ମଦର ବିକଳ୍ପ ଭାବରେ ହୋମିଓପାଥିକ ଔଷଧ ପିଇ ତିନି ଜଣଙ୍କର ମୃତ୍ୟୁ: ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ମଦର ବିକଳ୍ପ ଭାବରେ ହୋମିଓପାଥିକ ଔଷଧ ପିଇ ତିନି ଜଣଙ୍କର ମୃତ୍ୟୁ: ପୁଲିସ

ରାୟପୁର: ମଦର ବିକଳ୍ପ ଭାବି ହୋମିଓପାଥିକ ଔଷଧ ପିଇବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ ରାଜଧାନୀ ରାୟପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ପୁଲିସ ଅଧିକାରୀ ଆର.କେ ମିଶ୍ର କହିଛନ୍ତି ଯେ ମେ ୭ରେ ମଦ ନପାଇ ଔଷଧ ପିଇ ଦେବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ରବିବାର ଏହି ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାମ ମନୀଷ ବର୍ମା, ଦଲବୀର ସିଂ ପରମାର ଏବଂ ବଲବିନ୍ଦର ସିଂ ବୋଲି ଜଣାପଡିଛି। ସମସ୍ତେ ରାୟପୁର ପାଣ୍ଡାରି ଅଞ୍ଚଳର ବାସିନ୍ଦା।

ପ୍ରଥମେ ମେ ୭ରେ ମନୀଷ ବର୍ମାଙ୍କର ତାଙ୍କ ଘରେ ମୃତ୍ୟୁ ଘଟିଥିଲା। ଆଉ ଏହି ଦିନ ଡକ୍ଟର ବିଆର ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି।

ବର୍ମା କରୋନାରେ ମୃତ୍ୟୁବରଣ କରିଥିବା ସନ୍ଦେହ କରି ତାଙ୍କ ପରିବାର ତାଙ୍କର ଅନ୍ତିମ ରୀତିନୀତି କରିଥିଲେ ବୋଲି ଥାନା ଅଧିକାରୀ ଆର.କେ ମିଶ୍ର କହିଛନ୍ତି।

ତେବେ ଦଲବୀର ସିଂଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ସେ ଆଲକହଲ ପିଇବାରୁ ମୃତ୍ୟୁବରଣ କରିଥିବାବେଳେ ପରମାର ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଆଉ ଶବ ବ୍ୟବଚ୍ଛେଦ ଏବଂ ଅନ୍ୟାନ୍ୟ ସ୍ଥିତିକୁ ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲା ଯେ ଏହି ତିନି ଜଣଙ୍କର ମୃତ୍ୟୁ ପଛରେ ହୋମିଓପାଥି ଔଷଧ ରହିଛି। ଯାହାକୁ ମଦର ବିକଳ୍ପ ଭାବରେ ଏମାନେ ପିଇଥିଲେ। ଆଉ ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି।

ମେ ’୪ ରୁ ୬ ମଧ୍ୟରେ ରାଜ୍ୟର ଅନ୍ୟତମ ଜିଲ୍ଲା ବିଳାସପୁରରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଲୋକମାନେ ମଦ ପରିବର୍ତ୍ତେ ହୋମିଓପାଥିକ ସିରପ ପିଇଥିବା ଜଣାଯାଇଛି।

The post ମଦର ବିକଳ୍ପ ଭାବରେ ହୋମିଓପାଥିକ ଔଷଧ ପିଇ ତିନି ଜଣଙ୍କର ମୃତ୍ୟୁ: ପୁଲିସ appeared first on Odisha Reporter.



from Odisha Reporter https://ift.tt/2RCsVyO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages