ଟୁଲକିଟ୍ ମାମଲାରେ ଦୁଇ କଂଗ୍ରେସ ନେତାଙ୍କୁ ସମନ୍ କଲା ଦିଲ୍ଲୀ ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 25, 2021

ଟୁଲକିଟ୍ ମାମଲାରେ ଦୁଇ କଂଗ୍ରେସ ନେତାଙ୍କୁ ସମନ୍ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ କଂଗ୍ରେସର ଦୁଇ ନେତାଙ୍କୁ ସମନ କରିଛି ଦିଲ୍ଲୀ ପୁଲିସ। ଏହି ଦୁଇ ନେତା ହେଲେ ରାଜୀବ ଗୌଡା ଏବଂ ରୋହନ ଗୁପ୍ତା। ଏହି ଦୁଇ କଂଗ୍ରେସ ନେତାଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ୍ ହେବା ପାଇଁ ଦିଲ୍ଲୀ ପୁଲିସ କହିଛି। ନୋଟିସ ମିଳିବା ପରେ ରାଜୀବ ଗୌଡ଼ା କହିଛନ୍ତି ସେ ଛତିଶଗଡ଼ରେ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତେଣୁ ସେଠିକା ପୁଲିସ ସମନ କରିବାର ଥିଲା ବୋଲି ଦିଲ୍ଲୀ ପୁଲିସକୁ ସେ କହିଥିବା କହିଛନ୍ତି।

ଟୁଲକିଟ୍ ମାମଲାରେ ବିଜେପି ନେତା ସମ୍ୱିତ ପାତ୍ର ଏବଂ ରମଣ ସିଂହଙ୍କୁ ସମନ କରିଛି ଛତିଶଗଡ଼ ପୁଲିସ। ସମ୍ୱିତ ପାତ୍ରଙ୍କୁ ରବିବାର ଭିଡିଓ କନଫରେନସିଂ ଜରିଆରେ ହାଜର ହେବାକୁ ଛତିଶଗଡ ପୁଲିସ କହିଥିଲା। ସେ କିନ୍ତୁ ହାଜର ହେବା ପାଇଁ ୭ ଦିନର ସମୟ ଲୋଡିଛନ୍ତି। ସେହିପରି ସୋମବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ରମଣ ସିଂହଙ୍କ ବୟାନ ରେକର୍ଡ କରିଛି ପୁଲିସ। ରମଣ ସିଂହ ଛତିଶଗଡ ପୁଲିସକୁ ଲିଖିତ ଆକାରରେ ସମସ୍ତ ପ୍ରଶ୍ନର ଉତ୍ତର ଜଣାଇଛନ୍ତି। ଏହାପରେ ରମଣ ସିଂହ କହିଛନ୍ତି ଛତିଶଗଡରେ ପୁଲିସ ଶାସକ ଦଳ କଂଗ୍ରେସ ଦ୍ୱାରା ପରିଚାଳିତ ଆଇନ୍ ଦ୍ୱାରା ନୁହେଁ। ବିଜେପି ନେତାଙ୍କ ବିରୋଧରେ ଛତିଶଗଡର ଶାସକ ଦଳର ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ବିଜେପି ନେତା ସମ୍ୱିତ ପାତ୍ର ଏକ କଂଗ୍ରେସର ଏକ ଟୁଲକିଟକୁ ଟ୍ୱିଟ୍ କରିଥିଲେ। ହେଲେ ଏହା ଜାଲ୍ ବୋଲି କଂଗ୍ରେସ କହିଥିଲା। ପରେ ଟ୍ୱିଟର ସମ୍ୱିତଙ୍କ ସେହି ଟ୍ୱିଟକୁ ‘ମାନିପୁଲେଟଡ୍ ମିଡିଆ’ ବୋଲି ଦର୍ଶାଇଛି। ବିଜେପି କହିଛି ମୋଦିଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ କଂଗ୍ରେସ ଯେଉଁ ଟୁଲକିଟ୍ ତିଆରି କରିଛି ଏହାର ମୁଖ୍ୟ ଲେଖକ ସୌମ୍ୟା ବର୍ମା। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ମୋଦିଙ୍କ ଘର କହି କଂଗ୍ରେସ ଯେଉଁ ଖରାପ ଭାବମୂର୍ତ୍ତି ତିଆରି କରିବାକୁ ଷଡ଼ଯନ୍ତ୍ର କରିଥିଲା ତାର ମୁଖ୍ୟ ନାୟିକା ସୌମ୍ୟା ବର୍ମା। ସେ କଂଗ୍ରେସ ସାଂସଦ ପ୍ରଫେସର ରାଜୀବ ଗୌଡ଼ାଙ୍କ କାର୍ଯ୍ୟାଳୟ ସହିତ ଜଡ଼ିତ। ରାଜୀବଙ୍କ ନେତୃତ୍ୱରେ ଏଆଇସିସିର ରିସର୍ଚ୍ଚ ଓ୍ୱିଙ୍ଗ ପରିଚାଳିତ ହୁଏ।

The post ଟୁଲକିଟ୍ ମାମଲାରେ ଦୁଇ କଂଗ୍ରେସ ନେତାଙ୍କୁ ସମନ୍ କଲା ଦିଲ୍ଲୀ ପୁଲିସ appeared first on Odisha Reporter.



from Odisha Reporter https://ift.tt/3ffmn2q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages