ଡୋମିନିକି: ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଠକେଇ ମାମଲାର ମାଷ୍ଟର ମାଇଣ୍ଡ ମେହୁଲ ଚୋକସି ଭାରତ ଆସିବା ପ୍ରସଙ୍ଗ ମଉଳିଲା। ଡୋମିନିକିରୁ କୋର୍ଟ ପ୍ରତ୍ୟର୍ପଣ ପାଇଁ ଭାରତକୁ ହସ୍ତାନ୍ତର କରିବା ପାଇଁ ଅନୁମତି ନଦେବା ପରେ ଭାରତର ଆଶା ମଉଳିଛି। କୋର୍ଟରେ ମେହୁଲ ଚୋକସିର ଓକିଲ କହିଛନ୍ତି ମେହୁଲ ଆଇନ ପ୍ରକ୍ରିୟା ଦ୍ୱାରା ବଞ୍ଚିତ। ଆରମ୍ଭରୁ ମେହୁଲଙ୍କ ସହ ଓକିଲଙ୍କର ଦେଖାସାକ୍ଷାତ ହୋଇପାରୁନି। ଏହାପରେ କୋର୍ଟ ପ୍ରତ୍ୟର୍ପଣକୁ ସ୍ଥଗିତ ରଖିଛନ୍ତି। ଆଜି ପୁଣିଥରେ କୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରିବେ ବୋଲି ସୂଚନା ରହିଛି। ତେଣୁ ମେହୁଲ ଏବେ ଭାରତ ନଆସି ଆଣ୍ଟିଗୁଆ ଫେରିଯିବ। ଏବେ ସେ ଡୋମିନିକି ପୁଲିସର ହେପାଜତରେ ରହିଛି।
ଡୋମିନିକାରେ ମେହୁଲ ଚୋକସିର ଓକିଲ ୱେନ ମାର୍ଶ କହିଛନ୍ତି ଯେ ମେହୁଲଙ୍କୁ ନ୍ୟାୟିକ ପ୍ରକ୍ରିୟାରୁ ବଞ୍ଚିତ କରିବା ଆଇନକୁ ଉପହାସ ସହିତ ସମାନ। ଏଥିସହିତ ଭାରତରେ ଚୋକସିର ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଯେ ମେହୁଲ ଚୋକସିଙ୍କୁ ଜଲି ହାରବୋରରୁ କିଛି ଲୋକ ଉଠାଇ ନେଇଥିଲେ। ଏହାପରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କ କାର ମିଳିଥିଲା ଏବଂ ପରେ ଡୋମିନିକାକୁ ନିଆଯାଇଥିଲା।
ଚୋକସିଙ୍କ ଡୋମିନିକା ଓକିଲ ୱେନ ମାର୍ଶ କହିଛନ୍ତି ଯେ ମେହୁଲ ଚୋକସିଙ୍କୁ ମାଡ ମରାଯାଇଛି। ତେଣୁ ତାଙ୍କ ଆଖି ଫୁଲି ଯାଇଥିଲା ଏବଂ ଦେହରେ ଅନେକ ମାଡ଼ ମରାଯାଇଥିବାର ଦାଗ ରହିଛି। ଆଣ୍ଟିଗୁଆର ଜଲି ହାର୍ବରରେ ତାଙ୍କୁ ଅପହରଣ କରାଯାଇଥିଲା ବୋଲି ସେ କହିଛନ୍ତି। ଆଣ୍ଟିଗୁଆ ପୁଲିସ ଅନୁମାନ କରୁଛି ଯେ ମେହୁଲଙ୍କୁ ଅପହରଣ କରି ପ୍ରାୟ ୬୦-୭୦ ଫୁଟ ଲମ୍ବର ଏକ ଜାହାଜକୁ ନିଆଯାଇଥିଲା।
ସୂଚନାଯୋଗ୍ୟ, ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବିରୋଧରେ ଗ୍ଲାବାଲ ଇଣ୍ଟରପୋଲ୍ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା। ଏହାପରେ ବି ଆଣ୍ଟିଗୁଆରୁ ଡୋମିନିକା ଫେରାର ହୋଇଯାଇଥିଲା ଏହି ହୀରା ବ୍ୟବସାୟୀ। ଡୋମିନିକାରେ ସିଆଇଡି ଦ୍ୱାରା ଗିରଫ ହେବା ପରେ ଆଣ୍ଟିଗୁଆ ସରକାର ମେହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗୋଷ୍ଟନ ବ୍ରାଉନି କହିଥିଲେ ମେହୁଲ୍ ଡୋମିନିକାକୁ ଫେରାର ହେବାକୁ ପ୍ରୟାସ କରି ଭୁଲ୍ କରିଛନ୍ତି। ସେଥିପାଇଁ ସେ ଦଣ୍ଡ ଭୋଗିବା ଦରକାର। ଡୋମିନିକା ସରକାରକୁ ସେ ଅପିଲ୍ କରିଥିଲେ ଯେ ବେଆଇନ୍ ଭାବରେ ମେହୁଲ ଫେରାର ହେବାକୁ ପ୍ରୟାସ କରିଛି। ତେଣୁ ମେହୁଲକୁ ସିଧା ଭାରତ ପ୍ରତ୍ୟର୍ପଣ କରିବା ଦରକାର।
The post ପଳାତକ ମେହୁଲ ଭାରତ ଆସିବା ଆଶା ମଉଳିଲା appeared first on Odisha Reporter.
from Odisha Reporter https://ift.tt/2SvyGP8
No comments:
Post a Comment