ନାରଦା ମାମଲାରେ ରାଜ୍ୟପାଳ ଦେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ, ଅଡୁଆରେ ଟିଏମସି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ନାରଦା ମାମଲାରେ ରାଜ୍ୟପାଳ ଦେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ, ଅଡୁଆରେ ଟିଏମସି ବିଧାୟକ

କୋଲକାତା: ଆଜି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନଖର ଏକ ବିଜ୍ଞପ୍ତି ଜରିଆରେ ୨୦୧୪ ମସିହା ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ୪ ଟିଏମସି ନେତାଙ୍କ ନାମ ରହିଛି। ଆଉ ଏହି ଚାରି ଜଣଙ୍କ ମଧ୍ୟରୁ ଫରହାଦ ହାକିମ, ସୁବ୍ରତ ମୁଖାର୍ଜୀ ଆଜି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଆଉ ରାଜ୍ୟପାଳ ନିଜେ ଏହି ଶପଥ ପାଠ କରାଇବେ।

ପୂର୍ବତନ ମନ୍ତ୍ରୀ ତଥା ଟିଏମସି ନେତା ଫରହାଦ ହାକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ର ଏବଂ ସୋଭାନ ଚାଟାର୍ଜୀଙ୍କ ବିରୋଧରେ ଏହି ତଦନ୍ତ ହେବ। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଥିଲା। ଆଉ ରାଜ୍ୟପାଳ ସମ୍ବିଧାନର ଧାରା ୧୬୩ ଏବଂ ୧୬୪ ଅନୁଯାୟୀ ନିଜର କ୍ଷମତା ପ୍ରୟୋଗ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ରାଜ ଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ “ମିଡିଆରେ ନାରଦା ଷ୍ଟିଙ୍ଗ୍ ପ୍ରସଙ୍ଗରେ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ପଶ୍ଚିମବଙ୍ଗ ବିଧାନସଭା ସଦସ୍ୟ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନାରଦା ଘୋଟାଲା ସମୟରେ ଏହି ଚାରି ସଦସ୍ୟ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ପଦରେ ଥିଲେ।”

ରାଜ ଭବନ ପକ୍ଷରୁ କୁହାଯାଇଛି ଯେ ସିବିଆଇ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ତଦନ୍ତ କରିବାକୁ ଅନୁରୋଧ କରିଥିଲା। ​​ଆଉ ଏ ମାମଲା ସହ ଜଡିତ ସମସ୍ତ ଦଲିଲ ପ୍ରଦାନ କରିଥିଲା।

ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି। ବିଜେପି ସରକାର ଗଢ଼ିବ ବୋଲି ଦାବି କରି ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଛି। ଏହାପରେ ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଆଗକୁ ଜୋରଦାର ଲଢ଼େଇ ହେବ ବୋଲି ସ୍ପଷ୍ଟ ହୋଇଯାଇଛି।

ସବୁଠୁ ବଡ଼କଥା ହେଲେ ଏହି ନାରଦା ଷ୍ଟିଙ୍ଗ ଅପରେସନ ବେଳେ ଏବେର ବିଜେପି ବିଧାୟକ ତଥା ସେତେବେଳେର ଟିଏମସି ସାଂସଦ ଶୁଭେନ୍ଦୁ ଅଧିକାରୀ ଏହି ମାମଲାରେ ସଂପୃକ୍ତି ଥିଲା।

୨୦୧୪ରେ ଦିଲ୍ଲୀର ଜଣେ ସାମ୍ବାଦିକ କୋଲକାତା ଆସି ପଶ୍ଚିମବଙ୍ଗରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଥିବା ଜଣେ ବ୍ୟବସାୟୀ ଭାବରେ ଆସି ସାତଜଣ ଟିଏମସି ସାଂସଦ, ଚାରିଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ। ଆଉ ସେ ଏହି ଅପରେସନକୁ ସ୍ପାଏ କ୍ୟାମେରାରେ ରେକର୍ଡିଂ କରିଥିଲେ। ଆଉ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ପଶ୍ଚିମବଙ୍ଗ ରାଜନୀତିକୁ ଦୋହଲାଇ ଦେଇଥିଲା।

ତେବେ ନିୟମ ଅନୁଯାୟୀ ସାଂସଦଙ୍କ ବିରୋଧରେ ତଦନ୍ତ ହେବା ପୂର୍ବରୁ ଲୋକସଭାର ବାଚସ୍ପତି ଏଥିପାଇଁ ଅନୁମତି ପ୍ରଦାନ କରିବେ। ଆଉ ବିଧାୟକଙ୍କ ବିରୋଧରେ ତଦନ୍ତ କରିବାକୁ ହେଲେ ବାଚସ୍ପତି ଅନୁମତି ପ୍ରଦାନ କରିବେ। ହେଲେ ଏଯାବତ ଲୋକସଭାର ବାଚସ୍ପତି ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ତଦନ୍ତ  ନିର୍ଦ୍ଦେଶ ଦେଇ ନାହାନ୍ତି।

ଆଉ ଏହି ଆଧାରରେ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ମଧ୍ୟ ମାମଲା ଦାୟର କରିବାକୁ ଅନୁମତି ପ୍ରଦାନ କରିବେ। ହେଲେ ସିବିଆଇ ବିଧାନସଭା ପରିବର୍ତ୍ତେ ରାଜ୍ୟପାଳଙ୍କ ପାଖକୁ ଯାଇଛି। ଏବେ ଏହାର ଜବାବ ଦେଇ ରାଜ୍ୟପାଳ କହିଛନ୍ତି ଯେଉଁ ଚାରି ଜଣଙ୍କ ବିରୋଧରେ ତଦନ୍ତ ପାଇଁ ସେ ଅନୁମୋଦନ ଦେଇଛନ୍ତି ସେମାନେ ୨୦୧୧ରେ ରାଜ୍ୟପାଳଙ୍କ ଦ୍ୱାରା ଶପଥ ଗ୍ରହଣ କରିଥିବା ମନ୍ତ୍ରୀ। ତେଣୁ ସେ ତଦନ୍ତ ନିର୍ଦ୍ଦେଶ ଦେଇ ପାରିବେ।

ଏହି ବହୁ ଚର୍ଚ୍ଚିତ ନାରଦା ମାମଲାରେ ଟିଏମସିରୁ ୬ ଜଣ ଲୋକସଭା ଏବଂ ରାଜ୍ୟସଭା ସାଂସଦ ଥିଲେ। ସେଥିମଧ୍ୟରୁ ମୁକୁଲ ରୟ ଏବେ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। ହେଲେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେବେ ଷ୍ଟିଙ୍ଗ୍ ଅପରେସନରେ ସେ ନଗଦ ଟଙ୍କା ନେଉଥିବାର କୌଣସି ଫୁଟେଜ ନାହିଁ।

ସେହିପରି ବାକି ଲୋକସଭା ସାଂସଦଙ୍କ ମଧ୍ୟରୁ ସୁଲତାନ ଅହମ୍ମଦଙ୍କର ଦେହାନ୍ତ ହୋଇଯାଇଛି। ଶୁଭେନ୍ଦୁ ଅଧିକାରୀ, ସୌଗତ ରୟ, କାକୋଲି ଘୋଷ, ପ୍ରସନ୍ନ ବାନାର୍ଜୀ ଏବଂ ଆପରୁପା ପୋଡଦାରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚେଷ୍ଟା କରିଛି ସିବିଆଇ। ହେଲେ ଲୋକସଭା ବାଚସ୍ପତି ଏଯାବତ ଅନୁମତି ପ୍ରଦାନ କରି ନାହାନ୍ତି।

The post ନାରଦା ମାମଲାରେ ରାଜ୍ୟପାଳ ଦେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ, ଅଡୁଆରେ ଟିଏମସି ବିଧାୟକ appeared first on Odisha Reporter.



from Odisha Reporter https://ift.tt/3f3c7sQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages