କେନ୍ଦ୍ର କହିଲା ରାଜ୍ୟ ସରକାରଙ୍କୁ ଜୁନ୍ ୩୦ ଯାଏ ବନ୍ଦ ରଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 27, 2021

କେନ୍ଦ୍ର କହିଲା ରାଜ୍ୟ ସରକାରଙ୍କୁ ଜୁନ୍ ୩୦ ଯାଏ ବନ୍ଦ ରଖ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଲକଡାଉନ୍ ଏବଂ ଶଟଡାଉନ୍ ଜାରି ରହିଛି। ଏବେ କିନ୍ତୁ ସଂକ୍ରମିତ ସଂଖ୍ୟା ଟିକିଏ କମିବାରେ ଲାଗିଛି। ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ସରକାର ଜୁନ୍ ଆରମ୍ଭରୁ ନିୟମରେ କୋହଳ କରିବେ ବୋଲି ଆକଳନ ହେଉଛି। ଏହା ପୂର୍ବରୁ କିନ୍ତୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କହିଛି ଯେ କୋଭିଡ୍ କଣ୍ଟେନମେଣ୍ଟ ପଦକ୍ଷେପକୁ ଜୁନ୍ ୩୦ ଯାଏ ବଳବତ୍ତର ରଖିବା ଉଚିତ୍। କିନ୍ତୁ ଯେଉଁ ସ୍ଥାନରେ ଲକଡାଉନ୍ ରହିଛି ସେଥିରେ ନିୟମ କୋହଳ ହେବା ଦରକାର ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ କହିଛି। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ଯେହେତୁ ଏବେ ବି ସଂକ୍ରମିତଙ୍କ ସେମିତି ବିଶେଷ କିଛି କମିନାହିଁ ତେଣୁ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି।

କେନ୍ଦ୍ର କହିଛି ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ କଣ୍ଟେନମେଣ୍ଟ ଜୋନ୍ ଲାଗୁ ହେବା ଦରକାର। ସେହିପରି ୬୦ ପ୍ରତିଶତ ଆଇସିୟୁ ବେଡ୍ ଯେଉଁ ହସ୍ପିଟାଲରେ ବୁକ୍ ରହିଛି ସେଠାରେ ବିହିତ ପଦକ୍ଷେପ ନେବା ଦରକାର। କିଭଳି କରୋନା ସଂକ୍ରମିତଙ୍କ ସଂଖ୍ୟା କମିପାରିବ ସେ ନେଇ ପଦକ୍ଷେପ ନେବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି।

The post କେନ୍ଦ୍ର କହିଲା ରାଜ୍ୟ ସରକାରଙ୍କୁ ଜୁନ୍ ୩୦ ଯାଏ ବନ୍ଦ ରଖ appeared first on Odisha Reporter.



from Odisha Reporter https://ift.tt/34qrmqQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages