିଳିବ ବୋଲି ଆଶା କରାଯାଉଛି। ୧୩ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ଏବେ ସେମାନଙ୍କ ପରିଚୟ ଚିହ୍ନଟ କରିବା ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି।


ସୂଚନା ଅନୁସାରେ, ଏଟାପାଲ୍ଲୀ ଜଙ୍ଗଲ ନିକଟରେ ମାଓବାଦୀଙ୍କ ମେଳି କରିଥିବା ଖବର ମିଳିବା ପରେ ମହାରାଷ୍ଟ୍ର ପୁଲିସର ସି -୬୦ ୟୁନିଟ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ କରି ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ ପୂରା ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରେ ଅନେକ ନକ୍ସଲ ପ୍ରାଣ ହରାଇଥିବା କୁହାଯାଉଛି।

ପ୍ରାଥମିକ ଅବସ୍ଥାରେ ୬ ଜଣଙ୍କ ମୃତଦେହ ମିଳିଥିଲା। ପରେ ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଆଗକୁ ଆହୁରି ମୃତଦେହ ମିଳିବାର ସମ୍ଭବନା ରହିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ମହାରାଷ୍ଟ୍ରର ଗଡ଼ଚିରୋଲି ଅଞ୍ଚଳ ଛତିଶଗଡ଼ ସୀମାକୁ ଲାଗିଛି। ତେଣୁ ମୃତ ନକ୍ସଲମାନେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ସକ୍ରିୟ ଥିବା ଅନୁମାନ କରାଯାଉଛି।

ଏହାପୂର୍ବରୁ ମାର୍ଚ୍ଚ ୨୯ରେ ଗଡ଼ଚିରୋଲିର ଖୋବ୍ରାମେଣ୍ଡାର ଜଙ୍ଗଲରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଦୁଇ ଜଣ ମହିଳାଙ୍କ ସମେତ ୫ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୩ଟି ପ୍ରେସର କୁକର ବୋମା, ୩୦୩ ରାଇଫଲ ମାଗାଜିନ, ଲାଇଭ କାର୍ଟ୍ରିଜ, ତାର, ଫାୟାର କ୍ରାକର ବୋମା, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।

The post ବଡ଼ ସଫଳତା: ୧୩ ନକ୍ସଲଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ appeared first on Odisha Reporter.



from Odisha Reporter https://ift.tt/3ysc8iC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages