ଦୁଇ ଦିନ ପରେ ଦୈନିକ କରୋନା ସଂକ୍ରମଣ ପୁଣି ୧୧ ହଜାର ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

ଦୁଇ ଦିନ ପରେ ଦୈନିକ କରୋନା ସଂକ୍ରମଣ ପୁଣି ୧୧ ହଜାର ଡେଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ୧୧ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୦୯୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହି ରିପୋର୍ଟ ଦିଆଯାଇଛି।

ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୪୮୮୫ଟି ହେଉଛି ଲୋକାଲ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ପୁଣି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୧୪୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଯଥାକ୍ରମେ ୯୮୩ ଓ ୮୬୭ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୫୫୨ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୦୮, ବରଗଡ଼ରୁ ୩୩୯, ଭଦ୍ରକରୁ ୪୩୧, ବଲାଙ୍ଗିରରୁ ୨୮୮, ବୌଦ୍ଧରୁ ୨୧୩, ଦେବଗଡ଼ରୁ ୧୦୭, ଢେଙ୍କାନାଳରୁ ୧୬୨, ଗଜପତିରୁ ୮୨, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୩୦୨, ଯାଜପୁରରୁ ୩୭୮, ଝାରସୁଗୁଡ଼ାରୁ ୩୦୭, କଳାହାଣ୍ଡିରୁ ୨୯୯, କନ୍ଧମାଳରୁ ୮୮, କେନ୍ଦ୍ରାପଡ଼ାରୁ ୧୫୬, କେନ୍ଦୁଝରରୁ ୧୬୫, କୋରାପୁଟରୁ ୨୮୦, ମାଲକାନଗିରିରୁ ୧୦୨, ମୟୂରଭଞ୍ଜରୁ ୫୦୭, ନବରଙ୍ଗପୁରରୁ ୩୫୧, ନୟାଗଡ଼ରୁ ୨୭୭, ନୂଆପଡ଼ାରୁ ୨୩୨, ପୁରୀରୁ ୩୫୬, ରାୟଗଡ଼ାରୁ ୧୭୦, ସମ୍ବଲପୁରରୁ ୫୪୭ ଓ ସୋନପୁରରୁ ୨୫୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୨୪୨ ଜଣ ଚିହ୍ନଟ ହୋଇଛନ୍ତି।

୧୧,୦୯୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୬ ହଜାର ୫୯୫ ଜଣ ସୁସ୍ଥ ହୋଇସାରିଲେଣି। ଲକ୍ଷେ ୫ ହଜାର ୩୭୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ଏଯାବତ କରୋନାରେ ରାଜ୍ୟରେ ୨୩୫୭ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

ସୂଚନାଯୋଗ୍ୟ, ମେ’ ୧୫ ତାରିଖରେ ରାଜ୍ୟରେ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମେ’ ୧୬ ଓ ୧୭ ତାରିଖରେ ଯଥାକ୍ରମେ ୧୦,୭୫୭ ଓ ୧୦,୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଉ ଗତ ୨୪ ଘଣ୍ଟାରେ ଅର୍ଥାତ୍ ମେ’ ୧୮ ତାରିଖରେ ଏହି ସଂଖ୍ୟା ପୁଣି ୧୧ ହଜାର (୧୧,୦୯୯) ଅତିକ୍ରମ କରିଛି।

The post ଦୁଇ ଦିନ ପରେ ଦୈନିକ କରୋନା ସଂକ୍ରମଣ ପୁଣି ୧୧ ହଜାର ଡେଇଁଲା appeared first on Odisha Reporter.



from Odisha Reporter https://ift.tt/33TjDRV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages