ରାଜ୍ୟରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ଅନୁଗୋଳରେ ୮ ଶହ ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

ରାଜ୍ୟରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ଅନୁଗୋଳରେ ୮ ଶହ ଡେଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୪୩୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୦୫୯ଟି ହେଉଛି ଲୋକାଲ୍ କେସ୍‌। ସେହିଭଳି ରାଜ୍ୟରେ କରୋନାରେ ଆଉ ୨୫ ଜଣଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୦୭, ଅନୁଗୋଳରୁ ୮୬୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭୦୩ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାରୁ ୫୨୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୩୯୫, ଭଦ୍ରକରୁ ୧୩୪, ବଲାଙ୍ଗିରରୁ ୨୯୪, ବୌଦ୍ଧରୁ ୩୧୩, ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୨୫୧, ଗଜପତିରୁ ୮୬, ଗଞ୍ଜାମରୁ ୨୨୮, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୩୭୮, ଝାରସୁଗୁଡ଼ାରୁ ୨୪୭, କଳାହାଣ୍ଡିରୁ ୨୦୫, କନ୍ଧମାଳରୁ ୧୦୧, କେନ୍ଦ୍ରାପଡ଼ାରୁ ୨୦୪, କେନ୍ଦୁଝରରୁ ୧୯୩, କୋରାପୁଟରୁ ୨୬୬, ମାଲକାନଗିରିରୁ ୧୧୦, ମୟୂରଭଞ୍ଜରୁ ୫୩୮, ନବରଙ୍ଗପୁରରୁ ୩୪୬, ନୟାଗଡ଼ରୁ ୩୮୨, ନୂଆପଡ଼ାରୁ ୧୫୨, ପୁରୀରୁ ୪୨୪, ରାୟଗଡ଼ାରୁ ୨୩୩, ସମ୍ବଲପୁରରୁ ୩୯୩ ଓ ସୋନପୁର ଜିଲ୍ଲାରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୬୧ ଜଣ ଚିହ୍ନଟ ହୋଇଛନ୍ତି।

୧୧,୪୯୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୪୬ ହଜାର ୬୩୧ ଜଣ ସୁସ୍ଥ ହୋଇସାରିଲେଣି। ଲକ୍ଷେ ୬ ହଜାର ୮୧୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଆଉ ୨୫ ଜଣ ପ୍ରାଣ ହରାଇବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୦୩ରେ ପହଞ୍ଚି ଯାଇଛି।

The post ରାଜ୍ୟରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ଅନୁଗୋଳରେ ୮ ଶହ ଡେଇଁଲା appeared first on Odisha Reporter.



from Odisha Reporter https://ift.tt/3ypH17C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages