କାଠମାଣ୍ଡୁ: ଗୁରୁବାର ନେପାଳ ସଂସଦରେ ବିରୋଧୀ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି। ତେଣୁ କେପି ଶର୍ମା ଓଲି ପୁଣିଥରେ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ନିକଟରେ କେପି ଓଲି ସଂସଦରେ ବହୁମତ ସାବ୍ୟସ୍ତ କରିନପାରିବାରୁ ସେ ତାଙ୍କ ପଦବୀ ହରାଇଥିଲେ। ହେଲେ ଗୁରୁବାର ବିରୋଧୀ ବହୁମତ ସାବ୍ୟସ୍ତ କରିନପାରିବାରୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି।
ରାଷ୍ଟ୍ରପତି ଗୁରୁବାର ସଂଧ୍ୟାରେ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସେ କହିଛନ୍ତି ସମ୍ୱିଧାନର ଧାରା 78(3) ଅନୁଯାୟୀ ସିପିଏନ-ୟୁଏମଏଲର ଅଧ୍ୟକ୍ଷ ଭାବରେ କେପି ଶର୍ମା ଓଲି ନେପାଳ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର ତାଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭାବରେ ଶପଥ ପାଠ କରାଇବେ।
ସୂଚନାଯୋଗ୍ୟ, ସୋମବାର ନେପାଳ ସଂସଦରେ ଶାସକ ଦଳ ସିପିଏନ-ୟୁଏମଏଲକୁ ବହୁମତ ସାବ୍ୟସ୍ତ କରିବାକୁ ରାଷ୍ଟ୍ରପତି କହିଥିଲେ। କିନ୍ତୁ ସଂସଦରେ ବହୁମତ ସାବ୍ୟସ୍ତ କରିବାରେ ଓଲି ବିଫଳ ହୋଇଥିଲେ। ଏହାପରେ ନୈତକାତା ଦୃଷ୍ଟିରୁ ଓଲି ପିଏମ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ବିରୋଧୀ ଦଳକୁ ଗୁରୁବାର ରାତି 9 ସୁଦ୍ଧା ସଂସଦରେ ବହୁମତ ସାବ୍ୟସ୍ତ କରିବାକୁ କହିଥିଲେ ରାଷ୍ଟ୍ରପତି। କିନ୍ତୁ ବିରୋଧୀ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇଥିଲେ।
ଏବେ ଓଲିଙ୍କୁ ସମ୍ୱିଧାନର 76(5) ଅନୁଯାୟୀ ସଂସଦରେ ବହୁମତ ସାବ୍ୟସ୍ତ କରିବା ପାଇଁ ରାଷ୍ଟ୍ରପତି ମାସେ ସମୟ ଦେବେ। ଯଦି ଏହାପରେ ବି ଓଲି ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବେ ତାହେଲେ ନେପାଳରେ ସାଧାରଣ ନିର୍ବାଚନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯିବ।
The post କେପି ଓଲି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ appeared first on Odisha Reporter.
from Odisha Reporter https://ift.tt/3bq60gV
No comments:
Post a Comment