ଅଭିନେତା କରଣ ମେହରା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 31, 2021

ଅଭିନେତା କରଣ ମେହରା ଗିରଫ

ମୁମ୍ବାଇ: ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା କରଣ ମେହରାଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍‌। ତାଙ୍କ ପତ୍ନୀ ନିଶା ରାୱଲଙ୍କ ଅଭିଯୋଗ କ୍ରମେ ପୁଲିସ୍ ତାଙ୍କୁ ଗିରଫ କରିଛି। କରଣ ତାଙ୍କୁ ମାଡ଼ ମାରିଥିବା ନେଇ ନିଶା ଅଭିଯୋଗ କରିଛନ୍ତି।

ସୋମବାର ରାତିରେ ନିଶା ଗୋରେଗାଁଓ ଅଞ୍ଚଳର ଏକ ଥାନାରେ କରଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ମାମଲା ରୁଜୁ କରି କରଣଙ୍କୁ ଗିରଫ କରିଛି।

କରଣ ଓ ନିଶାଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଛି। ଏମିତିକି ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ ବୋଲି ନିକଟରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଅବଶ୍ୟ ନିଶା ଏହାକୁ ଖଣ୍ଡନ କରିଥିଲେ। କିନ୍ତୁ କରଣ ଏନେଇ କିଛି ମନ୍ତବ୍ୟ ଦେଇ ନଥିଲେ।

କରଣ ଓ ନିଶାଙ୍କ ବାହାଘରକୁ ୯ ବର୍ଷ ହୋଇଗଲାଣି। ସେମାନଙ୍କର ଏ ୪ ବର୍ଷର ପୁଅ ଅଛି। ତେବେ ବେଶ୍ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ପଦାରେ ପଡ଼ିଛି।

ଅଭିନେତା କରଣ ଓ ତାଙ୍କ ପତ୍ନୀ

କରଣ ମହେରା ଟିଭି ସିରିଏଲ୍‌ ‘ୟେ ରିସ୍ତା କ୍ୟା କହଲାତା ହେ’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ। ଏହି ଧାରାବାହିକରେ ତାଙ୍କ ସହିତ ଲିଡ୍‌ ରୋଲ୍‌ରେ ଥିଲେ ଅଭିନେତ୍ରୀ ହୀନା ଖାନ୍‌।

‘ୟେ ରିସ୍ତା କ୍ୟା କହଲାତା ହେ’ ବ୍ୟତୀତ ‘ବିଗ୍ ବସ୍‌’ ଓ ‘ନଚ୍ ବଲିୟେ ୫’ ଭଳି ରିଆଲିଟି ଶୋ’ରେ ବି କରଣଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ।

ସେହିପରି କରଣଙ୍କ ପତ୍ନୀ ନିଶା ମଧ୍ୟ ଜଣେ ଟେଲିଭିଜନ ଅଭିନେତ୍ରୀ। ତାଙ୍କୁ ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କୀ’, ‘କେଶର’ ଓ ‘ଶାଦି ମୁବାରକ’ ଧାରାବାହିକରେ ଦର୍ଶକ ଦେଖିଛନ୍ତି।

The post ଅଭିନେତା କରଣ ମେହରା ଗିରଫ appeared first on Odisha Reporter.



from Odisha Reporter https://ift.tt/3fIsLj3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages