କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମୁହଁରେ ଚମକ ଆଣିଲେ ୟୁଏନଜିଏ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 27, 2021

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମୁହଁରେ ଚମକ ଆଣିଲେ ୟୁଏନଜିଏ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ପାକିସ୍ତାନକୁ କହିଛନ୍ତି ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ବୋଲ୍କନ ବୋଜକିର। ଗୁରୁବାର ସେ କଶ୍ମୀର ପ୍ରସଙ୍ଗକୁ ପାଲେଷ୍ଟାଇନ-ଇସ୍ରାଏଲ ବିବାଦ ଭଳି ତୁଳନା କରିଛନ୍ତି। ପାକିସ୍ତାନ ଗସ୍ତରେ ଆସି ବୋଲ୍କନ ବୋଜକିର ଏଭଳି ମତ ରଖିଛନ୍ତି।

ବୋଲ୍କନ ବୋଜକିରଙ୍କ ଏହି ମତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଥିଲା। ଯାହାକୁ ବିଭିନ୍ନ ଫୋରମରେ ପାକିସ୍ତାନ ଉଠାଇ ଅନ୍ତର୍ଜାତୀୟ ସ୍ତରରେ ବେଜିତ ହୋଇସାରିଛି। ତେବେ ଯାହା ହେଉ ବୋଲ୍କନ ବୋଜକିରଙ୍କ ଏହି ମନ୍ତବ୍ୟ କଶ୍ମୀର ପ୍ରସଙ୍ଗ ଉଠାଇ ମଉଳି ଯାଇଥିବା ପାକିସ୍ତାନ ମୁହଁରେ ଚମକ ଆଣିଛି। ବୋଲ୍କନ ବୋଜକିର ହେଉଛନ୍ତି ତୁର୍କୀର ପ୍ରଥମ ବ୍ୟକ୍ତି ଯିଏକି ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି। ପାକିସ୍ତାନର ମିତ୍ର ରାଷ୍ଟ୍ର ହେଉଛି ତୁର୍କୀ। ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ହେବା ପୂର୍ବରୁ ସେ ଅଗଷ୍ଟ ୨୦୨୦ ରେ ପାକିସ୍ତାନ ଗସ୍ତ କରିଥିଲେ। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିଥିଲା ତୁର୍କୀ।

ବୋଲ୍କନ ବୋଜକିର କହିଛନ୍ତି ଯେ କଶ୍ମୀର ବିବାଦର ସମାଧାନ ପାଇଁ ରାଜନୀତିକ ଇଚ୍ଛାଶକ୍ତିର ଅଭାବ ରହିଛି। ମିଳିତ ଜାତିସଂଘ ଫୋରମରେ ଏହାକୁ ପାକିସ୍ତାନ ଦୃଢତାର ସହ ଏହି ପ୍ରସଙ୍ଗକୁ ରଖିବା ଦରକାର। କଶ୍ମୀର ପ୍ରସଙ୍ଗ ପାଲେଷ୍ଟାଇନ ପ୍ରସଙ୍ଗ ସହିତ ସମାନ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କ ନିମନ୍ତ୍ରଣ କ୍ରମେ ବୋଜକିର ବୁଧବାର ଇସଲାମାବାଦରେ ପହଞ୍ଚିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ସମସ୍ତ ଦଳକୁ ଜମ୍ମୁ କଶ୍ମୀରରେ ପରିବର୍ତ୍ତନ ନକରିବାକୁ ଅନୁରୋଧ କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦ ଜାତିସଂଘର ଚାର୍ଟର ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ନିଷ୍ପତ୍ତି ଅନୁଯାୟୀ, ସିମଲା ଚୁକ୍ତି ଅନୁଯାୟୀ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ହେବା ଉଚିତ୍।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଦଶନ୍ଧି ଧରି ଉଭୟ ପ୍ରସଙ୍ଗ ୟୁଏନଏସସି ଏଜେଣ୍ଡାରେ ରହିଛି। ଏହା ଅନ୍ତର୍ଜାତୀୟ ପ୍ରସଙ୍ଗ। ମିଳିତ ଜାତିସଂଘ ଏହି ପ୍ରସଙ୍ଗକୁ ଦାୟିତ୍ୱର ସହ ସମାଧାନ କରିବା ଦରକାର। କଶ୍ମୀର ବିବାଦକୁ ଜାତିସଂଘ ସୁରକ୍ଷା ପରିଷଦର ଏଜେଣ୍ଡାରୁ ହଟା ଯାଇପାରିବ ନାହିଁ।

ବୋଜକିର ଆହୁରି କହିଛନ୍ତି ଯେ ଦକ୍ଷିଣ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାକିସ୍ତାନ ଏବଂ ଭାରତ ସମ୍ପର୍କ ଉପରେ ନିର୍ଭର କରେ। ଏଭଳି ନହୋଇପାରିବା ପଛର କାରଣ କଶ୍ମୀର ସମସ୍ୟାର ସମାଧାନ ହୋଇନପାରିବା। ମୁଁ ଭାରତ ଏବଂ ପାକିସ୍ତାନକୁ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ କାମ କରିବାକୁ ଅନୁରୋଧ କରୁଛି।

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପାକିସ୍ତାନ ଜାତିସଂଘ ସହିତ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ନିଜର ଦାବି ରଖିଥିଲା। ହେଲେ ପାକିସ୍ତାନକୁ ଋଣ ଦେଇ ଦେବାଳିଆ କରିସାରିଥିବା ଚାଇନା କିମ୍ୱା କିଛି ଛୋଟ ଦେଶ ଛଡ଼ା ଆଉ କୌଣସି ଦେଶ ଏହି ପ୍ରସଙ୍ଗରେ ସମର୍ଥନ କରିନାହାନ୍ତି। ଏମିତିକି ଆମେରିକା ମଧ୍ୟ କହିସାରିଛି କଶ୍ମୀର ଭାରତର ଆଭ୍ୟନ୍ତରୀଣ ସମସ୍ୟା। ଏହା ଶିମଲା ଚୁକ୍ତି ଅନୁଯାୟୀ ସମାଧାନ ହେବ।ଆମେରିକାକୁ ଏହି ପ୍ରସଙ୍ଗରେ ମନାଇବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ବାରମ୍ବାର ଭେଟିଥିଲେ। ହେଲେ କୌଣସି ସୁଫଳ ନମିଳିବା ପରେ ନିଜେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମୁଦ କୁରେଶୀ ଚଳିତ ମାସ ଆରମ୍ଭରେ ଏହାକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଥିଲେ। ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲ ସମା ଟିଭିକୁ ଦେଇଥିବା ସାକ୍ଷାତକାରରେ କୁରେଶୀ ଏହା କହିଛନ୍ତି।

ଧାରା ୩୭୦ ପ୍ରସଙ୍ଗରେ ଛେପ ଢୋକିଲା ପାକିସ୍ତାନ

The post କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମୁହଁରେ ଚମକ ଆଣିଲେ ୟୁଏନଜିଏ ଅଧ୍ୟକ୍ଷ appeared first on Odisha Reporter.



from Odisha Reporter https://ift.tt/2SybQGz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages