ଆଇପିଏଲକୁ ଘାରିଲା କରୋନା ଭୟ: ଆଇସୋଲେସନରେ ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

ଆଇପିଏଲକୁ ଘାରିଲା କରୋନା ଭୟ: ଆଇସୋଲେସନରେ ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଚାଲିଥିବା ଆଇପିଏଲ ଉପରେ କଳାବାଦଲ ଘୋଟାଇବାରେ ଲାଗିଛି। ସୋମବାର କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ପରେ ପୂରା ଟୁର୍ଣ୍ଣାମେଣ୍ଟର ଭବିଷ୍ୟତକୁ ନେଇ ଆଶା ଆଶଙ୍କା ଦେଖାଦେଇଛି।

କରୋନ ଯୋଗୁ ଗତକାଲି ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ ମଧ୍ୟ ସ୍ଥଗିତ ରହିଛି। ଏବେ ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ସଦସ୍ୟ ଆଇସୋଲେସନରେ ରହିଛନ୍ତି। ସଦସ୍ୟମାନେ ନିଜ ନିଜ ରୁମ୍‌ରେ ସେଲଫ ଆଇସୋଲେସନରେ ରହିଥିବା ଜଣାପଡ଼ିଛି।

ଏପ୍ରିଲ ୨୯ରେ ଦିଲ୍ଲୀ ଓ କୋଲକାତା ପରସ୍ପରକୁ ଭେଟିଥିଲେ। ପୁଣି ଦୁଇ ଦଳ ମେ’ ୮ରେ ମ୍ୟାଚ୍‌ ଖେଳିବାର ରହିଛି। ଏସବୁ ଭିତରେ ହଠାତ୍‌ କୋଲକାତାର ଦୁଇ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀ କ୍ୟାମ୍ପ ପକ୍ଷରୁ କୁହାଯାଇଛି ଯେ “ ସୋମବାର ମଧ୍ୟାହ୍ନରୁ ହିଁ ସମସ୍ତ ସଦସ୍ୟ ନିଜ ନିଜ ରୁମରେ ଆଇସୋଲେସନରେ ରହିଛନ୍ତି।”

ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଦିନ ପଞ୍ଜାବ କିଙ୍ଗସକୁ ଭେଟିଥିଲେ। ବର୍ତ୍ତମାନ ଋଷଭ ପନ୍ତଙ୍କ ଦଳ ଆଇପିଏଲ ପଏଣ୍ଟ ଟେବୁଲରେ ୧୨ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ କୋଲକାତା ନାଇଟ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟରଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିବାରୁ ସେମାନଙ୍କୁ ଦଳର ଅନ୍ୟ ସଦସ୍ୟମାନଙ୍କ ଠାରୁ ପୃଥକ କରି ରଖାଯାଇଛି। ଏହି ଦୁଇ ଖେଳାଳିଙ୍କୁ ଛାଡ଼ି ଦେଲେ ବାକି ସମସ୍ତ ଖେଳାଳି ଓ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ସତର୍କତା ପଦକ୍ଷେପ ସ୍ୱରୂପ ସମସ୍ତେ ଆଇସୋଲେସନରେ ରହିଛନ୍ତି। ବରୁଣ ଓ ସନ୍ଦୀପଙ୍କ ସ୍ୱାସ୍ଥ୍ୟ ଉପରେ ମେଡିକାଲ ଟିମ୍‌ ନଜର ରଖିଛି।

କେବଳ କୋଲକାତା ନୁହେଁ, ଚେନ୍ନାଇ ସୁପର କିଙ୍ଗସର ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ ଓ ବସ୍‌ କ୍ଲିନର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ଦଳର ଟ୍ରେନିଂ ସେସନ୍ସକୁ ବାତିଲ କରାଯାଇଛି। ଚେନ୍ନାଇ ଶନିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସହ ମ୍ୟାଚ୍‌ ଖେଳିଥିଲା।

The post ଆଇପିଏଲକୁ ଘାରିଲା କରୋନା ଭୟ: ଆଇସୋଲେସନରେ ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ appeared first on Odisha Reporter.



from Odisha Reporter https://ift.tt/3ecqJXw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages