ନୂଆଦିଲ୍ଲୀ: ବିଧିବଦ୍ଧ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ପାର କରିଯାଇଛି। ମାତ୍ର ୧୨ ଦିନ ତଳେ ୨.୫ ଲକ୍ଷ ଜଣ ଲୋକ କରୋନାରେ ପ୍ରାଣ ହରାଇଥିଲେ। ହେଲେ ଏହି ୧୨ ଦିନ ମଧ୍ୟରେ ପ୍ରାଣଘାତୀ କରୋନା ଆଉ ୫୦ ହଜାର ଲୋକଙ୍କ ମୁଣ୍ଡ ନେଇଛି।
ସେହିପରି ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଗତ ୨୬ ଦିନ ମଧ୍ୟରେ ଦେଶରେ ୧ ଲକ୍ଷ ଲୋକଙ୍କର କାରୋନାରେ ମୃତ୍ୟୁ ଘଟିଛି। ଆମେରିକାରେ ୩୧ ଦିନ ମଧ୍ୟରେ ସର୍ବାଧିକ ୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ଭାରତ ଏହି ରେକର୍ଡକୁ ମଧ୍ୟ ଅତିକ୍ରମ କରିଯାଇଛି।
୩ ଲକ୍ଷରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇବା ତାଲିକାରେ ଭାରତ ୩ୟ ସ୍ଥାନରେ ରହିଛି। ୬.୫ ଲକ୍ଷରୁ ଅଧିକ ମୃତ୍ୟୁସହ ଆମେରିବା ପ୍ରଥମ ସ୍ଥାନରେ ଥିବା ବେଳେ ୪.୫ ଲକ୍ଷ ମୃତ୍ୟୁସହ ବ୍ରାଜିଲ ଦ୍ୱିତୀୟରେ ରହିଛି। କରୋନାର ଦ୍ୱିତୀୟ ୱେଭ ସବୁଠାରୁ ଅଧିକ ଲୋକଙ୍କ ଜୀବନ ନେଇଛି।
ଫେବୃଆରୀ ୧୫ରୁ ୩ ମାସ ମଧ୍ୟରେ ୧.୪୮ ଲକ୍ଷ ଲୋକ କରୋନ ଯୋଗୁ ପ୍ରାଣ ହରାଇଛନ୍ତି। ବାକି ଲୋକ ପ୍ରଥମ ୱେଭରେ ପ୍ରାଣ ହରାଇଥିଲେ। ଭାରତରେ ୧ରୁ ୫୦ ହଜାରରେ ମୃତ୍ୟୁସଂଖ୍ୟା ପହଞ୍ଚିବାକୁ ୧୫୬ ଦିନ ଲାଗିଥିଲା। ଏହାପରେ ୫୦ରୁ ୧ ଲକ୍ଷ ପାଇଁ ୪୮ ଦିନ, ୧ ଲକ୍ଷରୁ ୧.୫ ଲକ୍ଷ ପାଇଁ ୯୫ ଦିନ, ୧.୫ ଲକ୍ଷରୁ ୨ ଲକ୍ଷ ପାଇଁ ୧୧୨ ଦିନ, ୨ ଲକ୍ଷରୁ ୨.୫ ଲକ୍ଷ ପାଇଁ ୧୪ ଦିନ ଓ ୨.୫ ଲକ୍ଷରୁ ୩ ଲକ୍ଷ ପାଇଁ ୧୨ ଦିନ ସମୟ ଲାଗିଛି।
ମହାରାଷ୍ଟ୍ରରେ ସର୍ବାଧିକ ୮୮,୬୨୦ ଜଣ ଲୋକ ପ୍ରାଣ ହରାଥିବା ବେଳେ କର୍ଣ୍ଣାଟକାରେ ୨୫,୨୮୪, ଦିଲ୍ଲୀରେ ୨୩,୨୦୨, ତାମିଲନାଡୁରେ ୨୦,୪୬୮ ଓ ଉତ୍ତର ପ୍ରଦେଶରେ ୧୯,୨୨୪ ଜଣ ଲୋକ ପ୍ରାଣ ହରାଇଛନ୍ତି।
ସବୁଠାରୁ ଅଧିକ ଭୟଙ୍କର ହୋଇଛି ମେ’ ମାସ। ୨୩ ଦିନ ମଧ୍ୟରେ ପ୍ରାୟ ୯୨ ହଜାର ଜଣ ଲୋକ କରୋନାରେ ଆଖି ବୁଜିଛନ୍ତି। ଏପ୍ରିଲ ତୁଳନାରେ ଏହା ପ୍ରାୟ ୨ ଗୁଣ ଅଧିକ। ଏପ୍ରିଲ ମାସରେ ୪୮,୭୬୮ ଜଣ କରୋନାରେ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷରେ ଅଧିକାଂଶ ବିଶେଷଜ୍ଞଙ୍କ ମତରେ, ସରକାରୀ ସଂଖ୍ୟାଠାରୁ ଆହୁରି ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ତଥାପି ଏହା ସରକାରୀ ତାଲିକାରେ ସ୍ଥାନ ପାଇନି। ତେଣୁ ଭାରତରେ କରୋନା ଆହୁରି ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି।
କିଛି ଦିନ ହେଲା ଦେଶରେ କରୋନା ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ଗତ ୭ ଦିନ ମଧ୍ୟରେ ସଂକ୍ରମଣହାର ୩୨% ହ୍ରାସ ପାଇଛି। କିନ୍ତୁ ଏହି ସମୟରେ ମୃତ୍ୟହାର କେବଳ ୫% କମିଛି।
The post ୧୨ ଦିନରେ କରୋନା ନେଲାଣି ୫୦ ହଜାର ଭାରତୀୟଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/34hCJRz
No comments:
Post a Comment