ମୁମ୍ବାଇ: କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ବର୍ତ୍ତି ପାରିନାହିଁ ବଲିଉଡ଼ ଜଗତ। ବଲିଉଡ଼ର ବହୁ କଳାକାର କରୋନାରେ ଆକ୍ରାନ୍ତ ହୋଇ ସାରିଥିବା ବେଳେ ସବୁବେଳେ ଫିଟ୍ ରହୁଥିବା ଶିଳ୍ପା ସେଟ୍ଟିଙ୍କ ଘରେ ବି ପଶିଲା ଏହି ମହାମାରୀ। ଶିଳ୍ପାଙ୍କ ପରିବାରର ପ୍ରାୟତଃ ସମସ୍ତ ସଦସ୍ୟ କରୋନା କବଳରେ ପଡ଼ି ଯାଇଥିବା ବେଳେ ଏଥିରୁ ବର୍ତ୍ତି ଯାଇଛନ୍ତି ସବୁବେଳେ ଫିଟ୍ ରହୁଥିବା ୪୫ ବର୍ଷୀୟା ଅଭିନେତ୍ରୀ।
ପରିବାରର ସମସ୍ତେ କରୋନା ଦ୍ୱାରା କବଳିତ ହୋଇ ସାରିଥିବା ନେଇ ଶିଳ୍ପା ଟ୍ୱିଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ଶେଷ ୧୦ ଦିନ ମୋ ପରିବାର ପାଇଁ ବହୁତ କଷ୍ଟଦାୟକ ଥିଲା। ଏହି ସମୟ ମଧ୍ୟରେ ମୋ ସ୍ୱାମୀ ରାଜ, ପୁଅ ଭିଆନ, ଭଉଣୀ ସମିତା ସେଟ୍ଟି ଓ ମା’ ସୁନନ୍ଦା ସେଟ୍ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଗାଇଡଲାଇନ୍ ଅନୁଯାୟୀ, ଶିଳ୍ପାଙ୍କ ପରିବାର ସଦସ୍ୟ ଏବେ ଅଲଗା ଅଲଗା ରୁମ୍ରେ ରହି ଚିକିତ୍ସିତ ହେଉଥିବା ବେଳେ ସମସ୍ତେ ଏବେ ଧିରେ ଧିରେ ସୁସ୍ଥ ହେଉଥିବା ଜଣାଯାଇଛି।
କେବଳ ସେତିକି ନୁହେଁ, ରାଜଙ୍କ ବାପାମା’ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାବ୍ୟତୀତ ଶିଳ୍ପାଙ୍କ ଘରର ୨ କର୍ମଚାରୀ ମଧ୍ୟ ମହାମାରୀ କବଳରେ ପଡ଼ି ସାରିଛନ୍ତି। ସେମାନଙ୍କୁ ମଧ୍ୟ ସବୁ ପ୍ରକାର ମେଡିକାଲ ସୁବିଧା ଯୋଗାଇ ଦିଆଯାଉଥିବା ଶିଳ୍ପା କହିଛନ୍ତି। ପରିବାରର ସମସ୍ତ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଶିଳ୍ପାଙ୍କ ରିପୋର୍ଟ କିନ୍ତୁ ନେଗେଟିଭ ଆସିଥିବା ଜଣାଯାଇଛି।
କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ଅମୀର ଖାନ, ଅକ୍ଷୟ କୁମାର, ଆଲିଆ ଭଟ୍ଟ, ରଣବିର କପୁର ପ୍ରମୁଖ ଆଗ ଧାଡ଼ିର ଅଭିନେତା କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଲେଣି।
Stay safe, everyone pic.twitter.com/xK0e1xQbSx
— SHILPA SHETTY KUNDRA (@TheShilpaShetty) May 7, 2021
The post ‘ଶେଷ ୧୦ ଦିନ ମୋ ପରିବାର ପାଇଁ ବହୁ କଷ୍ଟଦାୟକ ଥିଲା’ appeared first on Odisha Reporter.
from Odisha Reporter https://ift.tt/3o6gB64
No comments:
Post a Comment