ବେଙ୍ଗଲ ରେଜଲ୍ଟ ପରେ ବ୍ୟାପକ ହିଂସାକାଣ୍ଡ, ଗଲାଣି ୧୧ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

ବେଙ୍ଗଲ ରେଜଲ୍ଟ ପରେ ବ୍ୟାପକ ହିଂସାକାଣ୍ଡ, ଗଲାଣି ୧୧ ଜଣଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି। ନିର୍ବାଚନ ବେଳେ ଯେମିତି ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା, ଏବେ ଫଳାଫଳ ପ୍ରକାଶ ପାଇବା ପରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି। ରବିବାର ବେଙ୍ଗଲ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ପୂରା ରାଜ୍ୟ ଅଶାନ୍ତ ହୋଇଉଠିଛି।

ରାଜଧାନୀ କୋଲକାତା ଠାରୁ ଆରମ୍ଭ କରି ଆସନସୋଲ ଓ ଦକ୍ଷିଣ ୨୪ ପ୍ରଗଣାରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥିତି ଦିନକୁ ଦିନ ବିଗୁଡ଼ୁ ଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବେଙ୍ଗଲ ସରକାରଙ୍କୁ ରିପୋର୍ଟ ତଲବ କରିଛି।

ବିଜେପି ଅଭିଯୋଗ କରିଛି ଯେ ଟିଏମସିର ଗୁଣ୍ଡାମାନଙ୍କ ଆକ୍ରମଣରେ ଦଳର ୬ ଜଣ କର୍ମୀ ପ୍ରାଣ ହରାଇଛନ୍ତି। ସେହିପରି ଟିଏମସି ୪ ଜଣ କର୍ମୀଙ୍କୁ ହିଂସାକାଣ୍ଡ ଯୋଗୁ ହରାଇଥିବା କହିଛି। ବିଜେପିର ଅଭିଯୋଗ ଅନୁଯାୟୀ, କୋଲକାତାରେ ବିଜେପିର ଜଣେ କର୍ମୀ ଟିଏମସିର ଗୁଣ୍ଡାମାନେ କେମିତି ତାଙ୍କ ପୋଷା କୁକୁରକୁ ହତ୍ୟା କରିବା ସହ ତାଙ୍କୁ ମାଡ଼ ମାରିଥିଲେ ସେକଥା ଫେସବୁକରେ ବଖାଣି ଥିଲେ।

ଉତ୍ତର ୨୪ ପ୍ରଗଣାରେ ମଧ୍ୟ ଜଣେ ବୟସ୍କ ମହିଳା ଗୁଣ୍ଡାମାନଙ୍କ କବଳରୁ ତାଙ୍କ ପୁଅକୁ ଉଦ୍ଧାର କରିବା ବେଳେ ତାଙ୍କୁ ଟିଏମସିର ଗୁଣ୍ଡାମାନେ ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ଫେସବୁକରେ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଟିଏମସି ଗୁଣ୍ଡାମାନେ ଭିଡିଓ ଜାରି କରିଥିବା ବ୍ୟକ୍ତିଙ୍କୁ କୋଲକାତାରେ ଆକ୍ରମଣ କରିଥିଲେ ବୋଲି ବିଜେପି କହିଛି।

ଟିଏମସି କହିଛି ଯେ ବିଜେପିର ଗୁଣ୍ଡାମାନଙ୍କ ଆକ୍ରମଣରେ ଦଳର ୪ ଜଣ କର୍ମୀ ପ୍ରାଣ ହରାଇଛନ୍ତି। କଂଗ୍ରେସ ଓ ବାମଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଥିବା ଆଇଏସ୍‌ଏଫ ମଧ୍ୟ ଜଣେ କର୍ମୀଙ୍କୁ ହରାଇଥିବା ଅଭିଯୋଗ କରିଛି।

ବିଭିନ୍ନ ଜିଲ୍ଲାରେ ହିଂସାକାଣ୍ଡ ଘଟୁଥିବାରୁ ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧାନକର ରାଜ୍ୟର ଗୃହ ସଚିବ, ଡିଜିପି ଓ କୋଲକାତା ପୁଲିସ୍‌ କମିଶନରଙ୍କୁ ସମନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେତେବେଳେ ତାଙ୍କୁ ଭେଟିଥିଲେ ସେହି ସମୟରେ ମଧ୍ୟ ରାଜ୍ୟପାଳ ରାଜ୍ୟରେ ହିଂସାକାଣ୍ଡ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ତାଙ୍କୁ କହିଥିଲେ।

ଅନ୍ୟପକ୍ଷରେ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଯାଉଛନ୍ତି। ସେ ସ୍ଥିତିର ଯାଞ୍ଚ କରିବା ସହ ଦଳର କର୍ମୀ ଓ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବେ। ବିଜେପି ମଧ୍ୟ ସମଗ୍ର ଦେଶରେ ଟିଏମସିର ଗୁଣ୍ଡାରାଜ ବିରୋଧରେ ବିକ୍ଷୋଭ କରିବ ବୋଲି ମଧ୍ୟ ଘୋଷଣା କରିଛି। ବିକ୍ଷୋଭ ବେଳେ କରୋନା କଟକଣାକୁ ପାଳନ କରାଯିବ ବୋଲି ମଧ୍ୟ ବିଜେପି ପକ୍ଷରୁ କୁହାଯାଇଛି।

ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା କହିଛନ୍ତି, ୪ ହଜାର ବିଜେପି କର୍ମୀଙ୍କ ଘର ଭଙ୍ଗାରୁଜା କରାଯାଇଥିବା ବେଳେ ୧୦୦ରୁ ଅଧିକ ଦୋକାନ ଲୁଟ୍‌ କରାଯାଇଛି। ବିଜେପିର ଛକଦା ବିଧାୟକ ବଙ୍କିମ ଘୋଷ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ନିର୍ବାଚନ କମିଶନକୁ ଦଳ ଅବଗତ କରାଇଥିବା ଜଣାପଡ଼ିଛି।

The post ବେଙ୍ଗଲ ରେଜଲ୍ଟ ପରେ ବ୍ୟାପକ ହିଂସାକାଣ୍ଡ, ଗଲାଣି ୧୧ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3ul3jVE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages