ଦିଲିପ କହିଲେ, ଆମେ ମଣିଷ ବୋଲାଇବାକୁ ଯୋଗ୍ୟ ନୁହଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

ଦିଲିପ କହିଲେ, ଆମେ ମଣିଷ ବୋଲାଇବାକୁ ଯୋଗ୍ୟ ନୁହଁ

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ମହାମାରୀ କରୋନାର ସଙ୍କଟ । ଏଥିଲାଗି ସମସ୍ତେ ବେଶ୍ ପ୍ରଭାବିତ ହୋଇଛନ୍ତି । କେଉଁଠି ହସ୍ପିଟାଲରେ ବେଡ୍ ଅଭାବ ତ ଆଉ କେଉଁଠି ଅକ୍ସିଜେନ୍ । ସେହିପରି ଶସ୍ତାରୁ ଶସ୍ତା ଔଷଧର କଳାବାଜାରି ମଧ୍ୟ ଚରମରେ ରହିଛି । ମହାମାରୀରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଭୟାନକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ବଲିଉଡର ଭେଟେରାନ ଅଭିନେତା ଦିଲିପ କୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ସେଆର କରିଛନ୍ତି । ଭିଡିଓରେ ଦିଲିପ କହୁଛନ୍ତି, ମହାମାରୀ ସମୟରେ ଔଷଧର କଳାବାଜାରି ହେଉଛି । ଆମ ଭିତରେ ମଣିଷ ପଣିଆ ମରିଯାଇଛି । ଆମେ ମଣିଷ ବୋଲାଇବାକୁ ଯୋଗ୍ୟ ନୁହଁ ।

ପ୍ରକୃତରେ ଏହ ଭିଡିଓଟି ହେଉଛି ଦିଲିପ କୁମାରଙ୍କ ଫିଲ୍ମ ‘ଫୁଟପାଥ’ର । ଏହି ଫିଲ୍ମର ଏକ ଡାଏଲଗରେ ଦିଲିପ କୁମାର ଏଭଳି କହିଛନ୍ତି । ଦେଶରେ ଆଜି ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଦିଲିପ କୁମାରଙ୍କ ଏହି ଫିଲ୍ମର ଡାଏଲଗ ସହ ପୁରାପୁରି ମେଳ ଖାଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ମହାମାରୀ ସମୟରେ କିଭଳି ଔଷଧର କଳାବଜାରି ହେଉଛି । ପୁଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ କିଳଭି ଔଷଧ ଗୁଡିକୁ ନଷ୍ଠ କରିଦିଆଯାଉଛି । ସେହି ଶସ୍ତା ଔଷଧ ଗୁଡିକ ଅଧିକ ଦାମ୍‌ରେ ବିକ୍ରି କରାଯାଉଥିବା ନେଇ ଦିଲିପ ପୁଲିସ ଆଗରେ ବଖାଣୁଛନ୍ତି ।
ଅଭିନେତା ଧର୍ମେନ୍ଦ୍ର ଏହି ଭିଡିଓକୁ ସେଆର କରି ଲେଖିଛନ୍ତି, “୧୯୫୨ ମସିହାରେ ଯାହା ହେଉଥିଲା… ଆଜି ମଧ୍ୟ ଠିକ୍ ସେହିଭଳି କିଛି ଘଟୁଛି ।”

ଦିଲିପ କୁମାରଙ୍କ ଏହି ଭିଡିଓ ସୋଶାଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ସେଆର କରାଯାଉଛି । ଫେସ୍‌ବୁକ ଠାରୁ ଆରମ୍ଭ ଇନ୍‌ଷ୍ଟାଗ୍ରାମ ଟୁଇଟରରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିିଓ । ଏହାକୁ ଏବେ ଯାଏ ୬୦ ହଜାରରୁ ବି ଅଧିକ ଲୋକ ଦେଖିସାରିଲେଣି । କେବଳ ସେତିକି ନୁହେଁ ଏହି ଭିଡିଓକୁ ନେଇ ଲୋକେ କମେଣ୍ଟ ଜରିଆରେ ନିଜ ଭାବନା ମଧ୍ୟ ପ୍ରକାଶ କରୁଛନ୍ତି ।

The post ଦିଲିପ କହିଲେ, ଆମେ ମଣିଷ ବୋଲାଇବାକୁ ଯୋଗ୍ୟ ନୁହଁ appeared first on Odisha Reporter.



from Odisha Reporter https://ift.tt/3oRv71F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages