ଗାଁ ମୁହାଁ କରୋନା: ଲୋକଙ୍କୁ ସଚେତନ କରାଇବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

ଗାଁ ମୁହାଁ କରୋନା: ଲୋକଙ୍କୁ ସଚେତନ କରାଇବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସହର ସହିତ ଗାଁ ଆଡ଼କୁ ମଧ୍ୟ ଅଗ୍ରସର ହେଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦେଶରେ ଥିବା ଗ୍ରାମାଞ୍ଚଳରେ କିଭଳି କରୋନା ସତର୍କତା ଉପରେ ପ୍ରଚାର କରିହେବ ସେ ନେଇ ଜୋର ଦେଇଛନ୍ତି। କିଭଳି କୋଭିଡ଼କୁ ରୋକାଯାଇପାରିବ ଓ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି କେନ୍ଦ୍ରର ପଞ୍ଚାୟତିରାଜ ବିଭାଗ।

ମନ୍ତ୍ରଣାଳୟ ପକ୍ଷରୁ ଏହି ଚିଠିରେ କୁହାଯାଇଛି ଯେ କୋଭିଡ଼ ମହାମାରୀ ବିରୋଧରେ ଲଢ଼େଇ କରିବା ପାଇଁ ହେଲେ ପଞ୍ଚାୟତକୁ ସମ୍ବେଦନଶୀଳ କରିବା ଏବଂ ସମସ୍ତ ପ୍ରକାର ସୁବିଧାସୁଯୋଗ ଉପଲବ୍ଧ କରାଇବା ପାଇଁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚଏଫଡ଼ବ୍ଲୁ) ଚିକିତ୍ସକମାନଙ୍କୁ ଏବଂ ଚିକିତ୍ସା ସଂସ୍ଥାଙ୍କୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ନିକଟରେ ଚିକିତ୍ସା ସେବା ଉପଲବ୍ଧ କରିବାକୁ କୁହାଯାଇଛି।

ଆଉ ଏଥିପାଇଁ ବ୍ୟାପକ ଭାବେ ସଚେତନତା କରାଇବା ଲାଗି ପରାମର୍ଶ ଦିଆଯାଇଛି। ଏଥି ସହିତ ଏହି ସମୟରେ ଲୋକମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣା କିମ୍ବା ଚିନ୍ତାଧାରା ଦୂର କରିବା ନିମନ୍ତେ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏହି ଅଭିଯାନରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ଶିକ୍ଷକ, ଆଶାକର୍ମୀଙ୍କୁ ମଧ୍ୟ ସାମିଲ କରିବାକୁ କୁହାଯାଇଛି। ସେମାନଙ୍କୁ ଆଙ୍ଗୁଠିରେ ମପାଯାଉଥିବା ଅକ୍ସିମିଟର, ଏନ- ୯୫ ମାସ୍କ, ଇନଫ୍ରା ରେଡ଼୍‍ ଥର୍ମାଲ ସ୍କାନିଂ ଉପକରଣ, ସାନିଟାଇଜର ଭଳି ଆବଶ୍ୟକ ସୁରକ୍ଷାତ୍ମକ ସାମଗ୍ରୀ ଉପଲବ୍ଧ କରାଇବାକୁ କୁହାଯାଇଛି।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ କିଭଳି ପରୀକ୍ଷଣ/ ଟିକାକରଣ କେନ୍ଦ୍ର, ଚିକିତ୍ସକ, ହସପିଟାଲ ବେଡ୍ ଆଦିର ଉପଲବ୍ଧତା ସଂପର୍କରେ ବାସ୍ତବ ତଥ୍ୟ ଉପଲବ୍ଧ କରିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ସାଧାରଣ ସେବା କେନ୍ଦ୍ର ଆଦି ଆଇଟି ଉପଯୋଗ ସୁବିଧା ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି।

“ପଞ୍ଚାୟତ ଅଧିକାରୀ ନିଜ ଅଞ୍ଚଳରେ ଗାଁ ଗୁଡ଼ିକରେ କିଭଳି ସମସ୍ତ ସୁବିଧା ଉପଲବ୍ଧ କରିବା ଦିଗରେ ସକ୍ରିୟତା ପ୍ରକାଶ ପାଇବା ଉଚିତ। ଯେଉଁଠାରେ ସମ୍ଭବପର ହେଉଥିବ, ସେଠାରେ ଘରମାନଙ୍କୁ ହୋମ୍‍ କ୍ୱାରେଣ୍ଟାଇନ୍‍ ଲୋକେସନ୍‍ ଭାବେ ମଧ୍ୟ ତିଆରି କରାଯାଇପାରିବ । ଯେଉଁଠାରେ ଅଧିକରୁ ଅଧିକ କୋଭିଡ଼ ପଜିଟିଭ ମାମଲା ଦେଖାଦେଇଥିବ ସେଠାରେ ଏଭଳି ଘଟଣାର ମୁକାବିଲା ସକାଶେ ଆବଶ୍ୟକ ଓ ଉପଯୁକ୍ତ ପ୍ରବନ୍ଧନ କରାଯିବା ଜରୁରି । ଏହା ବ୍ୟତୀତ, ଗରିବ ଲୋକ ଏବଂ ପ୍ରବାସରୁ ଫେରୁଥିବା ଶ୍ରମିକମାନଙ୍କ ସକାଶେ ବିଶେଷ କ୍ୱାରେଣ୍ଟାଇନ୍‍/ ଆଇସୋଲେସନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବା ଦରକାର । ସ୍ୱାସ୍ଥ୍ୟ ବିଭାଗ ସହିତ ପରାମର୍ଶ କରି, ଅଧିକ ଜନସଂଖ୍ୟାଯୁକ୍ତ ଅଞ୍ଚଳରେ ଲୋକମାନଙ୍କୁ ସର୍ବାଧିକ ଚିକିତ୍ସା ସୁବିଧା ଯୋଗାଣ ସୁନିଶ୍ଚିତ କରିବା ଲାଗି ପଞ୍ଚାୟତରେ ଟିକାକରଣ ଅଭିଯାନ ଚଳାଯିବା ଜରୁରି।”

ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଗ୍ରାମ୍ୟ ସ୍ତରରେ ଗରିବ ଲୋକମାନଙ୍କୁ ରିଲିଫ ଓ ପୁନର୍ବାସ ସୁବିଧା ଉପଲବ୍ଧ କରିବା ନିମନ୍ତେ ଖାଦ୍ୟସାମଗ୍ରୀ, ପାନୀୟ ଜଳ ଉପଳବ୍ଧ କରାଇବା, ସ୍ୱଚ୍ଛତା, ମନରେଗା ରୋଜଗାର ଆଦିର ପ୍ରାବଧାନ କରିବା ସକାଶେ  କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଉପଯୋଗ କରିପାରିବେ ।

ଜରୁରୀ ସ୍ଥିତିର ମୁକାବିଲା ନିମନ୍ତେ, ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛିଯେ ଜିଲ୍ଲା ଏବଂ ତହସିଲମାନଙ୍କ ନିକଟବର୍ତ୍ତୀ ସ୍ଥାନରେ ଉପଲବ୍ଧ ଚିକିତ୍ସା ସୁବିଧା ସହିତ ଉପଯୁକ୍ତ ସଂପର୍କ ସ୍ଥାପନ କରାଯିବା ଜରୁରି । ଏହା ଦ୍ୱାରା ଆମ୍ବୁଲାନ୍ସ ସେବା, ଉନ୍ନତ ପରୀକ୍ଷଣ, ଉପଚାର ସୁବିଧା, ମଲ୍ଟି ସ୍ପେସାଲିଟି କେୟାର ଭଳି ଜରୁରି ସେବା ରୋଗୀମାନଙ୍କୁ ଯଥାଶୀଘ୍ର ଯୋଗାଇ ଦିଆଯାଇପାରିବ ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ସଚିବ ଶ୍ରୀ ସୁନୀଲ କୁମାର ରାଜ୍ୟମାନଙ୍କୁ କୋଭିଡ଼ ମହାମାରୀ ଏବଂ ସରକାରୀ ସ୍ୱାସ୍ଥ୍ୟସେବା ସହିତ ସମ୍ବନ୍ଧୀତ ପ୍ରସଙ୍ଗକୁ ସଂପାଦନ ନିମନ୍ତେ ଗ୍ରାମ ପଞ୍ଚାୟତ ଏବଂ ଏହାର ସମିତିମାନଙ୍କ କାର୍ଯ୍ୟ ଉପରେ ନିୟମିତ ନଜର ରଖିବା ଲାଗି ପଞ୍ଚାୟତିରାଜ, ଗ୍ରାମାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ, ରାଜସ୍ୱ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଆନ୍ତଃ- ବିଭାଗୀୟ ମନିଟରିଂ ବ୍ୟବସ୍ଥା ଗଠନ କରି ସେସବୁକୁ ବ୍ଲକ୍‍, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ରେଗୁଲେଟୋରୀ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଚିତ । ଏହି ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ଏବଂ ସେମାନଙ୍କର କମିଟିମାନଙ୍କ ଦ୍ୱାରା କୋଭିଡ଼ ମହାମାରୀ ଓ ତତ୍‍ ସମ୍ପର୍କୀତ ଜନସ୍ୱାସ୍ଥ୍ୟ ସୁବିଧା କିଭଳି ଭାବେ କାର୍ଯ୍ୟ କରୁଛି ତାହାକୁ ସୁପରିଚାଳନା କରାଯାଇପାରିବ ବୋଲି ସେ କହିଛନ୍ତି ।

The post ଗାଁ ମୁହାଁ କରୋନା: ଲୋକଙ୍କୁ ସଚେତନ କରାଇବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3uEK4X2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages