କରୋନା ମୃତ୍ୟୁ ୩ ଲକ୍ଷ ଟପିଲା, ଦିନକରେ ୪୪୫୪ ଜଣଙ୍କ ମୁଣ୍ଡ ନେଲା ଭାଇରସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 23, 2021

କରୋନା ମୃତ୍ୟୁ ୩ ଲକ୍ଷ ଟପିଲା, ଦିନକରେ ୪୪୫୪ ଜଣଙ୍କ ମୁଣ୍ଡ ନେଲା ଭାଇରସ

ନୂଆଦିଲ୍ଲୀ: ବିଶ୍ୱର ୩ୟ ରାଷ୍ଟ୍ର ଭାବେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ପାର କରିଛି। ଆମେରିକାରେ କରୋନା ୬ ଲକ୍ଷରୁ ଅଧିକ ଜୀବନ ନେଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ୪.୫ ଲକ୍ଷ ମୃତ୍ୟୁ ସହ ବ୍ରାଜିଲ ରହିଛି। ଏବେ ୩ ଲକ୍ଷରୁ ଅଧିକ ମୃତ୍ୟୁ ତାଲିକାରେ ଭାରତ ଯୋଡ଼ି ହୋଇଯାଇଛି।

ଦେଶରେ ମେ ମାସ ଆରମ୍ଭରୁ ହିଁ କରୋନା ଜନିତ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ୨୩ ଦିନ ମଧ୍ୟରେ ୯୨ ହଜାରୁ ଅଧିକ ଲୋକଙ୍କ କରୋନାରେ ଯୋଗୁ ଜୀବନ ଗଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୪,୪୫୪ ଜଣଙ୍କ ଜୀବନ ଯାଇଛି। ଦିନକରେ ବିଶ୍ୱର କୌଣସି ରାଷ୍ଟ୍ରରରେ ଏତେ ଲୋକ ପ୍ରାଣ ହରାଇନାହାନ୍ତି। ଭାରତ ଏଥିରେ ରେକର୍ଡ କରିଛି।

ସେହିପରି ମାତ୍ର ୨୬ ଦିନ ମଧ୍ୟରେ ୧ ଲକ୍ଷ ଲୋକ କରୋନାରେ ଆଖି ବୁଜିବା ସମସ୍ତଙ୍କୁ ଚିକିତ କରିଛି। ପୂର୍ବରୁ ସବୁଠାରୁ କମ ଦିନରେ ୧ ଲକ୍ଷ ମୃତ୍ୟୁ ଆମେରିକାରେ ରେକର୍ଡ କରାଯାଇଥିଲା। ଏଠାରେ ୩୧ ଦିନରେ ୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ଭାରତ ଏହି ରେକର୍ଡକୁ ବି ଅତିକ୍ରମ କରିଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨,୨୨,୩୧୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ପୂର୍ବଦିନ ଗୁଡ଼ିକ ଅପେକ୍ଷା ଗତକାଲି ଟେଷ୍ଟିଂ ସଂଖ୍ୟା ସାମାନ୍ୟ କମ ରହିଥିଲା। ପ୍ରତିଦିନ ୨୦ ଲକ୍ଷ  କିମ୍ବା ୨୧ ଲକ୍ଷରୁ ଅଧିକ ଟେଷ୍ଟ କରାଯାଉଥିଲା। ହେଲେ ରବିବାର ମୋଟ ୧୯,୨୮,୧୨୭ଟି ନମୁନା ପରୀକ୍ଷା କରାଯାଇଛି।

ଏହା ମଧ୍ୟରୁ ୨ ଲକ୍ଷ ୨୨ ହଜାରରୁ ଅଧିକ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୭,୫୨,୪୪୭ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ୩,୦୨,୫୪୪ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୩୭,୨୮,୦୧୧ରେ ପହଞ୍ଚି ଯାଇଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୨୭,୨୦,୭୧୬ ରହିଛି। ଗତକାଲି ତୁଳନାରେ ଏହା ୮୪,୬୮୩ ହ୍ରାସ ପାଇଛି।


ତେବେ ଦୈନିକ ମୃତ୍ୟୁସଂଖ୍ୟା ସମସ୍ତଙ୍କ ଚିନ୍ତା ବଢ଼ାଇଛି। କ୍ରମାଗତ ଭାବେ ଦୈନିକ ମୃତ୍ୟୁର ଟ୍ରେଣ୍ତ ୪ ହଜାର ଉପରେ ରହୁଛି। ଗତକାଲି ଏହା ୪ ହଜାର ତଳକୁ ଖସି ଥିବା ବେଳେ ଆଜି ଏହା ପୁଣି ୪ ହଜାର ଡେଇଁଛି। ଦିନକରେ ୪,୪୫୪ ଜଣ ପ୍ରାଣ ହରାଇବାରୁ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୦୩,୭୨୦ରେ ପହଞ୍ଚି ଯାଇଛି।

ଏଯାଏ ୧୯,୬୦,୫୧,୯୬୨ ଜଣଙ୍କୁ କରୋନାର ରକ୍ଷା କବଚ ଟିକା ଦିଆଯାଇଛି ବୋଲି ଭାରତ ସରକାର କହିଛନ୍ତି। ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୧୩୨୦ ଜଣ ପ୍ରାଣ ହରାଇଥିବା ବେଳେ ଏହା ପଛକୁ କର୍ଣ୍ଣଟକାରେ ୬୨୪ ଜଣ ଲୋକ କରୋନାରେ ଆଖି ବୁଜିଛନ୍ତି।

The post କରୋନା ମୃତ୍ୟୁ ୩ ଲକ୍ଷ ଟପିଲା, ଦିନକରେ ୪୪୫୪ ଜଣଙ୍କ ମୁଣ୍ଡ ନେଲା ଭାଇରସ appeared first on Odisha Reporter.



from Odisha Reporter https://ift.tt/2Ry6RFV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages