ପତ୍ନୀ ସହ ୫ ବର୍ଷର ଛୁଆକୁ ହାଣି ଦେଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

ପତ୍ନୀ ସହ ୫ ବର୍ଷର ଛୁଆକୁ ହାଣି ଦେଲା ବାପା

ଜୟପୁର(ଟି ଗୌରି ଶଙ୍କର): ନିଜ ପତ୍ନୀ ସମେତ ୫ ବର୍ଷର ପୁଅକୁ ହାଣିଲା ସ୍ୱାମୀ। କୋରାପୁଟ ଜିଲ୍ଲା ବିସିଂପୁର ଥାନା ହରଡାଗୁଡ଼ା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏପରି ନାରକୀୟ ହତ୍ୟାକାଣ୍ଡ। ମୃତଦ୍ୱୟ ହେଉଛନ୍ତି ଡମୁଣି ମୁଦୁଲି ଓ ପୁଅ ପବୁଲୁ ମୁଦୁଲି। ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିଙ୍କୁ ପୁଲିସ୍‌ କାବୁ କରି ଥାନାକୁ ନେଇଛି।

ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଗ୍ରାମବାସୀ ଏହା ଜାଣିପାରସି ଅଭିଯୁକ୍ତ ଧବୁଲୁକୁ କାବୁ କରି ଖୁଣ୍ଟରେ ବାନ୍ଧିଥିଲେ  ।ଘଟଣାସ୍ଥଳରେ ବିସିଂପୁର ପୁଲିସ୍‌ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା କରୁଥିଲେ ମଧ୍ୟ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ମା’ ପୁଅଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ବେଳେ କୋରାପୁଟରୁ ସାଇଣ୍ଟିଫିକ ଟିମ ଆସିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି। ଏହାରି ଭିତରେ ପୁଲିସ୍‌ର ଏକ ଟିମ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ପତ୍ନୀ ସହ ୫ ବର୍ଷର ଛୁଆକୁ ହାଣି ଦେଲା ବାପା appeared first on Odisha Reporter.



from Odisha Reporter https://ift.tt/3y90SaQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages