୧୫ ହଜାର କୋଟି ଟଙ୍କାର କ୍ଷତି ଘଟାଇଛି ବାତ୍ୟା ତଉକତେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

୧୫ ହଜାର କୋଟି ଟଙ୍କାର କ୍ଷତି ଘଟାଇଛି ବାତ୍ୟା ତଉକତେ!

ନୂଆଦିଲ୍ଲୀ: ସୋମବାର ସ୍ଥଳ ଭାଗ ଛୁଇଁ ଗୁଜରାଟରେ ତାଣ୍ଡବ ରଚିଥିବା ସାମୁଦ୍ରିକ ଝଡ଼ ତଉକତେ ଏବେ ଦୁର୍ବଳ ହୋଇଗଲାଣି। ଦୁର୍ବଳ ହେବା ପୂର୍ବରୁ ଏହା ଗୁଜରାଟ ଠାରୁ ଆରମ୍ଭ କରି ଗୋଆ ଯାଏ ଧ୍ୱଂସଲୀଳା ରଚିଥିଲା। ବାତ୍ୟା ଯୋଗୁ ଗୁଜରାଟରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ୮ରୁ ୧୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ପଶ୍ଚିମ ଉପକୂଳରେ ବାରେଜ ବୁଡ଼ି ଯିବାରୁ ଏଯାଏ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧ ଜଣଙ୍କ ପତ୍ତା ମିଳୁନି।

ତଉକତେ କେବଳ ଜୀବନ ନେଇନାହିଁ, ବରଂ ବ୍ୟାପକ ସମ୍ପତ୍ତି ମଧ୍ୟ ନଷ୍ଟ କରିଛି। ବାତ୍ୟା ଯୋଗୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। କୃଷି କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୁଜରାଟ ଓ ଡିଉରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି।

ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଛି ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି। ଉଭୟ ବିଦ୍ୟୁତ ଓ ଟେଲିକମ ସେକ୍ଟର ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଗୁଜରାଟ ଓ ଡିଉ ବ୍ୟତୀତ କେରଳ, କର୍ଣ୍ଣାଟକା, ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ବାତ୍ୟା ତଉକତେର ଆଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା।

ଆରଏମଏସ୍‌ଆଇ ବରିଷ୍ଠ ଅଧିକାରୀ ପୁଷ୍ପେନ୍ଦ୍ର ଜୋହରି କହିଛନ୍ତି, ତଉକତେ ଗୋଟିଏ ଭିନ୍ନ ଧରଣର ବାତ୍ୟା ଥିଲା। କାରଣ ୱେଷ୍ଟର୍ଣ୍ଣ ଉପକୂଳର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସର୍ଭେରୁ ଜଣାପଡ଼ିଛି ଯେ ଆରବ ସାଗରରେ ତାପମାତ୍ରା ବଢ଼ୁଥିବାରୁ ଏହି ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଅଧିକ ରହୁଛି। ବାତ୍ୟା ଯୋଗୁ ମୋଟ ୧୫ ହଜାର କୋଟି ଟଙ୍କାର କ୍ଷତି ଘଟିଥିବା ବେଳେ କେବଳ ଗୁଜରାଟ ଓ ଡିଉରେ ଏହା ୮ ହଜାର କୋଟି ରହିଛି।

ଅନ୍ୟ ପଶ୍ଚିମାଞ୍ଚଳ ରାଜ୍ୟରେ ବାକି ୭ ହଜାର କୋଟି ଟଙ୍କାର କ୍ଷତି ଘଟିଛି। ୨୫ରୁ ୪୦% କ୍ଷତି କୃଷି କ୍ଷେତ୍ରରେ ଦେଖିବାକୁ ମିଳିଛି। ୧୫ରୁ ୨୦% କ୍ଷତି ପରିବହନ ଓ ପୋର୍ଟ ଅଞ୍ଚଳରେ ଘଟିଛି। ସେହିପରି ସମାନ ପରିମାଣର କ୍ଷତି ଟେଲିକମ ଓ ବିଦ୍ୟୁତ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ବାତ୍ୟା ଯୋଗୁ ଜୁନାଗଡ଼ ଓ ଆମରେଲିରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ସେ କହିଛନ୍ତି।

The post ୧୫ ହଜାର କୋଟି ଟଙ୍କାର କ୍ଷତି ଘଟାଇଛି ବାତ୍ୟା ତଉକତେ! appeared first on Odisha Reporter.



from Odisha Reporter https://ift.tt/3wq45RT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages